Home ଆଞ୍ଚଳିକ ଗଜପତି ଜିଲ୍ଲା ମୋହନା ବ୍ଲକ ଚନ୍ଦ୍ରଗିରି ପଞ୍ଚାୟତ ସଭା ଗୃହ ଠାରେ ଏକ ନୂତନ ବ୍ଲକ...

ଗଜପତି ଜିଲ୍ଲା ମୋହନା ବ୍ଲକ ଚନ୍ଦ୍ରଗିରି ପଞ୍ଚାୟତ ସଭା ଗୃହ ଠାରେ ଏକ ନୂତନ ବ୍ଲକ ପ୍ରତିଷ୍ଠା ନିମନ୍ତେ ବୈଠକ ଅନୁଷ୍ଠିତ ହୋଇ ଯାଇଛି ।

50

ଗଜପତି , ୦୩/୦୮/୨୨ ( ଜିଲ୍ଲା ଖବର ) : ଚନ୍ଦ୍ରଗିରି ଠାରେ ନୂତନ ବ୍ଲକ ପ୍ରତିଷ୍ଠା ନିମନ୍ତେ କମିଟି ଗଠନ ଗଜପତି ଜିଲ୍ଲା ମୋହନା ବ୍ଲକ ଚନ୍ଦ୍ରଗିରି ପଞ୍ଚାୟତ ସଭା ଗୃହ ଠାରେ ଏକ ନୂତନ ବ୍ଲକ ପ୍ରତିଷ୍ଠା ନିମନ୍ତେ ବୈଠକ ଅନୁଷ୍ଠିତ ହୋଇ ଯାଇଛି ।

ବୈଠକରେ ୧୩ ଟି ପଞ୍ଚାୟତର ୧୩ ଟି ସରପଞ୍ଚ ,୧୩ ଟି ସମିତି ମେମ୍ବର ତଥା ପୂର୍ବତନ ଜନ ପ୍ରତିନିଧି ଓ ବୁଦ୍ଧିଜୀବୀ ,ସମସ୍ତ ଯୁବକ ସଂଘ ,ବଣିକ ସଂଘ ,ଡ୍ରାଇଭର ସଂଘ ମାନେ ଉପସ୍ଥିତ ଥିଲେ ।

ସମସ୍ତ ସରପଞ୍ଚ ଓ ସମିତି ମାନଙ୍କୁ ନେଇ ଏକ କମିଟି ଗଠନ ହୋଇଥିଲା । ଏଥିରେ କମିଟିର ସଭାପତି ଭାବେ ଯୁବ ସରପଞ୍ଚ ଯିଖରୀୟ ରଇତ ଉପ ସଭାପତି ଭାବେ ଚନ୍ଦ୍ରଗିରି ସରପଞ୍ଚ ରଜନୀ କାନ୍ତ ପ୍ରଧାନ ମନୋନୀତ ହୋଇଛନ୍ତି । ଚନ୍ଦ୍ରଗିରିକୁ ବ୍ଲକ ଗଠନ କରିବା ନିମନ୍ତେ ଦୀର୍ଘ ୧୯୭୪ ମସିହା ଠାରୁ ଏହି ପ୍ରୟାସ ଜାରି ରହିଥିବା ବେଳେ ଆଗାମୀ ଦିନରେ କିପରି ଏହା ସଫଳ ହେବ ସେନେଇ ଯୁବ ସରପଞ୍ଚ ତଥା କମିଟିର ସଭାପତି ଯୋଜନା କରିବା କୁ ଆହ୍ବାନ ଦେଇଛନ୍ତି ।

ଚନ୍ଦ୍ରଗିରି ଠାରେ ଯେଉଁସବୁ ସୁବିଧା ଉପଲବ୍ଦ୍ଧ ଅଛି ତାହା ଏକ ବ୍ଲକ ହେବା ଅତି ସହଜ ବୋଲି କମିଟିର ସଭାପତି କହିଛନ୍ତି । ଯାହାକି ମେଡିକାଲ ,ପୋଲିସ ,ଶିକ୍ଷା , ଅନ୍ୟାନ୍ୟ କର୍ଯ୍ୟାଳୟ ,ପର୍ଯ୍ୟଟନ ସ୍ଥଳ, ରହିବା ଲାଗି ବଙ୍ଗଳା ସମସ୍ତ ସୁବିଧା ଏଠାରେରହିଛି । ଜିଲ୍ଲାପାଳ ଚିଠି ମାଧ୍ୟମରେ ଯୁବ,କେଶରୀଗୁଡା,ଚୂଡଙ୍ଗପୁର ଇତ୍ୟାଦି ପଞ୍ଚାୟତ ସରପଞ୍ଚ ମାନଙ୍କୁ ସୁନ୍ଦରଡାଙ୍ଗକୁ ଏକ ନୂତନ ବ୍ଲକ କରିବା ନିମନ୍ତେ ମତଦେବାକୁ ଜଣାଇଥିଲେ ।

କିନ୍ତୁ ସମସ୍ତ ସରପଞ୍ଚ ଅନିଚ୍ଛା ପ୍ରକାଶ କରି ଚନ୍ଦ୍ରଗିରି ଠାରେ ବ୍ଲକ ଗଠନ କରିବା ନିମନ୍ତେ ପ୍ରସ୍ତାବ ଦେଇଥିଲେ । ଏଣୁ ଯଥା ଶୀଘ୍ର ଏହାର ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ତଥା ପ୍ରଧାନ ମନ୍ତ୍ରୀଙ୍କୁ ମଧ୍ୟ ଦାବି କରିଛନ୍ତି ।

ଗଜପତି ଜିଲ୍ଲା ମୋହନା ବ୍ଲକ ରୁ ବର୍ଷା ରାଣୀ ଙ୍କ ରିପୋର୍ଟ ଜିଲ୍ଲା ଖବର।