Wednesday, November 11, 2026
Home ଆଞ୍ଚଳିକ ଅଙ୍ଗନବାଡି କେନ୍ଦ୍ର ରେ କୁନି ଛୁଆଙ୍କୁ ଗୀତ ନାଚ ରେ ପାଠ ପଢ଼ାଉଛନ୍ତି ଦିଦି ।

ଅଙ୍ଗନବାଡି କେନ୍ଦ୍ର ରେ କୁନି ଛୁଆଙ୍କୁ ଗୀତ ନାଚ ରେ ପାଠ ପଢ଼ାଉଛନ୍ତି ଦିଦି ।

446

ଦିଗପହଣ୍ଡି, , ୩୧/୦୭/୨୨ ( ଜିଲ୍ଲା ଖବର ) : ରାଜ୍ୟ ସରକାର ପିଲାଙ୍କ ପାଠ ପଢିବା ବଢିବା କ୍ଷେତ୍ର ରେ ବହୁ ଯୋଜନା କରିଥିବା ବେଳେ

ଗାଁ ଗାଁ ରେ ଅଙ୍ଗନବାଡି କେନ୍ଦ୍ର ପ୍ରତିଷ୍ଠା କରିଥିବା ବେଳେ ଏବେ ଗୋଟିଏ ଅଙ୍ଗନବାଡି କେନ୍ଦ୍ର ର ଭିଡ଼ିଓ ଭାଇରଲ ହେଉଛି ।

ଏହୀ ଭିଡିଓ ରେ ଅଙ୍ଗନବାଡି କେନ୍ଦ୍ର ରେ କୁନି କୁନି ଛୁଆ ଙ୍କୁ ଅଙ୍ଗନବାଡି ଦିଦି ନାଚ ଗୀତ ମାଧ୍ୟମରେ ଦେଉଛନ୍ତି ଗୁଣାତ୍ମକ ଶିକ୍ଷା ନୈତିକତା ପରିବେଶ ସୁରକ୍ଷା ସହ ଦିଦି ପିଲାଙ୍କୁ ନାଚ ରେ ଶିଖାଉ ଥିବା ବେଳେ ଏବେ ଭିଡିଓ ବେଶ ଭାଇରଲ ହେବାରେ ଲାଗିଛି ।

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗୀ ଗାଁ ର ଅଙ୍ଗନବାଡି କେନ୍ଦ୍ର ୫ ଅଙ୍ଗନବାଡି ଦିଦି ଗୀତାଞ୍ଜଳି ଲେଙ୍କା ଏବଂ ଅଙ୍ଗନବାଡି କେନ୍ଦ୍ର ୨ ରାଜଲକ୍ଷ୍ମୀ ସ୍ୱାଇଁ ଉଭୟ ଦୁଇଟି କେନ୍ଦ୍ର ରେ ପିଲା ଆସୁଛନ୍ତି ଦିଦି ଙ୍କ ନାଚ ଗୀତ ମାଧ୍ୟମରେ ଶିକ୍ଷା ଲାଭ କରିବା ପାଇଁ ।

ବେସରକାରୀ ବିଦ୍ୟାଳୟ ଶିଶୁ ବିଦ୍ୟା ମନ୍ଦିର ଭଳି ଏବେ ଅଙ୍ଗନବାଡି କେନ୍ଦ୍ର ରେ ମିଳୁଛି ଶିକ୍ଷା । ଭିଡିଓ ଭାଇରଲ ଅଙ୍ଗନବାଡି ଦିଦି ଙ୍କୁ ଚାରିଆଡୁ ପ୍ରଶଂସା ।