Wednesday, October 14, 2026
Home ଅପରାଧ ବିବାହିତ ମହିଳା ନାଳ ପାଣିରେ ପଡି ମୃତ୍ୟୁ

ବିବାହିତ ମହିଳା ନାଳ ପାଣିରେ ପଡି ମୃତ୍ୟୁ

30
Representational picture

ଆସିକା,୧/୨୦(ଖିରୋଦ ଚନ୍ଦ୍ର ବେହେରା) ; ଆଜ ଦିନ ପ୍ରାୟ ୧୨ଟା ବେଳେ ନଳବଟାଂ ଗ୍ରାମର ରଜତ କୁମାର ପ୍ରଧାନଙ୍କ ବିବାହିତ ଝିଆରୀ ଫିଜା ପ୍ରଧାନ ବୟସ ୨୦ ଗ୍ରାମର ଶେଷ ଭାଗରେ ଥିବା ଗଣ୍ଡନାଳରେ ପଡି ମୃତ୍ୟୁ ହୋଇଥିବା ଜଣାଯାଇଛି । ସେ ଆଜି ଦିନ ୧୧ଟା ବେଳେ ଗଣ୍ଡନାଳକୁ ସ୍ନାନ ଓ ଶୈାଚ ପାଇଁ ଯାଇଥିଲେ । ଦୁର୍ଭାଗ୍ୟବଶତଃ ଗୋଡ ଖସି ଯିବାରୁ ଗଣ୍ଡ ନାଳରେ ପଡିଯାଇଥିଲା । ଘରକୁ ଫେରିବା ବିଳମ୍ବ ଯୋଗୁଁ ପରିବାର ଲୋକ ଖୋଜା ଖୋଜି କରିଥିଲେ । ସନ୍ଦେହ ହେବାରୁ ଗଣ୍ଡନାଳରେ ଖୋଜିଲା ବେଳେ ଫିଜା ବୁଡି ଯାଇଥିବା ଗଣ୍ଡରୁ ଉଦ୍ଧାର କରିଥିଲେ । ତତକ୍ଷଣାତ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ଡାକ୍ତର ଫିଜାକୁ ଦେଖି ମୃତ୍ୟୁ ଘୋଷଣା କରିଥିଲେ । ଫିଜାର କାକା ରଜତ କୁମାର ପ୍ରଧାନଙ୍କ ଲିଖିତ ଅଭିଯୋଗକୁ ଭିତିକରି ଆସିକା ପୋଲିସ ପକ୍ଷରୁ ଅପମୃତ୍ୟୁ ମାମଲା ୧/୨୦୨୦ ରୁଜୁ କରି ମେଡିକାଲ ଠାର ଶବ ବ୍ୟବଚ୍ଚେଦ କରାଯାଇଥିଲା । ଶବ ବ୍ୟବଚ୍ଚେଦ ପରେ ପାକିଡି ଗ୍ରାମର ସ୍ୱାମୀଙ୍କ ପରିବାର ଲୋକ ଫିଜାର ମୃତ ଶରୀରକୁ ପ୍ରଦାନ କରାଯାଇଥିଲା । ଫିଜାର ମର ଶରୀର ପାକିଡି ଗ୍ରାମରେ ପହଁଚିବା ପରେ ଶୋକର ଛାୟା ଖେଳି ଯାଇଥିଲା । ଫିଜା ଏକ ବର୍ଷ ତଳେ ପାକିଡି ଗ୍ରାମର ବସନ୍ତ ସ୍ୱାଇଁଙ୍କୁ ବାହା ହୋଇ ଏକ ପୁତ୍ର ସନ୍ତାନର ଜନନୀ ଥିଲେ ।