
ଗଜପତି , ୩୧/୦୭/୨୨ ( ଜିଲ୍ଲା ଖବର ) : ଗଜପତି ଜିଲ୍ଲା ମୋହନା ଥାନା ରେ ଆଜି ଦୁଇ ଜଣ ମୋବଇଲ ଲୁଟେରା କୁ ଧରିଛି ପୋଲିସ l
ସୂଚନା ପ୍ରକାରେ ମୋହନା ଥାନା ଅନ୍ତର୍ଗତ ବେଲପଡା ଗ୍ରାମରେ ଗୋଟିଏ ବାହାଘର ଭୋଜିରେ 5ଟି ମୋବାଇଲ ଚୋରି ହୋଇଥିଲା l



ଏନେଇ ମୋହନା ଥାନାରେ ଅଭିଯୋଗ ହୋଇଥିଲା l ପୋଲିସ ଘଟଣାର ତଦନ୍ତ କରି ପଡ଼ସାହି ର ରାଜେନ୍ଦ୍ର ଜାନି କୁ ଗିରଫ କରିଛି l


ମୋବାଇଲ ଚୋରି କରିଥିବା ଯୁବକ ଲୁହାଗୁଡ଼ି ଗ୍ରାମର ଚକା ମୋହନ ଗୌଡ଼ କୁ ମୋବାଇଲ ବିକ୍ରି କରିଥିବା ସୂଚନା ଦେଇଥିବା ବେଳେ ଚକା କୁ ବି ମୋହନା ପୋଲିସ ଗିରଫ କରିଛି l



ରାଜେନ୍ଦ୍ର ଠାରୁ ପୋଲିସ ଏକ ବାଇକ ବି ଜବତ କରିଛି l ଏନେଇ ସୂଚନା ଦେଇଛନ୍ତି ଆର. ଉଦୟଗିରି ଏସ ଡି ପି ଓ ଦିଲୀପ କୁମାର ନାୟକ l



