
ରାୟଗଡ଼ା , ୦୪/୦୮/୨୨ (ଜିଲ୍ଲା ଖବର ) : ଗୁଣି ସନ୍ଦେହରେ ଯୁବକଙ୍କୁ ହତ୍ୟା କଲେ ଗାଁ ବାସିନ୍ଦା। ଖସି ପଳାଇଲେ ଦୁଇ ପୁଅ। ଏପରି ଘଟଣା ସାମ୍ନାକୁ ଆସିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଡୁଡୁକାବାହାଲ ପଞ୍ଚାୟତ ଟିଟିଗୁଡା ଗାଁରୁ, ସୂଚନା ଅନୁସାରେ ଦଇ ମାଝି ସ୍ତ୍ରୀ ଓ ଦୁଇ ପୁଅଙ୍କୁ ଧରି ଘରେ ସୋଇଥିବା ବେଳେ ଗାଁ ଲୋକେ ଗୁଣୀଗାରେଡ଼ି କରି ଲୋକଙ୍କୁ ନଷ୍ଟ କରିଦେଉଛୁ ବୋଲି ପାଟି ତୁଣ୍ଡ ଓ ଗାଳି ଗୁଲଜ କରି ଗାଁ ଲୋକ ଏକାଠି


ହୋଇ ରାତି ପ୍ରାୟ ୧୨ ଟା ବେଳ ବାପା ଓ ଦୁଇ ପୁଅକୁ ପ୍ରଥମେ ବାନ୍ଦିଦେଇ ନିର୍ଦ୍ଧମ ପିଟିଥିଲେ କୌଶଳ କ୍ରମେ ଦୁଇ ପୁଅ ଦୂର୍ଯ୍ୟ ମାଝି ଓ ଲାଲୁ ମାଝି ଖସି ପଳାଇଲେ କିନ୍ତୁ ପିତା ଦଇ ମାଝି ଖସିନପରିବାରୁ ତାଙ୍କୁ ପିଟିପିଟି ହତ୍ୟା କରିଦେଇଛନ୍ତି। ଏହି ଘଟଣା ସମୟର ପରିବାର ବର୍ଗ ସ୍ଥାନୀୟ ଟିକିରି ପୋଲିସ କୁ ସୁଚନା ଦେଇଥିଲେ ମଧ୍ୟ ପୋଲିସ ପହଞ୍ଚି ନଥିଲା।


ଗାଁରେ ପୁର୍ବରୁ ଗୁଣିଗାରେଡି ସନ୍ଦେହରେ ଅନେକଥର ମାରପିଟ କରିଥିଲେ ଓ ଥାନାରେ ଅଭିଯୋଗ କରିଛନ୍ତି କିନ୍ତୁ ପୋଲିସର ନିଷ୍କ୍ରିୟତା ଯୋଗୁଁ ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ ହୋଇଛି, ବର୍ତ୍ତମାନ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ଓ ଜଣକୁ ଅଟକ ରଖି ପଚରାଉଚରା କରୁଛି ବୋଲି ଏସଡିପିଓ ଦିବ୍ୟଜ୍ୟୋତି ଦାଶ କହିଛନ୍ତି। ବର୍ତ୍ତମାନ ଦୁଇ ପୁଅ ଟିକିରି ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି ତାଙ୍କ ଆବସ୍ତା ଗୁରୂତର ଥିବା ଜଣାପଡିଛି। ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।



