Saturday, November 14, 2026
Home ଆଞ୍ଚଳିକ ଔଷଧ ଅପରେସନ୍ ବିନା ପ୍ରାକୃତିକ ଚିକିତ୍ସା ଦ୍ବାରା ବହୁ ବିଶାଧ୍ୟ ରୋଗ ନିରାକରଣ ହୋଇପାରିବ।ମହାନ ସଂଘର...

ଔଷଧ ଅପରେସନ୍ ବିନା ପ୍ରାକୃତିକ ଚିକିତ୍ସା ଦ୍ବାରା ବହୁ ବିଶାଧ୍ୟ ରୋଗ ନିରାକରଣ ହୋଇପାରିବ।ମହାନ ସଂଘର ବନ୍ଧୁ ମିଳନ ଅବସରରେ ସ୍ଵସ୍ତେଇ ସମ୍ପଦ ଶିଶକ ଆଲୋଚିତ ।

43

ବ୍ରହ୍ମପୁର , ୦୫/୦୮/୨୨ ( ଜିଲ୍ଲା ଖବର ) : ବର୍ତ୍ତମାନ ଯୁଗରେ ପୃଥିବୀର ସ୍ୱାସ୍ଥ୍ୟ ସମସ୍ୟା ଜଟିଳ ହୋଇପଡ଼ିଥିବା ବେଳେ ଜନସାଧାରଣ ସ୍ବାସ୍ଥ୍ୟ ସେବା ପାଇବା ପାଇଁ ବହୁ ଅଥ ବେୟ କରି ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ପ୍ରାକୃତିକ ଚିକିତ୍ସା ପ୍ରଣାଳୀ ବହୁ ଦୁଃସାଧ୍ୟ ରୋଗର ବିନା ଔଷଧ ରାସାୟନିକ ପଦ୍ଧତି ଓ ଅପରେସନ ବିନା ଅଳ୍ପ ବେୟରେ ନିରାକରଣ କରିପାରେ ବୋଲି ଗତ ରବିବାର ଦିନ ରାମଚନ୍ଦ୍ରପୁର ସ୍ଥିତ ଆରୋଗ୍ୟ ଗ୍ରାମ ନେଚରପାଥି ସେଣ୍ଟର୍ ପ୍ରାଙ୍ଗଣରେ ମହାନ୍ ସଂଘ ପକ୍ଷ ରୁ ଆୟୋଜିତ ସ୍ୱାସ୍ଥ୍ୟ ହିଁ ସମ୍ପଦ ଶୀର୍ଷକ ଆଲୋଚନା ଚକ୍ର ଓ ବନ୍ଧୁ ମିଳନ ଉତ୍ସବ ରେ ଯୋଗ ଦେଇ ବିଶିଷ୍ଟ ବ୍ୟକ୍ତି ମାନେ ମତବ୍ୟକ୍ତ କରିଥିଲେ।

ଦକ୍ଷିଣ ଓଡ଼ିଶା ର ପ୍ରଥମ ଆଧୁନିକ ପ୍ରାକୃତିକ ଚିକିତ୍ସା କେନ୍ଦ୍ର ଆରୋଗ୍ୟ ଗ୍ରାମ ଦକ୍ଷିଣ ଓଡ଼ିଶା ବାସୀଙ୍କ ପାଇଁ ମହାନ ସଂଘ ର ଏକ ସୁନ୍ଦର ଉପହାର । ସ୍ୱାସ୍ଥ୍ୟ ସେବା ଦିଗରେ ମହାନ ସଂଘ ସହଯୋଗ ରେ ହାଇଡ୍ରୋକୋଲାନ,ସୋନା ବାଥ୍, ହିପ୍ ବାଥ୍, ଷ୍ଟିମ୍ ବାଥ୍, ସ୍ପାନାଲ ସ୍ପ୍ର, ଇମାସନ୍ ବାଥ୍, ଅଣ୍ଡର ୱଟର ମାସଜ ଇତ୍ୟାଦି ଆଧୁନିକ ଉପକରଣ ସହଯୋଗରେ ବିଶିଷ୍ଟ ଚିକିତ୍ସା ବିତ ଓ ଥେରାପିଷ୍ଟ ଙ୍କ ଦ୍ଵାରା ବିନା ଓଷଧ ତଥା ରାସାୟନିକ ସାମଗ୍ରୀ ପ୍ରୟୋଗ ବିନା ପଞ୍ଚଭୂତ ଯଥା-ଜଳ, ମାଟି, ଅଗ୍ନି, ବାୟୁ ଏବଂ ଆକାଶ ର ସହୋଜଗରେ ଚିକିତ୍ସା କରାଯାଇଥାଏ ।ଏହା ଦ୍ବାରା ରକ୍ତଚାପ, ମଧୁମେହ, ମୋଟାପା, ମୁଣ୍ଡବ୍ୟଥା, ଏସିଡିଟି, ଅନିଦ୍ରା, ଇତ୍ୟାଦି ରୋଗର ନିରାକରଣ କରାଯାଇଥାଏ,ବୋଲି ଆରୋଗ୍ୟ ଗ୍ରାମ ର ମୁଖ୍ୟ ଚିକିତ୍ସା କ ଡ ପ୍ରରାସ (ପ୍ରାକୃତିକ ଚିକିତ୍ସା ବିତ୍) ମତ ବ୍ୟକ୍ତ କରିଥିଲେ।

ଆରୋଗ୍ୟ ଗ୍ରାମ ତଥା ମହାନ୍ ସଂଘ ଓ ମହାନ୍ ହେଲଥ ଇନ୍ସ୍ତିଚୁସନ ଆଣ୍ଡ ରିସର୍ଚ୍ଚ ଫାଉଣ୍ଡସନ ର ଅଧ୍ୟକ୍ଷ ବିଶିଷ୍ଟ ସମାଜସେବୀ ସୁଶାନ୍ତ କୁମାର ସାବତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ କାଯ୍ୟକ୍ରମରେ ପ୍ରଫେସର ଡ ସ୍ୱୟଂପ୍ରଭା ପ୍ରଧାନ ,ଅବସର ପ୍ରାପ୍ତ ପ୍ରଫେସର ବିଶିଷ୍ଟ ଚିକିତ୍ସା ବିତ ଡ କମଳାକାନ୍ତ ପାଣିଗ୍ରାହୀ ସ୍ବାସ୍ଥ୍ୟ ଯତ୍ନ ପ୍ରତି ପ୍ରାକୃତିକ ଚିକିତ୍ସା ର ଅବଦାନ ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ।

ସମ୍ପାଦକ ପ୍ରଶାନ୍ତ କୁମାର ପାତ୍ର ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ରୁପକାନ୍ତ ସାମନ୍ତରାୟ ଧନ୍ୟବାଦ୍ ପ୍ରଦାନ କରିଥିଲେ। ଦକ୍ଷିଣ ଓଡ଼ିଶାରେ ପ୍ରଥମ ପ୍ରାକୃତିକ ଚିକିତ୍ସା କେନ୍ଦ୍ର ଆରୋଗ୍ୟ ଗ୍ରାମ ଶ୍ରୀ ସାବତ ଙ୍କ ପ୍ରଚେଷ୍ଟାରେ ପ୍ରତିଷ୍ଟିତ ହୋଇଥିବାରୁ ଏହି ଅବସରରେ ତାଙ୍କୁ ଉପଢୋଉକନ୍ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

୨୦ ଶଯ୍ୟା ବିଶିଷ୍ଟ ଏଇ ପ୍ରାକୃତିକ ଚିକିତ୍ସା କେନ୍ଦ୍ର ଭବିଷ୍ୟତ ରେ ୨୦୦ ଶଯ୍ୟା ବିଶିଷ୍ଟ ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା ସହ ଥେରାପିଷ୍ଟ ଟ୍ରେନିଂ ଓ ନେଚରପାଥି କଲେଜ ଖୋଲା ଯାଇ ଓଡ଼ିଶା ବାସୀ ଙ୍କୁ ଅଧିକ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯିବ ବୋଲି ଅଧ୍ୟକ୍ଷ ଶ୍ରୀ ସାବତ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମ ରେ ବହୁ ବିଶିଷ୍ଟ ବ୍ୟକ୍ତି, ଗଣମାଧ୍ୟମ ବ୍ୟକ୍ତିତ୍ଵ ଓ ବୁଦ୍ଧିଜୀବୀଙ୍କ ସମେତ ସଂଘର ଶ୍ରୀ ରବି ରଥ,ଭୀଷ୍ମ ଆଚାର୍ଯ୍ୟ ଚୌଧୁରୀ, ପ୍ରକାଶ ବାଜନୀ, ପି ରାମାରାଓ ସୁବୁଦ୍ଧି, ଭି ରବି କୁମାର ଗୁପତା, ପି ବୁଚି ବାବୁ, ଡ୍ ମୋହନ ରାଓ,ଅଶୋକ ବ୍ରହ୍ମା, ସମୀର ଆଚାର୍ଯ୍ୟ, ଲଲାଟେନ୍ଦୁ ଚୌଧୁରୀ,ବିନୋଦ କୁମାର ପଣ୍ଡା, ଡି କେ ରାଓ, ଶ୍ରୀମତୀ ନଳିନୀ ସାହୁ, ସୁଜାତା ପଟନାୟକ, ମୀନା ଦାସ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।