
ବେଲଗୁଣ୍ଠା, ୩୦/୦୭/୨୨ ( ଜିଲ୍ଲା ଖବର ) : ବେଲଗୁଣ୍ଠା ସମ୍ବାଦ ସାହିତ୍ୟଘର ଏବଂ ପ୍ରେସକ୍ଲବ୍ ର ମିଳିତ ଆନୁକୂଲ୍ୟରେ ଏକ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଏବଂ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠା ବ୍ଳକ୍ ବୋରୀ ସ୍ଥିତ ଟ୍ୟାଲେଣ୍ଟ୍ ହଣ୍ଟ୍ ଇଣ୍ଟିଗ୍ରାଲ୍ ବିଦ୍ୟାଳୟ ପରିସରରେ ବେଲଗୁଣ୍ଠା ସାମ୍ବାଦ ସାହିତ୍ୟ ଘର ସଭାପତି ଅଭିମନ୍ୟୁ ଦଳାଇଙ୍କ ଅଧ୍ୟକ୍ଷତାରେ ପ୍ରଥମ ପର୍ଯ୍ୟାୟରେ ସଚେତନତା ସଭା ଅନୁଷ୍ଠିତ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I



ସଚେତନତା ସଭାରେ ମୁଖ୍ୟ ଅତିଥି ଭାବେ ଗୋବରା ସମିତିସଭ୍ୟ ବିଭୂପାଦ ଜେନା ଯୋଗ ଦେଇ ବୃକ୍ଷର ଉପକାରିତା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଭଞ୍ଜନଗର ଉପଖଣ୍ଡ ମେଡିକାଲ୍ ସହାୟତା କେନ୍ଦ୍ର ପରିଚାଳକ ନାରାୟଣ ବେହେରା ଯୋଗ ଦେଇ ଗୋଟିଏ ବୃକ୍ଷରେ ସମସ୍ତ ରୋଗ ପାଇଁ ଔଷଧ ଗଚ୍ଛିତ ରହିଛି ବୋଲି ବକ୍ତବ୍ଯ ରଖିଥିଲେ ।


ସେହିପରି ଅନ୍ୟତମ ଅତିଥି ରୂପେ କ୍ଷତ୍ରିୟବରପୁର ସେବା ସମବାୟ ସମିତି ସଭାପତି ଲକ୍ଷ୍ମଣ କୁମାର ପଣ୍ଡା ଯୋଗଦେଇ ଗଛଟିଏ ବ୍ୟକ୍ତିକୁ ସ୍ୱାବଲମ୍ବୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରେ ବୋଲି ପ୍ରକାଶ କରିଥିବାବେଳେ ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜ ଜନ୍ମ ଦିନରେ ଚାରାଟିଏ ରୋପଣ କରିବାକୁ ପରାମର୍ଶ ଦେଇଥିଲେ I



ଅନ୍ୟମାନଙ୍କ ମଧ୍ୟରେ ଗୋବରା ଅଞ୍ଚଳର ବିଶିଷ୍ଟ ସମାଜସେବୀ ସରୋଜ ସ୍ୱାଇଁ,ଟ୍ୟାଲେଣ୍ଟ୍ ହଣ୍ଟ୍ ଇଣ୍ଟିଗ୍ରାଲ୍ ବିଦ୍ୟାଳୟ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ବିଷୋୟୀ, ପ୍ରଧାନ ଶିକ୍ଷକ ଶିଶିର କୁମାର ସ୍ଵାଇଁ, ସମ୍ବାଦ ସାହିତ୍ୟ ଘର ସମ୍ପାଦକ ଡ.ରତ୍ନ ସାଗର ମଲ୍ଲିକ, ପ୍ରେସକ୍ଳବ ଉପଦେଷ୍ଟା ସନ୍ତୋଷ ବିଷୋୟୀ,ସାମ୍ବାଦିକ ପଞ୍ଚାନନ ସାହୁ, କୃଷ୍ଣଚନ୍ଦ୍ର ପଟ୍ଟନାୟକ, ସନ୍ତୋଷ ଡାକୁଆ ପ୍ରମୁଖ ଯୋଗ ଦେଇ ବୃକ୍ଷରୋପଣ ପାଇଁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ I ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୃକ୍ଷ ସୁରକ୍ଷା ସମ୍ପର୍କିତ ଏକ ସ୍ଲୋଗାନ୍ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା I


କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟର ସମ୍ବାଦ ପ୍ରତିନିଧି ପ୍ରଦ୍ୟୁମ୍ନ ପାତ୍ରଙ୍କ ସଂଯୋଜନାରେ ଉପସ୍ଥିତ ଅତିଥି ମାନେ ସ୍ଥାନୀୟ ଛାତ୍ରଛାତ୍ରୀ ଏବଂ ପରିବେଶବିତ୍ ଙ୍କ ସହ ମିଶି ବିଦ୍ୟାଳୟ ପରିସର ଏବଂ ସ୍ଥାନୀୟ ଜଙ୍ଗଲ ରାସ୍ତାରେ ଦୁଇ ଶହରୁ ଉର୍ଦ୍ଧ୍ୱ ଆମ୍ବ, ଲେମ୍ବୁ, କରଞ୍ଜ, ନିମ୍ବ ସମେତ ବହୁ ଫଳ ଗଛ, ଫୁଲ ଗଛ ଏବଂ ଔଷଧୀୟ ଚାରା ରୋପଣ କରିଥିଲେ I



ଏହି ସମସ୍ତ କାର୍ଯ୍ୟକ୍ରମକୁ ସମ୍ବାଦ ସାହିତ୍ୟ ଘର ସଦସ୍ୟ ଅଜିତ୍ ବିଷୋୟୀ, ସାଗର ପାତ୍ର, ଅଜିତ୍ ଭୂୟାଁ,କରୁଣାକର ବିଷୋୟୀ ପ୍ରମୁଖ ପରିଚାଳନା କରିଥିଲେ I ବିଦ୍ୟାଳୟ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ବିଷୋୟୀ ସମସ୍ତ ଗଛର ରକ୍ଷଣାବେକ୍ଷଣ ଦାୟିତ୍ୱ ନିଜେ ନେବେ ବୋଲି ପ୍ରତିଶୃ୍ତି ଦେଇଥିଲେ I ସମ୍ବାଦ ସାହିତ୍ୟ ଘର ସମ୍ପାଦକ ଡ.ରତ୍ନ ସାଗର ମଲ୍ଲିକ ଧନ୍ୟବାଦ ଜ୍ଞାପନ କରିଥିଲେ I


