
କୋଦଳା -2020 ନବବର୍ଷକୁ ସ୍ଵାଗତ, ଅଞ୍ଚଳ ତଥା ପରିବାର ର ଶୁଭ ମନାସି ବୁଧବାର କୋଦଳା ଅଞ୍ଚଳ ର ସମସ୍ତ ମନ୍ଦୀର ରେ ଗହଳି ଚହଳି ଲାଗି ରହିଛି ୲ନିଜ ନିଜପରିବାର ର ଶୁଭ ମନାସି ଆଜି ସନ୍ଧ୍ୟାରେ କୋଦଳା ବିଜେ ଆରାଧ୍ୟ ଠାକୁର ବାବା ଶ୍ରୀ ଶ୍ରୀ ଦଣ୍ଡୀଶ୍ଵର ମନ୍ଦିର ଠାରେ ଭିଡ ଲାଗିରହିଛି ୲ ହଜାର ହଜାର ଭକ୍ତ ସେମାନଙ୍କ ପରିବାର ର ମଙ୍ଗଳ ମନାସି ମନ୍ଦିର ରେ ପହଞ୍ଚି ଥିଲେ ୲ ସନ୍ଧ୍ୟା ଆଳତୀ ପରେ ପରେ ମନ୍ଦିର ପ୍ରଶାସନ ସହଯୋଗ ରେ ଖଡୁରା ସାହି ବିନାୟକ ଯୁବକ ସଙ୍ଘ ଦ୍ଵାରା 2020 ଦ୍ଵୀପ ପ୍ରଜ୍ଵଳନ ହୋଇଥିଲା ୲ଦର୍ଶନ ପାଇଁ ଆସିଥିବା ପ୍ରତ୍ୟକ ଭକ୍ତ ଗୋଟିଏ ଗୋଟିଏ ଦ୍ଵୀପ ପ୍ରଜ୍ଵଳନ କରିଥିଲେ ୲ଉକ୍ତ ଅନୁଷ୍ଠାନ ଦ୍ଵାରା 21ବର୍ଷ ଧରି ଏହି ଦ୍ଵୀପ ପ୍ରଜ୍ଵଳନ କାର୍ଯକ୍ରମ ଚାଲୁଅଛି ୲ ପ୍ରତ୍ୟକ ବର୍ଷ ଭକ୍ତ ଙ୍କ ସଂଖ୍ୟା ବଢିବାରେ ଲାଗିଛି ୲ସେହିପରି ହନୁମନ୍ତ ନାରାୟଣୀ , ତାଲେଷ୍ଵର , ଖଜୁରେଶ୍ଵର , ଜଗନ୍ନାଥ , ଫାସି ମାଣୀକେଶ୍ଵର , ବରିଡା ଅମରେଷ୍ଵର , ସାଙ୍କୁଡ଼୲ ଧବଳେଶ୍ଵର ପ୍ରଭ୍ରୁତି ମନ୍ଦିର ରେ ଭକ୍ତଙ୍କ ଗହଳି ଲାଗିରହିଛି ୲ସନ୍ଧ୍ୟା ରେ କୋଦଳା ଅଞ୍ଚଳ ରେ ଆଧ୍ୟାତ୍ମିକ ପରିବେଶ ଶ୍ରୁସ୍ଟି ହୋଇଛି ୲ମନ୍ଦିର ପ୍ରସାଶନ ଓ ଯୁବକସଂଘ ସହଯୋଗ କରିଥିବା ବେଳେ କୋଦଳା ପୋଲିସ ଶାନ୍ତି ଶ୍ରୁଙ୍ଖଳା ବଜାୟ ରଖିଥିଲେ ୲ ସେହିପରି ଗତକାଲି 2019 ବର୍ଷକୁ ବିଦାୟ ଓ 2020ନବବର୍ଷ ର ଆଗମନ କୁ ନେଇ ବିଭିନ୍ନ ସ୍ଥାନ ରେ ରଙ୍ଗାରଙ୍ଗ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି ୲ ବେଗୁନିଆପଡା ନାରାୟଣୀ ଯୁବକ ସଙ୍ଘ ଦ୍ଵାରା ଜିରୋ ନଈଟ ଧମାକା ରେ ସାମାଜିକ ନାଟକ “ଦେଢ଼ଶୁର ମୋର ଦେଢ ଇଶ୍ଵର “ନାଟକ ମଞ୍ଚସ୍ତ ହୋଇଥିବା ବେଳେ ମୁକ୍ଷ୍ଯ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷ୍ଯକ ପ୍ରକାଶ ଚନ୍ଦ୍ର ପାତ୍ର ଯୋଗ ଦେଇଥିବା ବେଳେ ଅବସରପ୍ରାପ୍ତ ଶିକ୍ଷ୍ଯକ ତଥା ସମାଜସେବୀ ସୁବାଷ ଚନ୍ଦ୍ର ବିଶ୍ଵାଳ ଉଦଘାଟନ କରିଥିଲେ ୲କୋଦଳା ଗୋଲାସାହି ଯୁବ ଗୋଷ୍ଠୀ ଦ୍ଵାରା ମେଲୋଡି କାର୍ଯାକ୍ରମ ଅନୁଷ୍ଠିତ ହୋଇଥିଲା ୲





