ଶିକ୍ଷାକୁ ଗୁରୁତ୍ଵ ଦେଇ ଶିଶୁ ମିତ୍ର ପଞ୍ଚାୟତ ଗଠନ ନିମନ୍ତେ ପଦଯାତ୍ରା

310

ନବରଙ୍ଗପୁର , ୦୪/୦୮/୨୨ ( ଜିଲ୍ଲା ଖବର ) : ନବରଙ୍ଗପୁର ଜିଲ୍ଲାର ରେ ସାକ୍ଷରତା ଓ ସଚେତନତା ଅଭାବରୁ ବାଲ୍ୟ ବିବାହ ଭଳି କଳଙ୍କିତ ପ୍ରଥା ଆଜି ମଧ୍ୟ କାୟମ ରହିଛି ।

ପରମ୍ପରା ନାମରେ କିଶୋରୀ ବାଳିକା ମାନଙ୍କୁ ବିବାହ ବନ୍ଧନ ରେ ବାନ୍ଧିଦେଇ ଅକାଳରେ ମରଣ ମୁହଁ କୁ ଠେଲି ଦେଉଛନ୍ତି ପିତାମାତା ଓ ସମ୍ପର୍କୀୟ । ପରିପକ୍ଵ ବୟସ ପୂର୍ବରୁ ମାତୃତ୍ଵ ଲାଭକରି ଅକାଳରେ ଝଡିଯାଉଛନ୍ତି କିଶୋରୀ ବାଳିକା ।

ତେବେ ଜିଲ୍ଲା ରେ ଏହି ଭଳି କୁତ୍ସିତ ପ୍ରଥାର ବିଲୋପ ପାଇଁ କଣ୍ଟାମାଳ ଗ୍ରାମ ପଞ୍ଚାୟତ ତରଫରୁ ତପ୍ତରତା ପ୍ରକାଶ ପାଇଛି । ଶିକ୍ଷାକୁ ଗୁରୁତ୍ଵ ଦେଇ ଶିଶୁ ମିତ୍ର ପଞ୍ଚାୟତ ଗଠନ, ବାଲ୍ୟବିବାହ ମୁକ୍ତ ପଞ୍ଚାୟତ ଘୋଷଣା ନିମନ୍ତେ ଜିଲ୍ଲା ପ୍ରଶାସନ , ଆକ୍ସନଏଡ ଓ ପଞ୍ଚାୟତ ମିଳିତ ପ୍ରୟାସ ରେ ଏକ ଯୋଜନାବଦ୍ଧ କାର୍ଯ୍ୟକ୍ରମ ପ୍ରସ୍ତୁତି କରାଯାଇ ଗ୍ରାମ ଗୁଡିକରେ ସଚେତନତା କାର୍ଯ୍ୟ କ୍ରମ ଚାଲୁ ରହିଛି।ଏହି ଉଦ୍ଦେଶ୍ୟରେ ଆଜି କଣ୍ଟାମାଳ ସରକାରୀ ଉଚ୍ଚବିଦ୍ୟାଳୟ ପରସରରେ ସମସ୍ତ ଛାତ୍ର ଛାତ୍ରୀ ,ଶିକ୍ଷକ ,ଜାତି ସମାଜର ମୁଖ୍ୟ , ଅଙ୍ଗନବାଡି କର୍ମୀ ,ଆଶା କର୍ମୀ , ସ୍ଵୟଂ ସହାୟକ ର ମହିଳା ଓ ଗାଁ କଲ୍ଯାଣ ସମିତି ମେମ୍ବର ମାନଙ୍କୁ ନେଇ ସରପଞ୍ଚ ବବିତା ମାଝି ଙ୍କ ସଭାପତିତ୍ଵ ରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।

ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପାପଡା ହାଣ୍ଡି ବ୍ଲକର ସିଡିପିଓ ତଥା ବାଲ୍ୟବିବାହ ନିଷେଧ ଅଧିକାରୀ ଏସେ ଗୀତା କମ ବୟସରେ ମାତୃତ୍ଵ ଲାଭ କରିବାର ସମସ୍ୟା ଓ ଅପୃଷ୍ଟିର କୁପରିଣାମ ଉପରେ ଆଲୋକପାତ କରିବା ସହିତ, ମାତୃ ମୃତ୍ୟୁ ଓ ଶିଶୁ ମୃତ୍ୟୁ ରୋକିବାର ବିଭିନ୍ନ ଦିଗ ଉପରେ ବୁଝାଇଥିଲେ । ପରେ ପରେ ଆକ୍ସନଏଡ ର ଜିଲ୍ଲା ସଂଯୋଜକ ଫକିର ଚରଣ ରାଉତ ଶିଶୁ ଅଧିକାର ,ଶିଶୁ ଶ୍ରମିକ ଓ ବାଲ୍ୟବିବାହ ଆଇନ ର ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ସହିତ ଅଧାରୁ ପାଠ ଛାଡିଥିବା ସମସ୍ତ ଶିଶୁ ମାନଙ୍କୁ ପୁର୍ନରବାର ବିଦ୍ଯାଳୟକୁ ଫେରାଇ ଆଣିବା ଉପରେ ଗୁରୁତ୍ଵ ଆରୋପକରିଥିଲେ ।

ପରେ ସମସ୍ତ ଛାତ୍ର ଛାତ୍ରୀ ,ଶିକ୍ଷକ ,ଜାତି ସମାଜର ମୁଖ୍ୟ , ଅଙ୍ଗନବାଡି କର୍ମୀ ,ଆଶା କର୍ମୀ , ସ୍ଵୟଂସହାୟକ ଗୋଷ୍ଠି ର ମହିଳା ଓ ଗାଁ କଲ୍ଯାଣ ସମିତି ମେମ୍ବର ମାନଙ୍କୁ ନେଇ ଏକ ସଚେତନ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଥଲା । ବାଲ୍ୟବିବାହ କରିବା ନାହିଁ , ଶିଶୁ ଶ୍ରମିକ ବନ୍ଦ କର , ସମସ୍ତେ ପଢିବା ସମସ୍ତେ ବଡିବା ,ଝିଅ ହେଲେ ପାଠୋଇ ଘର ଯିବଆଗେଇ ଆଦି ସ୍ଲୋଗାନ ଦେଇ ଶୋଭାଯାତ୍ରା କାରୀମାନେ କଣ୍ଟାମାଳ ଗ୍ରାମ ପଞ୍ଚାୟତର ସମସ୍ତ ଗ୍ରାମକୁ ପରିଭ୍ରମଣ କରିଥିଲେ ।


ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନ ଶିକ୍ଷକ ବିଦ୍ଯାଧର ସାହୁ , ସହକାରୀ ଶିକ୍ଷକ ତେଜରାଜ ହୋତା , ଜ୍ୟୋତିରଞ୍ଜନ ନାୟକ , ଦେବବ୍ରତ ପାଣିଗ୍ରାହୀ, ସନ୍ତୋଷ କୁମାର , ପାପଡା ହାଣ୍ଡି ବ୍ଲକ ର ପଛୁଆ ବର୍ଗ ସମାଜର ସଭାପତି ସରତ ଜାଲ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ରାଜକିଶୋର ରାଓ , ମହିଳା ସୁପରଭାଇଜର ସୁକାମିନୀ ରଶ୍ମୀ ମାଝି ,

ବ୍ଲକ ସଂଯୋଜକ ଉତ୍ତମ କୁମାର ବିଶ୍ଵାଳ, ସ୍ଵଚ୍ଛାସେବୀ ମନୋରଞ୍ଜନ ବିଶୋଇ , ଜଗନ କୁମାର ପାତ୍ର , କବି ସାବ୍ୟସାଚୀ ବିଶୋଇ, ସମସ୍ତ ଅଙ୍ଗନବାଡି କର୍ମୀ , ଆସା କର୍ମୀ ପ୍ରମୁଖ ଆଲୋଚନାରେ ଭାଗନେଇ ବାଲ୍ୟବିବାହ ଆଇନ ର ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ସହିତ ଅଧାରୁ ପାଠ ଛାଡିଥିବା ସମସ୍ତ ଶିଶୁ ମାନଙ୍କୁ ପୁର୍ନରବାର ବିଦ୍ଯାଳୟକୁ ଫେରାଇ ଆଣିବା ଉପରେ ଗୁରୁତ୍ଵ ଆରୋପକରିଥିଲେ ।