Wednesday, October 14, 2026
Home ଆଞ୍ଚଳିକ ପଞ୍ଚତ୍ରିଂଶତମ ରାଜ୍ଯସ୍ତରୀୟ ସନ୍ଥ ତୁଳସୀ ଦାସଜୀ ଜୟନ୍ତୀ ଉତ୍ସବ” ମହାସମାରୋହରେ ଆରମ୍ଭ ହୋଇଯାଇଛି।

ପଞ୍ଚତ୍ରିଂଶତମ ରାଜ୍ଯସ୍ତରୀୟ ସନ୍ଥ ତୁଳସୀ ଦାସଜୀ ଜୟନ୍ତୀ ଉତ୍ସବ” ମହାସମାରୋହରେ ଆରମ୍ଭ ହୋଇଯାଇଛି।

62

କଟକ , ୦୪/୦୮/୨୨ ( ଜିଲ୍ଲା ଖବର ) : କଟକ ର ବାଣିପୀଠ ଶ୍ରୀରାମଚନ୍ଦ୍ର ଭବନ ଠାରେ ଓଡିଶା ର ଆଧ୍ଯାତ୍ମିକ ଅନୁଷ୍ଠାନ ତୁଳସୀ ସାହିତ୍ୟ ସଂସଦ ପକ୍ଷରୁ ଗତ ଅଗଷ୍ଟ ୦୨ ତାରିଖ ଦିନ ନବଦିବସୀୟ

“ପଂଚତ୍ରିଂଶତମ ରାଜ୍ଯସ୍ତରୀୟ ସନ୍ଥ ତୁଳସୀ ଦାସଜୀ ଜୟନ୍ତୀ ଉତ୍ସବ” ମହାସମାରୋହରେ ଆରମ୍ଭ ହୋଇଯାଇଛି।

ଏହି ନବଦିବସୀୟ ଆଧ୍ଯାତ୍ମିକ କାର୍ଯ୍ୟକ୍ରମ ରେ ରାଜ୍ଯସ୍ତରୀୟ ତୁଳସୀ ସାହିତ୍ୟ ଆଲୋଚନାଚକ୍ର, ତୁଳସୀ ସାହିତ୍ୟ ସଂସଦ ର ରାଜ୍ଯ ସମ୍ମିଳନୀ, ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ, ଓ ପ୍ରବଚନ ର କାର୍ଯ୍ୟକ୍ରମ ରହିବା ସହ ଭାରତବର୍ଷର ବହୁ ବିଶିଷ୍ଟ ବିଦ୍ବାନ, ଗବେଷକ, ପଣ୍ଡିତ ଓ ବକ୍ତାମାନେ ଯୋଗ ଦେବାର କାର୍ଯ୍ୟକ୍ରମ ମଧ୍ଯ ରହିଛି।

ପ୍ରତ୍ଯେକ ଦିନର ଏହି ଆଧ୍ଯାତ୍ମିକ ଆଲୋଚନାଚକ୍ର ଓ ପ୍ରବଚନ କାର୍ଯ୍ୟକ୍ରମ ରେ ତୁଳସୀ ସାହିତ୍ୟ ସଂସଦର ସଭାପତି ଅଧ୍ଯକ୍ଷତା କରିବେ ବୋଲି କୁହନ୍ତି ସଂସଦର ସାଧାରଣ ସମ୍ପାଦକ ମାନସ ଦାସ।
କଟକ ରୁ ରାଜେନ୍ଦ୍ର ଛୋଟରାୟ ଙ୍କ ରିପୋର୍ଟ ଜିଲ୍ଲା ଖବର ।