Wednesday, November 11, 2026
Home ଆଞ୍ଚଳିକ ବିଜେଡି ୨୫ବର୍ଷ ପୂର୍ତ୍ତି ଅବସରରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ମିଳିତ ସହଯୋଗରେ...

ବିଜେଡି ୨୫ବର୍ଷ ପୂର୍ତ୍ତି ଅବସରରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ମିଳିତ ସହଯୋଗରେ ବୃକ୍ଷରୋପଣ କାର୍ଯ୍ୟକ୍ରମ।

133

ରାୟଗଡ଼ା , ୩୧/୦୭/୨୨ (ଜିଲ୍ଲା ଖବର ) : ବିଜେଡିର ୨୫ବର୍ଷ ପ୍ରତିଷ୍ଠା ଦିବସ ପୂର୍ତ୍ତି ଅବସରରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ମିଳିତ ସହଯୋଗରେ ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ର ଭାମିନି ଗ୍ରାମ ପଞ୍ଚାୟତ ର ଗୁମୁଡା ଦ୍ରୌପଦୀ ହାଇସ୍କୁଲ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଈଯାଇଛି।

ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜାତି ଓ ଜନଜାତି ଏବଂ ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରାକା ଜିଲ୍ଲା ବିଜେଡି ସଭାପତି ଶ୍ରୀଯୁକ୍ତ ସୁଧୀର କୁମାର ଦାସ, ଜିଲ୍ଲା ବିଜେଡ଼ି ସାଧାରଣ ସଂପାଦକ ଶ୍ରୀଯୁକ୍ତ ଗଗନ ଆଚାର୍ଯ୍ୟ ,ବ୍ଲକ ବିଜେଡି ସଭାପତି ବିଜୟ ମାଣ୍ଡାଙ୍ଗି ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କୁଜେନ୍ଦ୍ରୀ,ପାରିଖିତି, ସୁଣ୍ଡିଢାମୁଣି, ଭାମିନି, ପଞ୍ଚାୟତର ସରପଞ୍ଚ ଓ ସମିତସଭ୍ୟା ଯୋଗଦେଇଥିଲେ।


ଜିଲ୍ଲା ଯୁବ ବିଜୁ ଜନତାଦଳର ଉପସଭାପତି ଅମିତ ମହାରଣା, ଜିଲ୍ଲା ଯୁବ ଜନତା ଦଳର ସାଧାରଣ ସଂପାଦକ କମଳଲୋଚନ ମୁଟିକା,ଜିଲ୍ଲା ଯୁବ ସଂପାଦକ ସଞ୍ଜୟ ପ୍ରଧାନ, ରାମନାଗୁଡା ବ୍ଲକ ର ଛାତ୍ର ସଭାପତି ଦିପୁ ଦାସ, ବ୍ଲକ ଯୁବ ଜନତା ଦଳର ସଭାପତି ରମେଶ ଶବର, ବ୍ଲକ ଯୁବ ସାଧାରଣ ସଂପାଦକ ସିଙ୍କୁ ପଣ୍ଡା,

ଭାମିନି ଗ୍ରାମ ପଞ୍ଚାୟତ ର ସଭାପତି ଜି.ଲୋକେଶ କଂ ସହ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ସୂର୍ଯ୍ୟ ରାଓ କୁମ୍ଭିରିକା, ପୂର୍ବ ତନ ସମିତିସଭ୍ୟ ପ୍ରଶାନ୍ତ ଗୈଡ଼, ଆନନ୍ଦ ପରିଛା,ମକରଧ୍ବଜ ଧୋବା,ସଞ୍ଜୟ ଗମାଙ୍ଗ,ଜି କାରିଆନା,ପି.ତାଡାକା,ଜି.ଭାସ୍କର ରାଓ, ଅଶ୍ବିନୀ ରାଉଳ ଏବଂ ଭାମିନି ଗ୍ରାମ ପଞ୍ଚାୟତ ର ସମସ୍ତ ବିଜୁ କର୍ମୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

ଏଥିରେ ଅଁଳା,ପିସ୍ତା,ବେଲ,ଚାକୁଣ୍ଡା,କରଞ୍ଜ,ଆମ୍ବ,ତେନ୍ତୁଳି ଆଦି ବିଭିନ୍ନ ପ୍ରଜାତିର ୧ଶହ ବୃକ୍ଷ ରୋପଣ କରାଯାଇଥିଲା। କାର୍ଯ୍ୟକ୍ରମଟି ଯୁବନେତାସଞ୍ଜୟ କୁମାର ପ୍ରଧାନକଂ ତତ୍ତ୍ବାବଧାନ ରେ ଯୁବ ନେତା ଅଶ୍ବିନ ରାହୁଳ, ଜି.ଭାସ୍କର ,ସଞ୍ଜୟ ଗମାଙ୍ଗ ପରିଚାଳନା କରିଥିଲେ। ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।