
ଆସିକା , ୦୩/୦୮/୨୨ ( ଜିଲ୍ଲା ଖବର ) : ସର୍ବପୁରାତନ ଆସିକା ଚିନୀଶୀଳ୍ପ ପରିଦର୍ଶନ ରେ ରାଜ୍ୟ ଶ୍ରମ ମନ୍ତ୍ରୀ ଶିକାନ୍ତ ସାହୁ l ମନ୍ତ୍ରୀ ଆଜି ଚିନିଶିଳ୍ପ ବୁଲି ଦେଖିବା ସହିତ କାରଖାନାର ସଭା ଗୃହ ଠାରେ ବହୁ ପଦାଧିକାରୀ, ସ୍ଥାନୀୟ ବିଧାୟକ ଓ ବୁଦ୍ଧିଜୀବୀ ଙ୍କ ସହ କାରଖାନା ର ବିକାଶ ଓ ଆଖୁ ଚାଷୀ ଙ୍କ ଆର୍ଥିକ ଉନ୍ନତି ଓ ଶ୍ରମିକ ଙ୍କ ସମସ୍ୟା ନେଇ ଆଲୋଚନା କରିଥିଲେ l


ବିଭିନ୍ନ ସମସ୍ୟା ଯୋଗୁଁ ଆଖୁଚାଷ ଠାରୁ ମୁହଁ ଫେରାଇ ଥିବା ଚାଷୀ ଙ୍କୁ ପ୍ରୋଛାହନ ଦିଆଯାଇ କିଭଳି ଚାଷୀ ପୁନର୍ବାର ଆଖୁ ଚାଷ ପ୍ରତି ଆକୃଷ୍ଠ କରାଯିବ ସେନେଇ


ଏହି ବୈଠକରେ ଆଲୋକପାତ ହୋଇଥିବା ବେଳେ କ୍ଷତି ରେ ଚାଲିଥିବା କାରଖାନାକୁ କିଭଳି ରାଜ୍ୟ ସରକାର ଅଧିକ ସହାୟତା ଯୋଗାଇଦେବେ ସେନେଇ ମଧ୍ୟ ଆଲୋଚନା ହୋଇଥିଲା l


କ୍ଷତିରେ ଚାଲିଥିବା ଏସିଆ ମହାଦେଶର ସର୍ବବୃହତମ ଆସିକା ଚିନି ଶିଳ୍ପ କୁ ପୁନର୍ବାର ଲାଭଦାୟକ ଶିଳ୍ପରେ ପରିଣତ କରିବା ନେଇ ମନ୍ତ୍ରୀ ତାଙ୍କ ଗ୍ରସ୍ତ


ସମୟରେ ପ୍ରାଧାନ୍ୟ ଦେଇଥିବା ବେଳେ ମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ କୁ ପ୍ରଶଂସା କରିଛନ୍ତି ଅଞ୍ଚଳର ବୁଦ୍ଧିଜୀବୀ l


