Home ଅପରାଧ ଦଣ୍ଡମୁକ୍ତ ଅଞ୍ଚଳ ବିଦ୍ୟାଳୟ ରେ ଛାତ୍ର ଙ୍କୁ ନିସ୍ତୁକ ମାଡ଼ ମାରିଲେ ଶିକ୍ଷକ, କାର୍ଯ୍ୟାନୁଷ୍ଠାନ ଦାବି...

ଦଣ୍ଡମୁକ୍ତ ଅଞ୍ଚଳ ବିଦ୍ୟାଳୟ ରେ ଛାତ୍ର ଙ୍କୁ ନିସ୍ତୁକ ମାଡ଼ ମାରିଲେ ଶିକ୍ଷକ, କାର୍ଯ୍ୟାନୁଷ୍ଠାନ ଦାବି କଲେ ଛାତ୍ର ଙ୍କ ମା ।

96

କବିସୂର୍ଯ୍ୟନଗର , ୩୧/୦୭/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଏ.ବରିଡା ଗ୍ରାମ ରେ ଥିବା ଦଧିବାମନ ବିଦ୍ୟାଳୟର ଜଣେ ପ୍ରଥମ ଶ୍ରେଣୀର ଛାତ୍ର କୁ ଗତକାଲି ଶିକ୍ଷକ ମାଡ ମାରିଥିବାର ଅଭିଯୋଗ ହୋଇଛି । ସୂଚନା ମୁତାବକ ଗତକାଲି ଗ୍ରାମର ନୀଳାଞ୍ଚଳ ମହାରଣା ଙ୍କ ପାଞ୍ଚ ବର୍ଷ ର ପୁଅ ସ୍କୁଲ କୁ ପାଠପଢିବା ପାଇଁ ଯାଇଥିବା ବେଳେ କୌଣସି କାରଣ ବଶତଃ ଶିକ୍ଷକ ତାଙ୍କୁ ନିସ୍ତୁକ ମାଡ଼ ମିରିଥିଲେ l

ଶିକ୍ଷକ ଙ୍କ ମାଡ଼ ଏତେ ଅଧିକ ଥିଲାଜେ ଛତ୍ର ର ପିଠିରେ ଆଜିବି ମାଡ଼ର ଚିହ୍ନ ରହିଛି l ଏହି ଘଟଣାକୁ ନେଇ ଛାତ୍ର ଙ୍କ ପରିବାର ପକ୍ଷରୁ ବିଦ୍ୟାଳୟ ପରିଚାଳନା କମିଟି ଓ ପ୍ରଧାନ ଶିକ୍ଷକ ଙ୍କ ପାଖରେ ଶିକ୍ଷକ ଙ୍କ ଅମାନୁଷିକ କାର୍ଯ୍ୟକୁ ନେଇ ଅଭିଯୋଗ କରାଯାଇଥିବା ବେଳେ ଆଜି ମାଡ ମାରିଥିବା ଶିକ୍ଷକ ଛାତ୍ର ଙ୍କ ଘରେ ଆସି କ୍ଷମା ମାଗିଥିବା ସୂଚନା ମିଳିଛି l

ସେପଟେ ଦଣ୍ଡ ମୁକ୍ତ ଅଞ୍ଚଳରେ ଛାତ୍ର ଙ୍କୁ ଅମାନୁଷିକ ମାଡମରିଥିବା ଶିକ୍ଷକ ଙ୍କ ବିରୋଧରେ ଉଚ୍ଚ କତୃପକ୍ଷ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଛାତ୍ର ଙ୍କ ମା ଦାବି କରିଥିବା ବେଳେ ଆସନ୍ତା କାଲି ବିଦ୍ୟାଳୟ ଖୋଲିଲେ ଏହା ଉପରେ ଆଲୋଚନା କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ କହିଛନ୍ତି ବିଦ୍ୟାଳୟ ପରିଚାଳନା କମିଟି ସଭାପତି l