Wednesday, November 11, 2026
Home ଆଞ୍ଚଳିକ କୈଳାଶପୁର ପଞ୍ଚାୟତ ରେ ମାଗିଲେ ମିଳୁନି ମନରେଗା କାମ !!! କେନ୍ଦ୍ର ସରକାରଙ୍କ ଯୋଜନା କୁ...

କୈଳାଶପୁର ପଞ୍ଚାୟତ ରେ ମାଗିଲେ ମିଳୁନି ମନରେଗା କାମ !!! କେନ୍ଦ୍ର ସରକାରଙ୍କ ଯୋଜନା କୁ ଅଣ ଦେଖା ।

156

ରାୟଗଡ଼ା , ୦୩/୦୮/୨୨ ( ଜିଲ୍ଲା ଖବର) : କେନ୍ଦ୍ର ସରକାରଙ୍କ ଦ୍ଵାରା ଖାଦ୍ୟ ସୁରକ୍ଷା ଯୋଜନାରେ ନିରୀହ ଲୋକଙ୍କ ପାଇଁ ଶହେ ଦିନ ମନରେଗା କାମ କରି ପରିବାର ପୋଷଣ କରିବା ପାଇଁ ଆଇନ୍ କାନୁନ୍ ତିଆରି ହୋଇ ଲୋକ ମାନଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ରେ ସାମିଲ୍ କରି ଲୋକଙ୍କୁ ଦୁଇ ମୁଠା ଖାଦ୍ୟ ଯୋଗେଇ ଦେବାକୁ କେନ୍ଦ୍ର ସରକାର ଯୋଜନା ଉପରେ ଯୋଜନା କରି ବସିଛନ୍ତି। କିନ୍ତୁ ଏହାର ଓଲଟା ଦେଖିବାକୁ ମିଳୁଛି ଖୁଦ୍ ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ୍ କୈଳାଶପୁର ଗ୍ରାମ ପଞ୍ଚାୟତ ରେ । ପଞ୍ଚାୟତ ରେ ୨୧ ଗ୍ରାମ ରେ ପ୍ରାୟ ୧୬୩୭ ଘର ବସବାସ କରୁଥିବା ବେଳେ ୧୨୬୭ ଜଣ ଜବ୍ କାର୍ଡ ହିତାଧକାରୀ ଅଛନ୍ତି। କିନ୍ତୁ ଦୁର୍ଭାଗ୍ୟ ର ବିଷୟ ଏହି ଗ୍ରାମ ପଞ୍ଚାୟତ ରେ କୌଣସି ହିତାଧିକାରୀ ପାଉନାହାନ୍ତି ମନରେଗା ଯୋଜନାରେ କାମ। କେନ୍ଦ୍ର ସରକାରଙ୍କ ଯୋଜନା କୁ ଅଣଦେଖା କରୁଥିବା ସାଧାରଣ ରେ ଆଲୋଚନା ହେଉଛି। ଦୁଇ ବର୍ଷ ଆଗରୁ ଲୋକଙ୍କୁ ମନରେଗା ଯୋଜନାରେ କାମ ମିଳୁଥିଲା ବର୍ତ୍ତମାନ କାହିଁକି ମିଳୁନି ମନରେଗା କାମ । ସେଇଥିପାଇଁ ଲୋକମାନେ ପଡ଼ଶି ରାଜ୍ୟ ଆନ୍ଦ୍ର ପ୍ରଦେଶ, କେରଳ, ତାମିଲନାଡୁ, ପରି ରାଜ୍ୟ କୁ ଦାଦନ ଖଟିବାକୁ ଯାଇ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ବୋଲି ବୁଦ୍ଧିଜୀବି ମାନେ ଆଲୋଚନା କରୁଛନ୍ତି। ଏହି ସମସ୍ୟା ନେଇ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାକୁ ସାଧାରଣ ରେ ଦାବୀ ହେଉଛି। ଏହି ସମସ୍ୟା ନେଇ କୋଲନରା ବ୍ଲକ୍ ଏପିଓ ସୁମିତ୍ରା ପାଣଗ୍ରାହୀ ଓ ଜିପିଟିଏ ପ୍ରଦୀପ ଖିଲାର ଙ୍କୁ ଯୋଗାଯୋଗ କରିବାରୁ କୌଣସି ପ୍ରତିକ୍ରିୟା କିଛି ମିଳି ପାରିନାହିଁ।

ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।