

ଆସିକା,୧/୨୦(ଖିରୋଦ ଚନ୍ଦ୍ର ବେହେରା) ; ଆସିକା ଥାନା ଅନ୍ତର୍ଗତ ଖାରିଆ ଗ୍ରାମପଚାଂୟତର ଯୁବ ବିଜେଡି ନେତା ବାହାନ ଲେଙ୍କାଙ୍କୁ ୩୧.୧୨.୨୦୧୮ ମସିହାରେ ଜିରୋ ନାଇଟରେ ଅତି ନିକଟରୁ ଗୁଳି କରି ହତ୍ୟା କରାଯାଇଥିଲା । ଏହାର ସ୍ମୃତି ଉଦେ୍ଧଶ୍ୟରେ ଆଜି ଖାରିଆ ପଚାଂୟତ ଠାରେ ମୃତୁ ବାହନ ଲେଙ୍କାଙ୍କ ଫଟୋଚିତ୍ର ଧରି ଶହ ଶହ ଯୁବକ କ୍ୟାଣ୍ଡେଲ ଶୋଭାଯାତ୍ରା କରି ଗାଁ ପରିକ୍ରମା କରିଥିଲେ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜିରୋ ନାଇଟ କରିବା ପାଇଁ ଆସିକା ସହରରୁ କଲେଜ ରାସ୍ତା ଦେଇ ବାହାନ ଲେଙ୍କା ଓ ତାଙ୍କ ସାଙ୍ଗ ରଞ୍ଜିତ ସହ ମିଠା ଓ ଡାଏରୀ ଧରି ନିଜ ଗ୍ରାମ ଖାରିଆ ଯାଉଥିବା ବେଳେ କଲେଜ ରୋଡ ସ୍ଥିତ ଡି-ପଲ ସ୍କୁଲ ମୁଖ୍ୟ ରାସ୍ତା ଠାରେ ସଂଘବଦ୍ଧ ଭାବେ ଦୃବୃତ ମାନେ ଚଳନ୍ତା ମୋଟର ସାଇକେଲରେ ଯାଉଥିବା ବେଳେ ଗୁଳି କରି ହତ୍ୟା କରିଥିଲେ । ଏହି ଘଟଣା ସେତେବେଳେ ଜିଲ୍ଲାର ଏକ ପ୍ରମୁଖ ଘଟଣା ହୋଇଥିଲା । ପୋଲିସ ମୁଖ୍ୟ ଅପରାଧି ଦୁଇ ଭାଇକୁ ବହୁ ବ୍ୟବଧାନରେ ଧରି ଏନକାଉନଟଂର କରିଥିଲା । ଅପରାଧି ମାନେ ସେତେବେଳେ ପୂର୍ବ ଶତ୍ରୁତାକୁ ନେଇ ବାହନ ଲେଙ୍କାଙ୍କୁ ହତ୍ୟା କରିଥିଲେ । ଏହି କେସର ସମସ୍ତ ଅପରାଧି ଆସିକା ସବଜେଲରେ ଥିବା ବର୍ତମାନ କୋର୍ଟରେ ବିଚାରଧୀନ ରହିଛି । ମୃତ୍ୟୁ ବାହନ ଲେଙ୍କା ଖାରିଆ ପଚାଂୟତର ସରପଚଂ ଅରବିନ୍ଦ ଲେଙ୍କାଙ୍କ ବଡ ଭାଇ । ସେ ବିଜେଡିର ଜଣେ ଆଗଧାଡିର ଯୁବ ନେତା ଥିଲେ ।



