Saturday, November 14, 2026
Home ଆଞ୍ଚଳିକ ହିଂଜିଲିକାଟୁ ମାଣିକ ନଗର ଛକ ନିକଟରେ ଦୁର୍ଘଟଣା ।

ହିଂଜିଲିକାଟୁ ମାଣିକ ନଗର ଛକ ନିକଟରେ ଦୁର୍ଘଟଣା ।

57

ହିଞ୍ଜିଳିକାଟୁ , ୩୧/୦୭/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ହିଂଜିଲିକାଟୁ ମାଣିକ ନଗର ଛକରେ ସନ୍ଧ୍ୟା ଛ ଘଣ୍ଟା ସମୟରେ ଏକ ଦୁର୍ଘଟଣା ଘଟିଛି। ସିଳ୍କ ସିଟି ବସ(OD02AC0920) ଟି ବ୍ରହ୍ମପୁର ଠାରୁ ରାଉରକେଲା ଯିବା ସମୟରେ ଦୁର୍ଘଟଣା ଘଟିଛି।

ଏହି ଦୁର୍ଘଟଣା ରେ ହିଂଜିଲିକାଟୁ ର ଅତୁଲ କୁମାର ସ୍ୱାଇଁ, ପ୍ରଭୁଦତ୍ତ ପାତ୍ର, ସାଗର ପାଣିଗ୍ରାହୀ ଆହତ ହୋଇଛନ୍ତି।ସ୍ଥାନିୟ ଲୋକଙ୍କ ଦ୍ଵାରା ଆହତ ମାନଙ୍କୁ ଉପଖଣ୍ଡ ଚିକିତ୍ସା ଳୟ ନିଆ ଯାଇଥିଲା।

ଅତୁଲ କୁମାର ସ୍ୱାଇଁ ଙ୍କ ଅବସ୍ଥା ସଂକତାପୂର୍ଣ ଥିବାରୁ ବ୍ରହ୍ମପୁର ବଡ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଥିଲା। ଘଟଣାସ୍ଥଳରେ ହିଂଜିଲି ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି।

ଏହି ଦୁର୍ଘଟଣାରେ ଏକ ହୁଣ୍ଡାଇ କ୍ରେଅଟା କାର(MH03DG5941) ଓ ଦୁଇଟି ବାଇକ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଯାଇଛି।