
ଗଜପତି , ୦୩/୦୮/୨୨ ( ଜିଲ୍ଲା ଖବର ) : ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ମାଣିକପୁର ଗ୍ରାମପଞ୍ଚାୟତ ନିକଟ ଇନ୍ଦିରାବାସ ସାହିରେ ଘଟିଛି ଏପରି ନିନ୍ଦାନୀୟ ଘଟଣା l ପରକ୍ରିୟା ପ୍ରୀତି ଯୋଗୁଁ ମହିଳା କୁ ଅଟକ ରଖିବା ସହ ଦୁଇ ଯୁବକଙ୍କୁ ସୋଲାର ଖୁଣ୍ଟ ରେ ବାନ୍ଧିଲେ ଇନ୍ଦିରାବାସ ଗ୍ରାମବାସୀ l


ମାଣିକପୁର ଇନ୍ଦିରା ବାସର କୁମାରୀ ନାୟକଙ୍କ ସ୍ୱାମୀ ଦାଦନ ଖଟିବାକୁ ଅନ୍ୟତ୍ର ଯାଇଥିବା ବେଳେ ଗଞ୍ଜାମ ଜିଲ୍ଲା ନୂଆପଡା ଗ୍ରାମର ରବୀ ଗୌଡ଼ଙ୍କ ସହ ସମ୍ପର୍କ ରଖି ତିନି ମାସର ଗର୍ଭବତୀ ହୋଇଛନ୍ତି l କୁମାରୀଙ୍କ ଡଜନ୍ ଟି ପିଲାଛୁଆ ଥିବା ସେ କହିଛନ୍ତି ।

8ଟି ପୁଅ ଦୁଇଟି ଝିଅ ଏବଂ ଦୁଇଟି ସନ୍ତାନ ମାରିଥିବା କୁମାରୀ ନିଜେ କହିଛନ୍ତି l ତେବେ ଏହି ଘଟଣା କୁ ଗ୍ରାମବାସୀ ବାରମ୍ବାର ବିରୋଧ କରି ଆସୁଥିଲେ ମଧ୍ୟ କୁମାରୀ ଏହାକୁ କର୍ଣ୍ଣ ପାତ୍ କରୁନଥିଲେ ।

ସବୁଦିନ ଭଳି ଆଜି କୁମାରୀ ଘରକୁ ରବି ଓ ତା ସହଯୋଗୀ ଆସିଥିବା ବେଳେ ଗ୍ରାମବାସୀ କାବୁକରି ଖୁଣ୍ଟରେ ବାନ୍ଧି ଦେଇଥିଲେ l ପରେ ବୁଝାସୁଝା ହେବାରୁ ଦୁଇଜଣ ଯୁବକଙ୍କୁ ଗାଁ ଲୋକେ ଛାଡି ଦେଇଥିଲେ l

ତେବେ କୁମାରୀ ଙ୍କ ଏହି ପରକ୍ରିୟାପ୍ରୀତି ଘଟଣା କୁ ଗ୍ରାମବାସୀ ନିନ୍ଦା କରିଛନ୍ତି l
ଗଜପତି ଜିଲ୍ଲା ମୋହନା ବ୍ଲକ ରୁ ବର୍ଷା ରାଣୀ ଙ୍କ ରିପୋର୍ଟ ଜିଲ୍ଲା ଖବର।



