
ଗଜପତି , ୦୧/୦୮/୨୨ ( ଜିଲ୍ଲା ଖବର ) : ଗଜପତି ଜିଲ୍ଲା ମୋହନା ବ୍ଲକ ଚନ୍ଦ୍ରଗିରି ଶିବ ମନ୍ଦିର ପ୍ରାଙ୍ଗଣରେ ଥିବା ହନୁମାନ ମନ୍ଦିର ର 2ୟ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି ।
ଏଥିରେ ଅଞ୍ଚଳର ଶତାଧିକ ଭକ୍ତ ଙ୍କ ଉପସ୍ଥିତିରେ ହନୁମାନ ଚାଳିଶା ପାଠ ,ରାମ ଚରିତା ମାନସ ,ସୁନ୍ଦରା କାଣ୍ଡ ,ପ୍ରବଚନ ଦେଇଥିଲେ ଶ୍ରୀ ଉଦ୍ଧବ ବାବା ।



ଶ୍ରୀ ଉଦ୍ଧବ ବାବାଙ୍କ ସହ ତାଙ୍କ ସହଯୋଗୀ ମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଭଜନ କୀର୍ତନ ସହ ଆଧ୍ୟାତ୍ମିକ ଜ୍ଞାନ ଦେଇଥିଲେ । ବହୁତ ଆନ୍ଦର ବିଷୟ ହେଉଛିକି ଅତି କମ ବୟସର ଝିଅ ପ୍ରତିଭା ପ୍ରିୟଦର୍ଶିନି ମିଶ୍ର ଭକ୍ତ ମାନଙ୍କୁ ଭାଗବତ ଗୀତା ବିଷୟରେ ଅତି ସୁନ୍ଦର ଭାବରେ ବୁଝେଇଥିଲେ ।



ସମସ୍ତ ନାମ ଯଜ୍ଞ ଘୃତ ଯଜ୍ଞ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସରିବା ପରେ ଅନ୍ନ ଯଜ୍ଞ ମଧ୍ୟ ହୋଇଥିଲା ।ଏହି କାର୍ଯ୍ୟ କ୍ରମ ଦୁଇଦିନ ଧରି ଚାଲିଥିବା ହନୁମାନ କମିଟିର ର ସଦସ୍ୟ ଅଖୟ କୁମାର ବେହେରା କହିଥିବା ଦେଖିବାକୁ ମିଳିଛି।



ମନ୍ଦିର ପ୍ରତିଷ୍ଠାତା ଶତ୍ରୁଘ୍ନ ସାହୁ ,ହନୁମାନ ମନ୍ଦିର କମିଟି ର ସମସ୍ତ କାର୍ଯ୍ୟ କର୍ତ୍ତା ମାନଙ୍କ ସହ ଗ୍ରାମ ତଥା ଅଞ୍ଚଳର ଆଜୀବନ ସଦସ୍ୟ ମାନେ ଉପସ୍ଥିତ ଥିଲେ ।
ଗଜପତି ଜିଲ୍ଲା ମୋହନା ବ୍ଲକ ରୁ ବର୍ଷା ରାଣୀ ଙ୍କ report



