Saturday, November 14, 2026
Home ଆଞ୍ଚଳିକ ବିପର୍ଯ୍ଯୟ ପ୍ରସମନ ଶିବିର ।

ବିପର୍ଯ୍ଯୟ ପ୍ରସମନ ଶିବିର ।

52

ଗୁଣପୁର, ୦୩/୦୮/୨୨ ( ଜିଲ୍ଲା ଖବର ) : ରାଷ୍ଟ୍ରୀୟ ବିପର୍ଯ୍ୟୟ ପ୍ରସମନ ବଳ, ତୃତୀୟ ବାହିନୀ, ମୁଣ୍ଡଳୀ କଟକ ଦ୍ବାରା ବିପର୍ଯ୍ୟୟ ମୁକାବିଲା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଗୁଣପୁର ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗୁଣପୁର ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପକ, ଅଧ୍ୟାପିକାମାନଙ୍କ ସମେତ ସ୍ଥାନୀୟ ଥାୟରାମ୍ମା ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ଏବଂ ଅଧ୍ୟାପକ ଅଧ୍ୟାପିକାମାନେ ଅଂଶଗ୍ରହଣ କରିଥିଲେ । ଏ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ତଥା ମୁଖ୍ୟ ବକ୍ତା ଭାବରେ ଇନ୍ସପେକ୍ଟର ଆର୍.ରୁଙ୍ଗସୁଙ୍ଗ ଓ ଶ୍ରୀ ବିବେକ ପାଣ୍ଡେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ଯଥା- ବିଜୁଳି, ଭୂମିକମ୍ପ, ବାତ୍ଯା, ବନ୍ଯା ତଥା ଅନ୍ୟାନ୍ୟ ଦୁର୍ଘଟଣାରୁ କିପରି ରକ୍ଷା ପାଇ ପାରିବେ ସେ ସଂପର୍କରେ ସମ୍ଯକ ସୂଚନା ପ୍ରଦାନ କରିଥିଲେ । ସେହିପରି ଉକ୍ତ ଦଳର ଶ୍ରୀ ଶୁଭେନ୍ଦୁ ପତି ଓ ଶ୍ରୀ ସୁଧାଂଶୁ ଶେଖର ପତି ବ୍ଯାବହାରିକ ରୀତିରେ ସରଞ୍ଜାମ ପ୍ରଦର୍ଶନ କରି ଦେଖେଇଥିଲେ । କୈ।ଣସି ବିପର୍ଯ୍ୟୟର ସମ୍ମୁଖୀନ ହେଲେ ଛାତ୍ର ଛାତ୍ରୀ ମାନେ କିପରି ନିଜର ରକ୍ଷା କରିବା ସହ ଅନ୍ୟ ମାନଙ୍କ ରକ୍ଷା କରି ପାରିବେ ସେଥି ପାଇଁ ଏ କାର୍ଯ୍ୟକ୍ରମରେ ବିଭିନ୍ନ ଉପାୟ ଶିଖାଇଥିଲେ। ଏହି କାର୍ଯ୍ୟକ୍ରମରେ ଗୁଣପୁର ମହାବିଦ୍ୟାଳୟର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଓ ଜାତୀୟ ସେବା ଯୋଜନାର ସେୱଛାସେବୀମାନେ ବହୁଳ ଭାବରେ ଯୋଗଦାନ କରିବା ସହ ସୁପରିଚାଳନା କରିଥିଲେ।

ଗୁଣପୁର ରୁ ରାମନାଥ ମହାନ୍ତିଙ୍କ ରିପୋର୍ଟ ଜିଲ୍ଲା ଖବର ।