Home ଅପରାଧ ଏ. ଗୋବିନ୍ଦପୁର ଟୁଟୁ ନାହାକ ହତ୍ୟାକାଣ୍ଡ ରେ ସମ୍ପୃକ୍ତ ଆଉ ୪ ଅଭିଯୁକ୍ତ ଙ୍କୁ ଗିରଫ...

ଏ. ଗୋବିନ୍ଦପୁର ଟୁଟୁ ନାହାକ ହତ୍ୟାକାଣ୍ଡ ରେ ସମ୍ପୃକ୍ତ ଆଉ ୪ ଅଭିଯୁକ୍ତ ଙ୍କୁ ଗିରଫ କଲା ପୋଲିସ ।

22

କବିସୂର୍ଯ୍ୟନଗର , ୩୧/୦୭/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଏ.ଗୋବିନ୍ଦପୁର ଗ୍ରାମର ଟୁଟୁ ନାହାକ ହତ୍ୟାକାଣ୍ଡ ର ଖୁଲସା କରିଛି ପୋଲିସ ।

ଚଳିତ ମାସ ୧୬ ତାରିଖ ଦିନ ଟୁଟୁ କୁ ଅପହରଣ ଓ ପରେ ହତ୍ୟା କରାଯାଇଥିଲା ।

ଏକ ପୁରାତନ ପାରିବାରିକ ବିବାଦ କୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ଆଗରୁ ଦୁଇ ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ । ଆଜି ପୁଣି ଆଉ ଚାରିଜଣ ଅଭିଯୁକ୍ତ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି ।

ଏହି ହତ୍ୟାକାଣ୍ଡ ରେ ବ୍ୟବହାର ହୋଇଥିବା ଗାଡି ଓ ମାରଣାସ୍ତ୍ର ଜବତ ହୋଇଥିବା ବେଳେ ଆଉ ତିନିଜଣ ମଧ୍ଯ ଏବେ ବି ଫେରାର ଥିବା ଗଞ୍ଜାମ ଅତିରିକ୍ତ ଏସପି ବିକେ ମଲ୍ଲିକ ସୂଚନା ଦେଇଛନ୍ତି ।