Thursday, November 12, 2026
Home ଆଞ୍ଚଳିକ ଚଳିତ ବର୍ଷ ଆବଶ୍ୟକ ପରିମାଣରେ ବର୍ଷା ନହେବା ଯୋଗୁଁ ଜଳ ଅଭାବରେ ଚାଷ ଜମି ଫାଟି...

ଚଳିତ ବର୍ଷ ଆବଶ୍ୟକ ପରିମାଣରେ ବର୍ଷା ନହେବା ଯୋଗୁଁ ଜଳ ଅଭାବରେ ଚାଷ ଜମି ଫାଟି ଆଁ ହେବାକୁ ବସିଲାଣି।

59

ଦିଗପହଣ୍ଡି , ୩୧/୦୭/୨୨ ( ଜିଲ୍ଲା ଖବର ) : ଚଳିତ ବର୍ଷ ଆବଶ୍ୟକ ପରିମାଣରେ ବର୍ଷା ନହେବା ଯୋଗୁଁ ଜଳ ଅଭାବରେ ଚାଷ ଜମି ଫାଟି ଆଁ ହେବାକୁ ବସିଲାଣି।

ଗତ ସପ୍ତାହରେ ଲଘୁଚାପ ପ୍ରଭାବରେ ସାମାନ୍ୟ ଧରଣର ବର୍ଷା ହେବାର ଚାଷୀକୂଳ ଆଶ୍ବସ୍ତ ଲାଭ କରିବା ସହ ଧାନ ତଳି ରୂଆ କାର୍ଯ୍ୟ ଆରମ୍ଭ କରିଥିଲା ।

ହେଲେ ସପ୍ତାହେ ଧରି ବର୍ଷାର ଅଭାବ ଯୋଗୁଁ ଜମି ଫାଟି ଆଁ କରିବାକୁ ବସିଛି। ଧାନ ତଳି ପୋଡ଼ି ନଷ୍ଟ ହେବାକୁ ବସିଛି ।

ଖରିଫ ଧାନ ଫସଲ ପାଇଁ ଚାଷୀ ଜମିରେ ଧାନ ବିହନ ପକାଇ ଧାନ ରୂଆ କାର୍ଯ୍ୟ ଆରମ୍ଭ କରିଥିବାବେଳେ ବର୍ଷା ଅଭାବରୁ ଜମି ପାଟି ଆଁ ହେବାକୁ ଲାଗିଲାଣି ଜଳ ଅଭାବ ଯୋଗୁଁ ଚାଷୀ କୂଳ ମୁଣ୍ଡରେ ହାତ ଦେଇ ବସିଛି ।

ଏ ସବୁ ମଧ୍ୟ ରେ ଚାଷୀ କୁଳ ଚିନ୍ତା ରେ କିଭଳି ବର୍ଷା ହେବ ସେ ନେଇ ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଛି।

ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମର ଶତାଧିକ ମହିଳା ପୁରୁଷ ଚାଷୀ ବେଙ୍ଗ ବେଙ୍ଗୁଲି ବାହାଘର କରିବା ସହ ବେଙ୍ଗ ବେଙ୍ଗୁଲି ନାଚ କରିଥିବା ର ଦେଖିବାକୁ ମିଳିଛି।

ସେମାନେ ଆଶା ରଖିଛନ୍ତି ଯେ ଏ ସବୁ କରିବା ଦ୍ୱାରା ବର୍ଷା ହେବ ସେମାନେ ବର୍ଷା ଜଳ ପାଇ ଚାଷ କାର୍ଯ୍ୟ କରିପାରିବେ।