Home ଆଞ୍ଚଳିକ ଚିନିଶିଳ୍ପ ଚାଲିବା ଅନିଶ୍ଚିତତା

ଚିନିଶିଳ୍ପ ଚାଲିବା ଅନିଶ୍ଚିତତା

62

ଆସିକା,୧/୨୦(ଖିରୋଦ ଚନ୍ଦ୍ର ବେହେରା) ; ଗଞ୍ଜାମ ଜିଲ୍ଲାର ୧୬ଟି ବ୍ଲକରେ ହଜାର ହଜାର ହେକ୍ଟରରେ ହେଉଥିବା ଆଖୁ ଫସଲ ଶୁଖିଲା ପଡିଥିବା ବେଳେ ଚଳିତ ବର୍ଷ ଚିନିଶିଳ୍ପ ଚାଲିବା ଅନିଶ୍ଚିତତା ଦେଖାଦେଇଛି । ଏସିଆ ମହାଦେଶରେ ସର୍ବ ପ୍ରଥମେ ଆସିକା ସମବାୟ ଚିନିଶିଳ୍ପଟି ରାଜ୍ୟର ଏକ ମାତ୍ର ସମବାୟ ଚିନିଶିଳ୍ପ ରୁପେ ରହିଛି । ଏହି ଚିନିଶିଳ୍ପ ଗଞ୍ଜାମ ଜିଲ୍ଲାର ୧୬ଟି ବ୍ଲକରେ ୬ହଜାର ୨ଶହ ଏକର ଜମିରେ ୨୮ ଶହ ୮୦ ଜଣ ଚାଷି ଆଖୂଚାଷ କରିଛନ୍ତି । ଆଖୁଚାଷ ଡିସେମ୍ବର ମାସରେ ପରିପକ୍ୱ ହୋଇ ପେଢିବା ପାଇଁ ଉପ ଯୋଗୀ ହୋଇଥାଏ । ଏହାକୁ ଭିତିକରି ଚିନିଶିଳ୍ପ ଡିସେମ୍ବର ମାସ ପ୍ରଥମ ସପ୍ତାହରେ ପେଢା ଆରମ୍ଭ ହୋଇଥାଏ । ସର୍ବ ଭାରତୀୟ ସ୍ତରରେ ଏହି ନିୟମ ରହିଛି । ଏହି ନିୟମ ଅନୁଯାୟୀ ଆଖୂ ପେଢୁଥିବା ସରାକରୀ ଚିନିଶିଳ୍ପକୁ କେନ୍ଦ୍ର ସରକାର ଏକ ପ୍ରୋତ୍ସାହନ ଭତା ପ୍ରଦାନ କରିଥାନ୍ତି । ବର୍ତମାନ କିଛି ବର୍ଷ ହେଲା ଆସିକା ସମବାୟ ଚିନିଶିଳ୍ପ କର୍ତୃପକ୍ଷଙ୍କ ଦାୟିତ୍ୱହୀନ ଓ ବିଳମ୍ବ ନିତୀ ଯୋଗୁଁ ଏହି ସମସ୍ୟା ଉପୁଜିଛି ।

ଚିନିଶିଳ୍ପ ଆଖୂ ପେଢା ପୂର୍ବରୁ ଚିନିଶିଳ୍ପ ମରାମତି ପାଇଁ ପରିଚାଳନା ପରିଷଦ ବିଭିନ୍ନ ନିଷ୍ପତି ନେବାରେ ଅହେତୁକ ବିଳମ୍ବ । ଚିନିଶିଳ୍ପ ମରାମତି ପାଇଁ ଅନେକ ଯନ୍ତ୍ରାଶଂ ରାଜ୍ୟ ବାହାରୁ ଆସିଥାଏ । ଚଳିତବର୍ଷ ମରାମତି ପାଇଁ ବର୍ତମାନ ଏକ ମାସ ତଳେ ସେଟ୍ରିଂ ଫ୍ୟୁଗାଲ ପ୍ୟୁରିଫାଏ ଟ୍ୟାଙ୍କ ଯନ୍ତ୍ରାଶଂ ଆସିବା ପରେ ରାଜ୍ୟ ବାହର ଠିକା ସଂସ୍ଥା ଦ୍ୱାରା ଖୁବ କମ ଶ୍ରମିକଙ୍କ ଦ୍ୱାରା ମରାମତି କରାଯାଇଛି । ସେହିଭଳି ଦଶ ଦିନ ତଳେ ବ୍ରଏଲର ପାଇପ ଆସି ମରାମତି କାର୍ଯ୍ୟ ବର୍ତମାନ ଆରମ୍ଭ ହୋଇଛି ଏବଂ ଡି.ଏମ. ୱାଟର ସ୍ପିଙ୍କଲର କାର୍ଯ୍ୟ ମନ୍ଥର ଗତିରେ ଚାଲିଛି । ଏହା ସଜାଡିବା ପାଇଁ ଏକ ମାସ ଲାଗିଯିବ । ଚାଷି ଓ ପ୍ରଶାସନର ଚାପରେ ତରବରିଆ ଭାବେ ଆସନ୍ତା ୧୦ ତାରିଖରେ ଚାଲିବ ବୋଲି ଚିନିଶିଳ୍ପ ଇଞ୍ଜିନିୟର ମୁଖ୍ୟ ସୂଚନା ପ୍ରଦାନ କରିଥିବା ବେଳେ ମରାମତି କରୁଥିବା ଠିକା ସଂସ୍ଥା ଓ ଚିନିଶିଳ୍ପ ଶ୍ରମିକ ମାନେ ଏହା ଚାଲିବା ସମ୍ଭବ ନୁହେଁ ବୋଲି ମତ ବ୍ୟକ୍ତ କରିଛନ୍ତି ।

ସେହିଭଳି ୧୦ ତାରୀଖରେ ନାମକୁ ମାତ୍ର କାରଖାନା ଚଳାଇ ପୁଣି ମରାମତି ପାଇଁ ଜାନୁୟାରୀ ଶେଷ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଗତବର୍ଷ ୮୪ ହଜାର ୭୭୨ ଟନ ଆଖୁ ପେଢା ଯାଇଥିବା ବେଳେ ଏହି ବର୍ଷ ୧ଲକ୍ଷ ୨୦ ହଜାର ଟନ ଆଖୁ ପେଢୀବା ଧାର୍ଯ୍ୟ ଲକ୍ଷ୍ୟ କରାଯାଇଛି । ଦୈନିକ ୨୬ ଶହ ଟନ ଆଖୂ ପେଢିବା କ୍ଷମତା ଥିବା ବେଳେ ନାମକୁ ମାତ୍ର ଦୈନିକ ୧ହଜାର ରୁ ୧୨ ଶହ ଟନ ମଧ୍ୟରେ ପେଢା ହେଉଛି । ଅଧିକ ପେଢିଲେ ଚିନିଶିଳ୍ପର ବିଭିନ୍ନ ବିଭାଗରେ ଯନ୍ତ୍ରାଶଂ ଭାଙ୍ଗିରୁଜି ଯାଉଛି । ଏକ ଲକ୍ଷ ଟନ ଆଖୁ ବିଲରେ ଫୁଲ ଫୁଟି ମୁଳରେ ପାଣି ନଥାଇ ଶୁଖୁଛୁ । ଆଖୂଚାଷୀ ଚାଷ ପାଇଁ ବିହନ,ସାର ପାଇଁ ସ୍ଥାନୀୟ ବ୍ୟାଙ୍କରୁ ଲକ୍ଷ ଲକ୍ଷ ଟଙ୍କା ଋଣ କରୁଛି ।

ଶେଷରେ ଋଣ କରିଥିବା ଚାଷି ଆତ୍ମହତ୍ୟା ଭଳି ଘଟଣା ଘଟିବାର ସମ୍ଭାବନା ରହିଛି । ଦିର୍ଘ ଦିନ ଧରି ବର୍ଷା ନାହିଁ । ଆଖୁ ଚାଷ ପାଇଁ ଉଦ୍ଧିଷ୍ଟ ଉଠା ଜଳସେଚନ ଗୁଡିକ ମରାମତି ଅଭାବରୁ ବନ୍ଦ ରହିଛି । ଏହିଭଳି ଏକ ସମ୍ବଦନଶୀଳ ଘଟଣାରେ ଗଞ୍ଜାମ ଆଖୁଚାଷି ସଂଘ, ଜିଲ୍ଲା ପ୍ରଶାସନ,ସ୍ଥାନୀୟ ଜନ ପ୍ରତିନିଧି ସାଙ୍ଗକୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଆଖୁ ଚାଷୀଙ୍କ ପାଇଁ କୈାଣସି ଦାବୀ କିମ୍ବା ପଦକ୍ଷେପ ନେଉନଥିବା ଜଣାଯାଇଛି । ଏହିଭଳି ଭାବେ ଚାଷିଙ୍କ ପ୍ରତି ପ୍ରଶାସନ ଗୁୁରୁତର ଦେଇ ତୁରନ୍ତ ଆସିକା ସମବାୟ ଚିନିଶିଳ୍ପ ଠାରେ ଏକ ସମିକ୍ଷା ବୈଠକ କରି ଚିନିଶିଳ୍ପ ଚାଲିବା ପାଇଁ ପଦକ୍ଷେପ ନେବା ପାଇଁ ଚାଷି ଓ ବୁଦ୍ଧିଜୀବୀ ମହଲରେ ଦାବୀ ହୋଇଛି ।