
ମୋହନା , ୩୦/୦୭/୨୨ ( ଜିଲ୍ଲା ଖବର ) : ମଦ୍ୟପାନ କରି ପାରିବାରିକ କଳହରୁ ପୁଣି ସ୍ତ୍ରୀ କୁ ହତ୍ୟା କଲା ସ୍ୱାମୀ । ଚଳିତ ମାସ ୧୦ ତାରିଖରେ ଶିଙ୍କୁଳିପଦର ପଞ୍ଚାୟତ ଭାଲିଆଗଣୀ ଗ୍ରାମର ଜଣେ ମଦ୍ୟପ ସ୍ୱାମୀ ସ୍ତ୍ରୀ କୁ ପଥର ଛେଚି ହତ୍ୟା କରିବା ଘଟଣା ମନରୁ ନଯାଉଣୁ ଗତ କାଲି ସଂଧ୍ୟାରେ ପୁଣି ଏଭଳି ଘଟଣାର ପୁନରାବୃତ୍ତି ଘଟିଛି , ଅଡ଼ବା ଥାନା ବାଡେଗୁଡା ପଞ୍ଚାୟତ ପାଦେର୍ମା ଗାଁରେ ।



ଗାଁର ପଦ୍ମିନୀ ମଳିକ ବୟସରେ ବଡ଼ ହୋଇଥିଲେ ମଧ୍ୟ ଗ୍ରାମର ପ୍ରମୋଦ ମଳିକ ଦିର୍ଘ ୪୦ ବର୍ଷ ହେବ ପ୍ରେମ ବିବାହ କରି ଦୁଇ ଝିଅ ତିନି ପୁଅକୁ ନେଇ ପରିବାର ଚଳାଇଥିଲେ ।ବଡ଼ ପୁଅ ସାମନ୍ତ ବ୍ରହ୍ମପୁର ଖଲ୍ଲିକୋଟ କଲେଜରେ ପାଠ ପଢୁଥିବା ବେଳେ ବଡ଼ଝିଅ ଆଲିଗଣ୍ଡା ଗ୍ରାମରେ ବିବାହ କରିଛନ୍ତି ।


ଅନ୍ୟ ଦୁଇ ପୁଅ ଦିଲ୍ଲୀପ ମୋହନାରେ ବିଦ୍ୟାଳୟ ଓ ସାନପୁଅ ରାହୁଲ ଝିଲିକି ବିଦ୍ୟାଳୟରେ ପାଠ ପଢୁଛନ୍ତି ।ମଝିଆ ଝିଅ ଜୟନ୍ତୀ ଘରେ ରହି ମାଁ ବାପାଙ୍କ ଙ୍କୁ କାମରେ ସାହାଯ୍ୟ କରୁଥିଲେ ।ତେବେ ଗତକାଲି ସଂଧ୍ୟାରେ ଘରେ କେହି ନଥିବା ବେଳେ ପ୍ରମୋଦ ଓ ପଦ୍ମିନୀ ମଧ୍ୟରେ କୌଣସି ପାରିବାରିକ କଳହକୁ ଝଗଡା ହୋଇଥିଲା ।


ତେବେ ସ୍ୱାମୀ ପ୍ରମୋଦ ଅତ୍ୟଧିକ ମଦ୍ୟପାନ କରିଥିବା ଯୋଗୁଁ ସାମାନ୍ୟ ବଚସାରୁ ସ୍ତ୍ରୀ କୁ ପିଟି ପିଟି ମାରିଦେଥିବା ଜଣାପଡିଛି ।ତେବେ ଅଡବା ପୋଲିସ ଆଜି ଖବରପାଇ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି ।ଏନେଇ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୋଲିସ୍ ପ୍ରମୋଦ ମଳିକକୁ ଅଟକ ରଖି ପଚରାଉଚରା କରୁଛି ।


ହେଲେ ପୋଲିସ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।
ତେବେ ସ୍ୱାମୀ ପ୍ରମୋଦ ପୂର୍ବରୁ ମଧ୍ୟ ଏମିତି ମାରପିଟ କରୁଥିଲେ ତାଙ୍କୁ ଗ୍ରାମରେ ସଭା କରାଯାଇ ତାଗିଦ ମଧ୍ୟ କରାଯାଇଥିଲା ।ହେଲେ ବି ସେ ଗତକାଲି ତା ସ୍ତ୍ରୀ କୁ ଅମାନୁଷିକ ଭାବେ ମାଡ଼ ମାରି ହତ୍ୟା କରିଛି ବୋଲି କହିଛନ୍ତି ଗ୍ରାମର ପୂର୍ବତନ ସରପଞ୍ଚ ।



