ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ହଇଜା ସଚେତନତା କାର୍ଯ୍ୟକ୍ରମ ।

45

ନବରଙ୍ଗପୁର , ୦୩/୦୮/୨୨ ( ଜିଲ୍ଲା ଖବର ) : ନବରଙ୍ଗପୁର ଜିଲ୍ଳା ନନ୍ଦାହାଣ୍ଡି ବ୍ଳକ ରେ ଦିନକୁ ଦିନ ହଇଜା ବୃଦ୍ଧି ପାଇବାରେ ଲାଗିଛି l କିଛି ଦିନ ହେବ ଧଣ୍ଡରା ପଞ୍ଚାୟତର ଖଡ଼ିଆଗୁଡା ଓ ପିତାକୁମୁଲି ଠାରେ ଝାଡବାନ୍ତି ସଂକ୍ରମଣ କମି ବାର ନା ଧରୁନି l

ଜଣେ ଲୋକ ମୃତ୍ୟୁ ବରଣ କରିଥିବାର ମଧ୍ୟ ସୂଚନା ମିଳିଛି l ଭୟ ରେ ଅଞ୍ଚଳ ବାସି ରହୁଛନ୍ତି l ସରକାର ଙ୍କ ତରଫରୁ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ ମାନ କରାଯାଉଛି l

ଲୋକ ସଚେତନ ହେଲେହେଁ ରୋଗ କୁ ଦୁରେଇ ଦେଇ ପାରିଵା l ଧଣ୍ଡରା ପଞ୍ଚାୟତ ର ପୋଡଶି ପଞ୍ଚାୟତ ହେଉଛି ମେଣ୍ଟ୍ରି l ସେହି ରାସ୍ତା ଦେଇ ବହୁ ଲୋକ ବ୍ଳକ ଅଫିସ ଯିବା ଆସିବା କରିଥାନ୍ତି l ଏଣୁ ଏହି ରୋଗ ବ୍ୟାପିବାକୁ ନ ଦେବା ପାଇଁ ଲୋକ ମାନଙ୍କୁ ସଚେତନ କରିବା ପାଇଁ ମେଣ୍ଟ୍ରି ସରକାରୀ ଉଚ୍ଚ ବିଦ୍ୟାଳୟ ର ପିଲାମାନଙ୍କୁ ନେଇ ଏକ ସଚେତନ କାର୍ଯ୍ୟକ୍ରମ କରାଯାଇଛି l

ସ୍କୁଲର ପିଲା ମାନଙ୍କୁ ନେଇ ଗ୍ରାମରେ ପରିକ୍ରମା କରାଯାଇ ଥିଲା l ଗୀତ ଓ ସ୍ଲାଗାନ ମାଧ୍ୟ୍ୟମରେ ଲୋକ ମାନେ ସଚେତନ କରାଯାଇଥିଲା l ବାହାରେ ଝାଡା ନ ଯିବା,ଖାଇବା ପୂର୍ବରୁ ଭଲଭାବେ ହାତ ଧଇବା,ଗରମ ଖାଦ୍ୟ ଖାଇବା, ପରିବେଶ କୁ ସଫା ରଖିବା ପାଇଁ ସଚେତନ କରାଯାଉଛି l

ଅଙ୍ଗନବାଡି ପାଖରେ ସ୍କୁଲ ପିଲା ମାନଙ୍କ ଦ୍ଵାରା ସଫେଇ କରାଯାଇଥିଲା l ଗ୍ରାମର ବିଭିନ୍ନ ସ୍ଥାନରେ ବ୍ଲିଚିଙ୍ଗ ପାଉଡର ପକାଇ ସଫା ରଖିବାକୁ ସଚେତନ କରାଯାଇଛି l

ସେଥିରେ ସ୍କୁଲ ସଭାପତି ସୁରେନ୍ଦ୍ର ହରିଜନ, ଖଗପତି ବିଷୋୟୀ,ପ୍ରଧାନ ଶିକ୍ଷକ ପବିତ୍ର କୁମାର ମିଶ୍ର,ହିନ୍ଦୀ ଶିକ୍ଷକ ମନୱର ନଜର ଖାନ ଗ୍ରାମର ଆଶା ଦିଦି ଏ ଏନ ଏମ ବିଭିନ୍ନ ଭଦ୍ର ବ୍ୟକ୍ତି,ଶିକ୍ଷକ ଶିକ୍ଷୟତ୍ରୀ ଓ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ l