Thursday, November 12, 2026
Home ଆଞ୍ଚଳିକ ପ୍ରତିଶୃତି ପରେ ଆନ୍ଦୋଳନ ରୁ ଓହରିଲେ ଉତ୍କଳ ସାମ୍ବାଦିକ ସଂଘ ।

ପ୍ରତିଶୃତି ପରେ ଆନ୍ଦୋଳନ ରୁ ଓହରିଲେ ଉତ୍କଳ ସାମ୍ବାଦିକ ସଂଘ ।

50

ଭଞ୍ଜନଗର , ୦୩/୦୮/୨୨ ( ଜିଲ୍ଲା ଖବର ) : ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ବର୍ଷ ବର୍ଷ ଧରି ଲାଗି ରହିଥିବା ବିଭିନ୍ନ ରୋଗୀସେବା ସମସ୍ୟା କୁ ସମାଧାନ କରିବା ଦାବିରେ ,ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଂଘ, ମୂଖ୍ୟ ଚିକିତ୍ସାଳୟ ପାଖରେ ଧାରଣାରେ ଉପନିତ।
ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ବହୁତ ଡ଼ାକ୍ତର ଓ ନର୍ସ ପଦବୀ ଖାଲି ପଡ଼ିଛି। ଏହି ସମସ୍ୟା ବର୍ଷ ବର୍ଷ ଧରି ଲାଗି ରହି ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡିଛି। ଏହାକୁ ଦୃଷ୍ଟି ଦେଇ, ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଂଘ ସମସ୍ୟାର ସମାଧାନ ପାଇଁ, ସ୍ଥାନୀୟ ଉପଜିଲ୍ଲାପାଳଙ୍କୁ ସିଡି ଏମ୍ ଓ ଙ୍କ ଉଦେଶ୍ୟରେ ଅଭିଯୋଗ ଶୁଣାଣି ସମୟରେ ଜୁଲାଇ ୨୫ ତାରିଖ ୨୦୨୨ରେ ଲିଖିତ ଭାଵରେ ଅଭିଯୋଗ ଦେଇଥିଲେ।

ଏବଂ ଏହି ସମାସ୍ୟାର କିଛି ସମାଧାନ ନ ହେଵାରୁ , ଶାନ୍ତି ପୁର୍ଣ ଆନ୍ଦୋଳନ କୁ ଓଲ୍ଲାଇଥିଲେ। ତେଣୁ ଆଜି ୩/୦୮/୨୦୨୨ ତାରିଖରେ ଉତ୍କଳ ସାମ୍ବାଦିକ ସଂଘ ର ସଭାପତି ଶ୍ରୀ ଜୟକୃଷ୍ଣ ପଟ୍ଟନାୟକ ଙ୍କ ନେତୃତ୍ବ ରେ, ସଂଘ ର ସଦସ୍ୟ ମାନେ, ଚିକିତ୍ସାଳୟରେ ଡ଼ାକ୍ତର ଙ୍କ ନିଯୁକ୍ତି ସହିତ ଅନ୍ୟାନ୍ୟ ରୋଗୀ ସେବା ସମାସ୍ୟ ର ସମାଧାନ ପାଇଁ, ଵିଭିନ୍ନ ସ୍ଲୋଗାନ ଦେଇ ଯଥା – ୩୦ ଯାଗାରେ ୧୩ ସେବିକା ରୋଗୀସେବା କରିବ କିଏ?, ବିନା ଡ଼ାକ୍ତର ରେ SNCU ଶିଶୁ ମରିଲେ ଦାୟି କିଏ ?

ସର୍ଜରି ,ପାଥୋଲଜି, ଚକ୍ଷୁ ଡ଼ାକ୍ତର ପଦଵୀ ତୁରନ୍ତ ପୁରଣ କର, ଉପଖଣ୍ଡ ନା ପ୍ରାଥମିକ ମେଡ଼ିକାଲ୍ ଏହାର ଉତ୍ତର ଦବ କିଏ? ଇତ୍ୟାଦି ସ୍ଲୋଗାନ ଦେଇ, ଭଞ୍ଜନଗର ସହର ପରିକ୍ରମା କରିବା ସହିତ, ଵର୍ତମାନ ର ଉପଖଣ୍ଡ ଚିକିତ୍ସାଳୟ ପାଖରେ ଧାରଣାରେ ବସିଥିଲେ। ଏହି ଆନ୍ଦୋଳନ କୁ ସଫଳ କରିବା ପାଇଁ ସାମ୍ବାଦିକ ସଂଘ ପକ୍ଷରୁ ବିଭିନ୍ନ ଅନୁଷ୍ଠାନ ମାନଙ୍କୁ ନିଵେଦନ କରାଯାଇଥିଲା।

ଉତ୍କଳ ସାମ୍ବାଦିକ ସଂଘ ର ଏହି ନିଷ୍ପତ୍ତି କୁ, ଭଞ୍ଜନଗର ର ବରିଷ୍ଠ ନାଗରିକ ମଞ୍ଚ ର ସଭାପତି ଶ୍ରୀ ସମୋନାଥ ନାୟକ, ଗଞ୍ଜାମ୍ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ର ସାଧାରଣ ସମ୍ପାଦକ ଶ୍ରୀ ପ୍ରଦ୍ୟୁମ୍ନ ପାତ୍ର, ସଂପାଦକ ଶ୍ରୀ ରବିନ୍ଦ୍ର ଗୌଡ଼, ବିଶ୍ୱମ୍ବର ଜେନା ଙ୍କ ସମେତ, ବିଭିନ୍ନ ସଂଗଠନ ଯଥା, ବିପଦରବନ୍ଧୁ, ବିଶ୍ୱହିନ୍ଦୁ ପରିଷଦର ଶ୍ରୀ ମୁରଲୀଧର ପଣ୍ଡା, ରାଧାକୃଷ୍ଣ ପାଠାଗାର, ରାଜ୍ୟ ମହିଳା ସଂଘ ଭଞ୍ଜନଗର ଶାଖା, ସ୍ପେଛାସେବି ବାର୍ଡ଼ ଅନୁଷ୍ଠାନ, ଭଞ୍ଜନଗର କଂଗ୍ରେସ ସଭାପତି, ଓ ବାଉଁଶଲୁଣ୍ଡି ନଦିଆ ସଂଘ ର କର୍ମକର୍ତ୍ତା ମାନେ ସାମ୍ବାଦିକ ସଂଘ କୁ ସମର୍ଥନ ଜଣାଇ ଚିକିତ୍ସାଳୟର ଅବହେଳା ବିଷୟରେ ନିଜ ନିଜର ମତାମତ ଉପସ୍ଥାପନା କରିଥିଲେ।
ସୂଚନାଯୋଗ୍ୟ, ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ସ୍ୱାସ୍ଥିୟ ସେଵା ଉପରେ , ନୟାଗଡ଼, କନ୍ଧମାଳ ଓ ଗଞ୍ଜାମ୍ ଜିଲ୍ଲା ର ଜନସାଧାରଣ ନିର୍ଭର ଶିଳ।

ଏହି ଚିକିତ୍ସାଳୟ ୧୦୦ ଶଯ୍ୟା ବିଶିଷ୍ଟ ହୋଇଥିଲେ ମଧ୍ୟ ତାଠାରୁ ଢେର୍ ଅଧିକା ଲୋକ ଚିକିତ୍ସା ପାଇଁ ଆସୁଛନ୍ତି। ଏଠାରେ ୨୪ ଜଣ ଡ଼ାକ୍ତର ଵଦଳରେ ୧୨ ଜଣ, ସେଥିରେ ୨ ଜଣ ଡେପୁଡେସନ୍ ରେ ଅଛନ୍ତି, ୩୪ ଜଣ ନର୍ସ ବଦଳରେ ୨୦ଜଣ ପଦୋନ୍ନତି ପାଇ ବର୍ତ୍ତମାନ ଡେପୁଡେସନ୍ ରେ ଯାଇଛନ୍ତି,ଓ ଏଵେ ସୁଧା ୭ ଜଣ ନିୟମିତ ଏବଂ ୬ ଜଣ ନର୍ସ ଠିକାରେ କାର୍ଯ୍ୟରତ। ଏଥସହ ଅନ୍ୟାନ୍ୟ ପଦପଦବୀ ଖାଲି ପଡ଼ିଛି।ତେଣୁ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇ ପଡିଛି। ଉତ୍କଳ ସାମ୍ବାଦିକ ସଂଘର ସମସ୍ତ ସଦସ୍ୟ, ଭଞ୍ଜନଗର ଚିକିତ୍ସାଳୟର ଅବହେଳିତ କାର୍ଯ୍ୟ କୁ ନେଇ ଆନ୍ଦୋଳନରେ ବସିଥିବା ଦେଖି ସ୍ଥାନୀୟ ପ୍ରଶାସନ ଚିନ୍ତାରେ ଆସିଯାଇଥିଲେ।

ଏବଂ ଏହାର ସମାଧାନ ପାଇଁ ସ୍ଥାନୀୟ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଜ୍ୟୋତି ଶଙ୍କର ରାୟ , ଆନ୍ଦୋଳନ ସ୍ଥଳକୁ ଆସି ପ୍ରତିଶ୍ରୁତି ଦେଇଥିଲେ। ସେ କହିବା ମୁତାବକ ୩ ଜଣ MBBS କୁ ସଂଗେ ସଂଗେ ନିଯୁକ୍ତି ଦିଆଯାଇଛି ଓ କିଛି ଦିନ ପରେ ଅନ୍ୟ ଗୁରୁତ୍ୱ ପୂର୍ଣ ବିଭାଗ ର ଡ଼ାକ୍ତର ଙ୍କୁ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ , ଉତ୍କଳ ସାମ୍ବାଦିକ ସଂଘ ଆନ୍ଦୋଳନ କୁ ସ୍ଥଗିତ କରାଇଥିଲେ। ଶେଷରେ SDMO ବା ସ୍ତ୍ରୀ ରୋଗ ବିଶେଷଜ୍ଞ ଡ଼ାକ୍ତର ଶ୍ରୀ ସିତାଂଶୁ ଶେଖର ସତପଥି ସରକାରୀ ଚିକିତ୍ସାଳୟ ଉପରେ ନିଜର ମତ ରଖିଥିଲେ। ଆଗାମୀ ଦୀନରେ ଯଦି ରୋଗୀ ସେବା ସମସ୍ୟା ନ ସୁଧୁରିଲା, ତେବେ ଅନ୍ୟାନ୍ୟ ସଂଘ ମଧ୍ୟ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓଲ୍ଲାଇବ ବୋଲି ପ୍ରଶାସନ କୁ ଅବଗତ କରାଇଛନ୍ତି।