
ରାୟଗଡ଼ା , ୦୧/୦୮/୨୨ ( ଜିଲ୍ଲା ଖବର) : କାଶିପୁର ବ୍ଲକ ପରେ କଲ୍ୟାଣସିଂହପୁର ବ୍ଲକ ରେ ଝାଡାବାନ୍ତି ବ୍ୟାପିଲା କିନ୍ତୁ ପୂର୍ବ ପ୍ରସ୍ତୁତି ଠିକ୍ ନ ଥିବାରୁ ଆକ୍ରାନ୍ତ ଚିହ୍ନଟ ହେଲା ପରେ ଏବେ ବାହାଘର ବେଳେ ବାଇଗଣ ରୁଆ ଭଳି ପ୍ରଶାସନର ତପ୍ତରତା ହେଉଥିବା ଦେଖିବାକୁ ମିଳିଛି। ବୁଡ଼ାଗୁଡ଼ା ପଞ୍ଚାୟତର ଗୁଋତୁଲି ଗାଁରେ ଏବେ ସମସ୍ତଙ୍କ ନଜର କିନ୍ତୁ ସେହି ପଞ୍ଚାୟତର ବୁଡ଼ାଗୁଡ଼ା ଗ୍ରାମ କଥା ଯଦି କହିବା ତେବେ ସ୍ଥିତି ସାଙ୍ଘାତିକ ନ ହେବ ଆଗକୁ କେହି ବି କିଛି କହି ପାରିବେନି କିନ୍ତୁ ଏପଟେ ଗାଁ ଚାରିଆଡ଼େ ଅଳିଆ ଆବର୍ଜ୍ଜନା ପାଣି ଜମିଥିବା ପାଇଁ ଲୋକ ଭୟଭୀତ ରେ ଅଛନ୍ତି।

ଗାଁ ମୁଣ୍ଡରୁ ଅଙ୍ଗନବାଡ଼ି କେନ୍ଦ୍ର ଦେଇ ଯାଇଥିବା ଡ୍ରେନ ଟିର ଅବସ୍ଥା ଅତି ଶୋଚନୀୟ ଦୀର୍ଘ ଦିନ ହେଲାଣି ଡ୍ରେନ ସଫା ହୋଇନାହିଁ ପଙ୍କ କାଦୁଅ ପ୍ଲାଷ୍ଟିକ ବୋତଲ ପଡ଼ି ଦୁର୍ଗନ୍ଧ ହେଉଛି ଏହାକୁ ଦେଖି ସ୍ବେଚ୍ଛାସେବୀ ସଂଗଠନ ସେବା ସେନା ର ଜିଲ୍ଲା ସଭାପତି ସନ୍ତୋଷ କୁମାର ବଛା ନେତୃତ୍ୱରେ ସମସ୍ତ କର୍ମକର୍ତ୍ତା ଓ ଗ୍ରାମବାସୀଙ୍କ ସହ ମିଶି ଡ୍ରେନ ସଫା କରିବା ପାଇଁ ସ୍ଥାନୀୟ ସରପଞ୍ଚ ଶ୍ରୀରାମ କାଡ଼୍ରାକା ଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଥିଲେ କିନ୍ତୁ ଦୁଇ ସପ୍ତାହ ପରେ ବି ଡ୍ରେନ ସଫା ହୋଇ ନ ଥିବା ଦେଖି ଆଜି ପୁଣି ଗ୍ରାମବାସୀଙ୍କ ସହ ସେବା ସେନା ର କର୍ମକର୍ତ୍ତା ମିଶି କଲ୍ୟାଣସିଂହପୁର ବ୍ଲକ କାର୍ଯ୍ୟାଳୟ କୁ ଯାଇ ଅତିରିକ୍ତ ଗୋଷ୍ଟି ଉନ୍ନୟନ ଅଧିକାରୀ ବଳରାମ ପାତ୍ରଙ୍କୁ ଦାବୀପତ୍ର ପତ୍ର କରିଛନ୍ତି।

ଏବଂ ଯୁଦ୍ଧକାଳୀନ ସମୟ ଭିତରେ ସଫା ନ କରା ଗଲେ ଗ୍ରାମ ବାସୀଙ୍କ ସହ ମିଶି ନିଜେ ସଫା କରି ଯେତିକି ମଇଳା ବାହାରିବ ସେତକ ଅଧା ପଞ୍ଚାୟତ ଏବଂ ଅଧା ବ୍ଲକ କାର୍ଯ୍ୟାଳୟ ରେ ପକେଇବାକୁ ବାଧ୍ୟ ହେବୁ ବୋଲି ସେବା ସେନା ର କର୍ମକର୍ତ୍ତା କହିଛନ୍ତି। ଏହି ଦାବୀପତ୍ର ଦେବା ସମୟରେ ଉପଦେଷ୍ଟା ବଇଦନାଥ କାଡ୍ରାକା , ସଭାପତି ବିଶ୍ଵନାଥ ହିକକା, କୋଷାଧ୍ୟକ୍ଷ ଗଙ୍ଗା ରାଓ ପ୍ରାସ୍କା ସକ୍ରିୟ ସଦସ୍ୟ ସନ୍ତୋଷ ତିଆକା, ଶ୍ରୀକାନ୍ତ କାଡ୍ରାକା, କାମେୟା ତିଆକା ଈଶ୍ୱର କାଡ୍ରାକା ଏବଂ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ରହିଥିଲେ।


