“ନବରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ବିଧାୟକ ସଦାଶିବ ପ୍ରଧାନୀଙ୍କ ହାତ ମୁଠା ଟାଣ ହେବାରେ ଲାଗିଛି ।

26

ନବରଙ୍ଗପୁର , ୦୪/୦୮/୨୨ ( ଜିଲ୍ଲା ଖବର ) : ବିଜେଡି ରେ ସାମିଲ ହେଲେ ଶତାଧିକ ଯୁବଗୋଷ୍ଠୀ lମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉତ୍ତମ ଶାସନ ପଦ୍ଧତି ଏବଂ ସଚୋଟ ରାଜନୀତି କୁ ବିଶ୍ୱାସ କରି ସଦାବେଳେ ଦଳରେ ଅନେକ କର୍ମୀ ଯୋଗଦାନ କରୁଛନ୍ତି l

ଆଜି ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ ନନ୍ଦାହାଣ୍ଡି ବ୍ଲକ ଗୋରଡୁଗୁଡ଼ା ଗ୍ରାମ ଠାରେ ବିଜେଡି ର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା I

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ସ୍ୱଚ୍ଛ ନିର୍ମଳ ଭାବମୂର୍ତୀ ତଥା କାର୍ଯ୍ୟକଳାପ ରେ ଅନୁପ୍ରାଣିତ ହୋଇ I ମାନ୍ୟବର ନବରଙ୍ଗପୁର ବିଧାୟକ ଶ୍ରୀଯୁକ୍ତ ସଦାଶିଵ ପ୍ରଧାନୀ ଙ୍କ ନେତୃତ୍ୱରେ ବିମାଳିଗୁଡା ଗ୍ରାମପଞ୍ଚାୟତ ର ଶତାଧିକ ବରିଷ୍ଠ ଓ ଯୁବକ ଭାଇ ମାନେ ବିଜେପି ଓ କଂଗ୍ରେସ ଦଳ ତ୍ୟାଗ କରି ବିଜୁ ଜନତା ଦଳ ରେ ବିଧିବଦ୍ଧ ଭାବରେ ଯୋଗଦେଇଥିଲେ I

ବିଧାୟକ ପୂଷ୍ପୋମାଲ୍ୟ ଦେଇ ନୂତନ ଭାବର ଯୋଗଦେଇଥିବା ସଦସ୍ଯ ମାନଙ୍କୁ ଦଳରେ ସ୍ୱାଗତ କରିବା ସହ ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ନନ୍ଦାହାଣ୍ଡି ବ୍ଲକ ଅଧକ୍ଷା ଶ୍ରୀମତୀ ରଶ୍ମିତା ମାଝୀ, ନନ୍ଦାହାଣ୍ଡି ବ୍ଲକ ଜୋନ-୨ ଜିଲ୍ଲାପରିଷଦ ସଭ୍ୟ ଶ୍ରୀଯୁକ୍ତ ଅରୁଣ କୁମାର ମିଶ୍ର (ପିଣ୍ଟୁ ), ନନ୍ଦାହାଣ୍ଡି ବ୍ଲକ ଉପାଧକ୍ଷ ଶ୍ରୀଯୁକ୍ତ ସଦନ ଗୌଡ,ନନ୍ଦାହାଣ୍ଡି ବ୍ଲକ ସାସଂଦ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ସୁନିଲ ସାହୁ ,ନନ୍ଦାହାଣ୍ଡି ବ୍ଲକ ବିଧାୟକ ଙ୍କ ପ୍ରତିନିଧି ତଥା ବ୍ଲକ୍ ବିଜେଡି ସଭାପତି ଶ୍ରୀଯୁକ୍ତ ଦୟାନିଧି ବିଷୟୀ,

ନନ୍ଦାହାଣ୍ଡି ବ୍ଲକ ମହିଳା ସଭାପତି ଶ୍ରୀମତୀ କୌଶଲ୍ୟା ବିଶୋଇ ,ନନ୍ଦାହାଣ୍ଡି ବ୍ଲକ ଯୁବ ବିଜେଡି ସଭାପତି ଶ୍ରୀଯକ୍ତ ପୁରନ୍ଦର ଭତ୍ରା,ବ୍ଲକ ଛାତ୍ର ବିଜେଡି ସଭାପତି ଆଶିସ କନ୍ଧପାନ,ଲ୍ୟାମ୍ପସ ସଭାପତି ଶ୍ରୀଯୁକ୍ତ ଲକ୍ଷ୍ମୀ ନାରାୟଣ ମାଝି ,ସରପଞ୍ଚ ,

ସମିତିସଭ୍ୟ ଓ ସଭ୍ୟା ଏବଂ ବିଜୁ ଜନତା ଦଳର ସମସ୍ତ ନେତୃବର୍ଗ ଏବଂ କର୍ମକର୍ତ୍ତା ଉପସ୍ଥିତ ଥିଲେ Iନୂତନ ଭାବର ଯୋଗଦେଇଥିବା ସଦସ୍ଯମାନଙ୍କୁ ନନ୍ଦାହାଣ୍ଡି ବିଜୁ ଜନତା ଦଳ ତରଫରୁ ଶୁଭେଛା ଏବଂ ଅଭିନନ୍ଦନ ଜଣା ଯାଇଥିଲା I