ଆସିକା,୧/୨୦(ଖିରୋଦ ଚନ୍ଦ୍ର ବେହେରା) ; ଆସିକା ବ୍ଲକ ୨୭ଟି ପଚାଂୟତକୁ ନେଇ ୭ଟି ସ୍ଥାନରେ ଧାନମଣ୍ଡି ବିଧିବଦ୍ଧ ଭାବେ କେବଳ ଆରମ୍ଭ କରାଯାଇ ପରବର୍ତୀ ସମୟରେ ବନ୍ଦ ହୋଇଯାଇଛି । ଯାହାଫଳାରେ ଚାଷି ଧାନ ଦେଇ ନପାରି ମୁଣ୍ଡରେ ହାତ ଦେଇ ବସିଛି । ବସ୍ତାବସ୍ତା ଧାନ ଖଳାମାଳ, ଗାଁ ରାସ୍ତା ଏବଂ ଘର ଦାଣ୍ଡରେ ପଡିି ରହିଛି । ବର୍ଷସାରା ଚାଷି ଧାନ ଅମଳ ପାଇଁ ବିହନ,ସାର,ମୁଲ ଦେବା ପାଇଁ ଅପେକ୍ଷା କରିଥିବା ବେଳେ ଚାଷି ଦେଇ ପାରି ନାହିଁ । ଅନେକ ଚାଷୀ ସ୍ଥାନୀୟ ବିଭିନ୍ନ ବ୍ୟାଙ୍କରୁ ଋଣ ଆଣିଥିବା ବେଳେ ଏହା ପରିଶୋଧ କରି ପାରୁନାହିଁ । ସରକାର ଚାଷି ପଞ୍ଜିକରଣ କରି ଟୋକେନ ମାଧ୍ୟମରେ ଧାନ ମଣ୍ଡିରେ ଧାନ ସଂଗ୍ରହ କରିବା କଥା କହୁଥିବା ବେଳେ ପୁଣି ପୂର୍ବଭଳି ଧାନ ସଂଗ୍ରହ କରାଯିବ ବୋଲି ଜିଲ୍ଲା ପ୍ରଶାସନ କହୁଛି । ଏହି ଛକ ପଞ୍ଜା ମଧ୍ୟରେ ମଣ୍ଡି ଖୋଲୁ ନାହିଁ । ସ୍ଥାନୀ ସରପଚଂ , ରାଜନେତା , ବିଡିଓ ,ସମବାୟ ସମିତିକୁ ଅଭିଯୋଗ କରିଲେ କୈାଣସି ପ୍ରଭାବ ପଡୁନାହିଁ । ଆସିକା ବ୍ଲକର ୨୭ଟି ପଚାଂୟତାରେ ୮୫୦୦ ଏକର ଜମିରେ ଧାନ ଫସଲ ହୋଇଛି । ତୁରନ୍ତ ନିୟମିତ ମଣ୍ଡି ଖୋଲି ଚାଷିଙ୍କ ଧାନ ନେବା ପାଇଁ ବିିଭିନ୍ନ ଚାଷି ସଂଗଠନ ଓ ରାଜନୈତିକ ଦଳ ପକ୍ଷରୁ ଦାବୀ କରାଯାଇଛି ।



