Saturday, November 14, 2026
Home ଆଞ୍ଚଳିକ ଅଖିଳ ଭାରତ କୃଷକ ସଭା, ଓଡିଶା କୃଷକ ସଭା ଅଖିଳ ଭାରତ କ୍ଷେତ ମଜଦୁର କିସାନ...

ଅଖିଳ ଭାରତ କୃଷକ ସଭା, ଓଡିଶା କୃଷକ ସଭା ଅଖିଳ ଭାରତ କ୍ଷେତ ମଜଦୁର କିସାନ ସଙ୍ଗଠନ ର ଆନ୍ଦୋଳନ ।

47

ଭଞ୍ଜନଗର , ୩୧/୦୭/୨୨ ( ଜିଲ୍ଲା ଖବର ) : ଅଖିଳ ଭାରତ କୃଷକ ସଭା, ଓଡିଶା କୃଷକ ସଭା ଅଖିଳ ଭାରତ କ୍ଷେତ ମଜଦୁର କିସାନ ସଭା ମିଳିତ ଭାବେ ଭାରତ ସଂଯୁକ୍ତ କିସାନ ମୋର୍ଚା ର

ଡାକରାରେ ଦିବା ୧୧ ଟା ଠାରୁ 3ଘଟିକା ଯାଏ ଭଞ୍ଜନଗର ବସାଷ୍ଟାଣ୍ଡ ଠାରେ ଚକା ଜାମ ଆନ୍ଦୋଳନ କରାଯାଇଥିଲା ।


ଅଖିଳ ଭାରତ କୃଷକ ସଭା ର ପୂର୍ବତନ ଜିଲ୍ଲା ସଭାପତି ବରିଷ୍ଠ ଆଇନ ଜୀବି ସୋମନାଥ ନାୟକ, ଅଖିଳ ଭାରତ କ୍ଷେତମଜଦୁର କିସାନ ସଭା ତରଫରୁ ନିରାକାର ନାୟକ, ଓଡିଶା କୃଷକ ସଭା ତରଫରୁ ସ୍ଥାନୀୟ ଶ୍ରମିକ ନେତା ହରିକୃଷ୍ଣ ସାହୁ ସଂଯୁକ୍ତ କିଷାନ ମୋର୍ଚା ଭଞ୍ଜନଗର ସାରାଦେଶରେ ଆଜି ହେଉଥିବା ଚକାଜାମ ଆନ୍ଦୋଳନ ର ନେତୃତ୍ୱ ନେଇଥିଲେ ।

ଏହି ଆନ୍ଦୋଳନ ର ମୁଖ୍ୟ ଉଦେଶ୍ୟ ଥିଲା କୃଷକ ମାନଙ୍କ ଉତ୍ପାଦିତ ପ୍ରତ୍ୟେକ ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ ପାଇଁ ଆଇନ ପ୍ରଣୟନ କରିବା, ବିଦ୍ୟୁତ ବିଲ ଆଇନ ୨୦୨୦ କୁ ପ୍ରତ୍ୟାହାର କରିବା, ତିନି କୃଷକ ବିରୋଧୀ କଳା ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀ ସୀମାରେ ହୋଇଥିବା ୨୦୨୦ ସାଲ ର ଐତିହାସିକ ଆନ୍ଦୋଳନ ରେ ସହିଦ ହୋଇଥିବା

ଚାଷୀ ମାନଙ୍କ ପରିବାରଙ୍କୁ ଉଚିତ ଖତିପୂରଣ ଦେବା ସାଙ୍ଗକୁ ସେମାନଙ୍କ ଉପରେ ହୋଇଥିବା ମକଦମା ପ୍ରତ୍ୟାହାର, ଲଛମୀ ପୁରରେ ତତକାଳୀନ ଶ୍ରମ ମନ୍ତ୍ରୀ ଗାଡି ଚଳାଇ ଚାଷୀମାନଙ୍କ ମାରିଥିବା ଘାଟଣାରେ ଦୋଷୀ କୁ ଉପଯୁକ୍ତ ଦଣ୍ଡ ଦେବା ଦାବିରେ ଓ ଢ଼ିଙ୍କିଆ ରେ ଗିରଫ ହୋଇଥିବା ଚାଷୀ ନେତାଙ୍କୁ ନିସର୍ତ ଖଲାସ ଦାବି ଥିଲା ।