Home ଆଞ୍ଚଳିକ ମାଗଣା ପରଳ ଚକ୍ଷ୍ଯୁ ପରିକ୍ଷ୍ୟା ଶିବିର

ମାଗଣା ପରଳ ଚକ୍ଷ୍ଯୁ ପରିକ୍ଷ୍ୟା ଶିବିର

43

କୋଦଳା (ଜିଲ୍ଲା ଖବର) : ବେଗୁନିଆପଡା ବ୍ଲକ ଫାସି ଗ୍ରାମପଞ୍ଚାୟତ କାର୍ଯାଳୟ ପରିସର ରେ ଫାସି ସରପଞ୍ଚ ନବୀନ କୁମାର ଦଳେଇ ଓ ମାଣୀକେଶ୍ଵର ମନ୍ଦୀର ପରିଚାଳନା କମିଟି ସହାୟତା ରେ ସମର ଝୋଳ ଶଙ୍କର ଚକ୍ଷ୍ଯୁ ଚିକିଛାଳୟ ତରଫ ରୁ ମାଗଣା ଚକ୍ଷ୍ଯୁ ପରଳ ପରିକ୍ଷ୍ୟା ଶିବିର ଅନୁଷ୍ଠିତ ହୋଇଯାଇଛି ୲ଏହି କାର୍ଯକ୍ରମ କୁ ସରପଞ୍ଚ ନବୀନ କୁମାର ଦଳେଇ ପ୍ରଦୀପ ପ୍ରଜ୍ଵଳନ ପରେ ଆନୁଷ୍ଠାନିକ ଭାବେ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା ୲ଅଞ୍ଚଳ ର ବିଭିନ୍ନ ପ୍ରାନ୍ତ ରୁ 89 ଜଣ ରୋଗୀ ଶିବିର ରେ ଯୋଗ ଦେଇଥିବା ବେଳେ ସେମାନଙ୍କ ଚକ୍ଷ୍ଯୁ ପରିକ୍ଷ୍ୟା କରାଯାଇ 8 ଜଣଙ୍କୁ ମାଗଣା ଚଷମା ପ୍ରଦାନ କରିଥିବା ବେଳେ 27ଜଣଙ୍କୁ ପରଳ ଚିକିଛା ପାଇଁ ଶଙ୍କର ଚକ୍ଷ୍ଯୁ ଚିକିଛାଳୟ କୁ ପଠାଯାଇଥିଲା ୲ ଏହି ଶିବିର ରେ କ୍ୟାମ୍ପ ମେନେଜର ନଳିନୀ କାନ୍ତ ରାଉତ ସମେତ ଚୀଫ ଅପ୍ଟୋମେଟ୍ରିସ୍ଟ ଭାଗ୍ଯଲତା ଗଉଡ ,ଚକ୍ଷ୍ଯୁ ଟେକ୍ନିସିଆନ ଶିବାନୀ ପାତ୍ର , ଲିପ୍ସା ନାୟକ ,କୋମଲା , ଏନ.ମୁନ୍ନା ପ୍ରମୁଖ ଉପସ୍ଥିତ ରହି ରୋଗୀଙ୍କ ଚକ୍ଷ୍ଯୁ ପରିକ୍ଷ୍ୟା କରିଥିଲେ ୲