Saturday, October 10, 2026
Home ଆଞ୍ଚଳିକ ଚନ୍ଦ୍ରଗିରିକୁ ନୂତନ ବ୍ଲକ୍ ଘୋଷଣା ପାଇଁ ଅଣ୍ଟା ଭିଡଲେ ଜନପ୍ରତିନିଧି ଓ ଅଞ୍ଚଳବାସୀ ।

ଚନ୍ଦ୍ରଗିରିକୁ ନୂତନ ବ୍ଲକ୍ ଘୋଷଣା ପାଇଁ ଅଣ୍ଟା ଭିଡଲେ ଜନପ୍ରତିନିଧି ଓ ଅଞ୍ଚଳବାସୀ ।

48

ମୋହନା , ୦୩/୦୮/୨୨ ( ଜିଲ୍ଲା ଖବର ) : ଦୀର୍ଘ ଦିନର ନିରବତା ପରେ ରାଜ୍ୟର ଦ୍ବିତୀୟ ବୃହତ୍ତମ ବ୍ଲକ୍ ମୋହନାକୁ ବିଭାଜନ କରି ୧୦ ନମ୍ବର ଜୋନ୍ ଚନ୍ଦ୍ରଗିରିକୁ ନୂତନ ବ୍ଲକ୍ ଭାବେ ପ୍ରତିଷ୍ଠା ପାଇଁ ଏବେ ଅଣ୍ଟା ଭିଡିଛନ୍ତି ୧୩ ପଞ୍ଚାୟତ ଅଞ୍ଚଳବାସୀ ।ଚନ୍ଦ୍ରଗିରି ସରପଞ୍ଚ ରଜନୀ କାନ୍ତ ପ୍ରଧାନଙ୍କ ନେତୃତ୍ବରେ, ତେର ଗୋଟି ପଞ୍ଚାୟତର ସମସ୍ତ ନବନିର୍ବାଚିତ ସରପଞ୍ଚ , ସମିତିସଭ୍ୟ ସଭ୍ୟା ଓ ଚନ୍ଦ୍ରଗିରି ଅଞ୍ଚଳର ଶତାଧିକ ବୁଦ୍ଧିଜୀବୀ ଏକତ୍ରିତ ହୋଇ ଚନ୍ଦ୍ରଗିରି ଗ୍ରାମ ପଞ୍ଚାୟତ କାର୍ଯାଳୟ ପରିସରରେ ଗୋଟିଏ ସଭାର ଆୟୋଜନ କରିଥିଲେ ।

ଚନ୍ଦ୍ରଗିରିକୁ ନୂତନ ବ୍ଲକ୍ ଭାବେ ପ୍ରତିଷ୍ଠା କରାଇବା ପାଇଁ “ପ୍ରସ୍ତାବିତ ଚନ୍ଦ୍ରଗିରି ନୂତନ ବ୍ଲକ୍ ପ୍ରତିଷ୍ଠା କ୍ରିୟାନୁଷ୍ଠାନ କମିଟି “ଗଠନ କରିଛନ୍ତି ।ସଭାପତି ଭାବେ ଯୁବ ପଞ୍ଚାୟତ ସରପଞ୍ଚ ଜିକରିୟ ରଇତ ,ଉପସଭାପତି ଚନ୍ଦ୍ରଗିରି ସରପଞ୍ଚ ରଜନୀ କାନ୍ତ ପ୍ରଧାନ, ସମ୍ପାଦକ ଭାବେ ଗୌରୀ ଶଙ୍କର ପ୍ରଧାନି ଏବଂ କୋଷାଧ୍ୟକ୍ଷ ଭାବେ ବାଘମାରୀ ସରପଞ୍ଚ ଜୟସେନ ଶବର ,ଉପଦେଷ୍ଟା ଭାବେ ଅନ୍ତରବା ସରପଞ୍ଚ ରାମ ମାଝୀ ଓ ଭାଜପା ର ସଦସ୍ୟ ବିଶ୍ୱନାଥ ବିଷୋୟୀରତ୍ନଙ୍କୁ ଚୟନ କରାଯାଇଛି ।

ଚନ୍ଦ୍ରଗିରି, ମୋହନା ଅଡ଼ବା ତିନୋଟି ଜୋନ୍ ତଥା ୩୯ ଗୋଟି ପଞ୍ଚାୟତ କୁ ନେଇ ଗଠିତ ମୋହନା ବ୍ଲକରେ ବହୁଦୂର୍ଗମ ଅଞ୍ଚଳ ରହିଥିବା ବେଳେ ସେଥିମଧ୍ୟରୁ ୧୦ ନମ୍ବର ଜୋନ୍ ଚନ୍ଦ୍ରଗିରି ଅଞ୍ଚଳରେ ମଧ୍ୟ ବହୁଦୂର୍ଗମ ତଥା ଅପହଞ୍ଚ ଇଲାକା ରହିଛି ।ଯାହାଫଳରେ ବାଧ୍ୟତାମୂଳକ ଭାବେ ବହୁ ଖର୍ଚାନ୍ତ ସହ ନାନା ସମସ୍ୟା ଦେଇ ମୋହନା ବ୍ଲକ୍ କୁ ଦୌଡଙଛନ୍ତି ଲୋକେ ।

ଏହାକୁ ନେଇ ଏହି ବୈଠକରେ ସମସ୍ତଙ୍କ ସହମତି କ୍ରମେ ଚନ୍ଦ୍ରଗିରିକୁ ନୂତନ ବ୍ଲକ୍ ଭାବେ ପ୍ରତିଷ୍ଠା କରାଇବା ପାଇଁ ଦସ୍ତଖତ ସମ୍ବଳିତ ପ୍ରସ୍ତାବପତ୍ର ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯିବ ବୋଲି ନିଷ୍ପତି ନିଆଯାଇଛି ।ଯଦି ସରକାର ଏଥିପାଇଁ ପଦକ୍ଷେପ ଗ୍ରହଣ ନକରନ୍ତି ତାହେଲେ ଆଗାମୀ ଦିନରେ ଆନ୍ଦୋଳନ ତିବ୍ରତର ହେବ ବୋଲି କହିଛନ୍ତି