Saturday, November 14, 2026
Home ଆଞ୍ଚଳିକ ମୁନିଗୁଡା କଂଗ୍ରେସ ପକ୍ଷରୁ ଯୁବ ସମ୍ପର୍କ ପଦଯାତ୍ରା।

ମୁନିଗୁଡା କଂଗ୍ରେସ ପକ୍ଷରୁ ଯୁବ ସମ୍ପର୍କ ପଦଯାତ୍ରା।

62

ରାୟଗଡ଼ା , ୦୧/୦୮/୨୨ (ଜିଲ୍ଲା ଖବର) : ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କା ଙ୍କ ଡାକରାରେ ରାୟଗଡ଼ା ଜିଲ୍ଲା ଯୁବ କଂଗ୍ରେସ ସଭାପତି ମୁନିଗୁଡା ବ୍ଲକ ସଭାପତି ନୀଳାମ୍ବର ବିଭାର ଙ୍କ ନେତୃତ୍ୱରେ ମୁନିଗୁଡା ଠାରେ କଂଗ୍ରେସ ପକ୍ଷରୁ ଏକ ଯୁବ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ମୁନିଗୁଡା ସ୍ଥିତ ib ବଙ୍ଗଳା ଠାରୁ କଂଗ୍ରେସ କର୍ମୀମାନେ ବାହାରି ଭୈରବଗଡ ଭୈରବ ମନ୍ଦିର ନିକଟରେ ପୂଜାର୍ଚ୍ଚନା କରିଥିଲେ।

ପରେ ମୁନିଗୁଡା ଡନ୍ ବକ୍ସ ଇଂଲିଶ ମିଡିୟମ ସ୍କୁଲ ନିକଟରୁ ପଦ ଯାତ୍ରାରେ ବାହାରି ମୁନିଖୋଲ ସ୍ଥିତ କନକ ପରମେଶ୍ବରି ମନ୍ଦିର ନିକଟରେ ପହଁଚି ସେଠାରେ ଏକ ସଭାର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡା ଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ରହି ସହଯୋଗ କରିଥିଲେ।

କଂଗ୍ରେସ ନେତା ସ୍ମୃତି ରଞ୍ଜନ ଲେଙ୍କା ଏବଂ ଦୁର୍ଗା ପ୍ରସାଦ ପଣ୍ଡା ଅଞ୍ଚଳର ଯୁବ ସମାଜ ର ଭବିଷ୍ୟତ କୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଉପରେ ବର୍ଶିଥିଲେ। ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।