
ରାୟଗଡ଼ା , ୩୦/୦୭/୨୨ ( ଜିଲ୍ଲା ଖବର) : ରାୟଗଡା ଜିଲ୍ଲା ବିଷମକଟକ ପୋଲିସ କୁ ମିଳିଛି ବଡ଼ ସଫଳତା I ଫଳରେ ବିଷମକଟକ ପୋଲିସ ହାତରେ ଧରା ପଡିଛନ୍ତି ଦୁଇ ଜଣ ମୁଖ୍ୟ ଦଲାଲ, ଯେଉଁ ମାନେ ବିଷମକଟକ ଠାରେ ସଟ୍ଟା ଖେଳ ର କେନ୍ଦ୍ରସ୍ଥଳୀ ବୋଲି କୁହାଯାଉଛି I ଦୀର୍ଘ ଦିନ ହେବ ବିଷମକଟକ ଅଞ୍ଚଳ ରେ ସଟ୍ଟା ଖେଳ ଜୋର ସୋର ରେ ଚାଲି ଥିବା ଅଭିଯୋଗ ହେଉଥିବା ବେଳେ ପୋଲିସ ଏହି ଖେଳ ରେ ସାମିଲ ଥିବା ବ୍ୟକ୍ତି ମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିଥିବା କୁହାଯାଉଛି I ତେବେ ବିଶେଷ ସୂତ୍ର ରୁ ଖବର ପାଇ ଗତ କାଲି ବିଷମକଟକ ପୋଲିସ ର ଏକ ଦଳ ପୃଥକ ପୃଥକ ଭାବେ ଚଢ଼ାଉ କରି ଅଭିଯୁକ୍ତଙ୍କ ଠାରୁ ୩୦ ହଜାର ଟଙ୍କା ଜବତ କରିଥିବା ଜଣା ପଡିଛି I ପ୍ରଥମ ଅଭିଯୁକ୍ତ ରଞ୍ଜନ କୁମାର ଙ୍କ ଠାରେ ଚଢ଼ାଉ ବେଳେ ପୋଲିସ ଦ୍ଵିତୀୟ ଅଭିଯୁକ୍ତ ପ୍ରଦୀପ ଦଣ୍ଡସେନା ଙ୍କ ସମ୍ପୃକ୍ତି ଖବର ପାଇ ପାରି ଥିଲା I ଉଭୟ ଅଭିଯୁକ୍ତ ରଞ୍ଜନ କୁମାରଙ୍କ ଠାରୁ ୧୩,୬୦୦ ଗୋଟିଏ ମୋବାଇଲ ଏବଂ ପ୍ରଦୀପ କୁମାର ଦଣ୍ଡସେନା ଓରଫ ରିଙ୍କୁ ଙ୍କ ଠାରୁ ୧୬,୪୦୦ ତିନୋଟି ମୋବାଇଲ ଓ କିଛି ଖାତା ଜବତ କରିଥିବା ବିଷମକଟକ ପୋଲିସ ପକ୍ଷରୁ ସୂଚନା ରହିଛି I

ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବିଷମକଟକ ଏସଡିପିଓ ଆକାଶ ସାହୁ ସୂଚନା ପ୍ରଦାନ କରିଛନ୍ତି I ପ୍ରକାଶ ଥାଉକି ବିଷମକଟକ ଠାରେ ଦୀର୍ଘ ସମୟ ହେବ ଏହି ଦୁଇ ଜଣ ଅଭିଯୁକ୍ତ ସଟକା ମଟକା ଖେଳ ଜାରି ରଖିଥିଲେ I ଯେଉଁ ଥିରେ ଆସକ୍ତ ହୋଇ ଅନେକ ଯୁବକ, ସ୍କୁଲ ଛାତ୍ର ଛାତ୍ରୀ, ମହିଳା, ଦିନ ମଜୁରିଆ ଏଭଳି ଅନେକ ପ୍ରଭାବିତ ହେଉଥିଲେ I ଏହି ଅନଲାଇନ ନମ୍ବର ର ଖେଳରେ ସ୍ୱଳ୍ପ ଟଙ୍କା ବାଜି ଲଗେଇଲେ ଅଶି ଗୁଣ ଲାଭ ଫେରି ପାଇବା ଆଶା ରେ ଅନେକ ପରିବାର ନିଜର ସର୍ବସ୍ବ ହରାଇବସିଥିବା ଜଣା ପଡିଛି I ଏହି ଦୁଇ ଜଣ ଅଭିଯୁକ୍ତ ବିଷମକଟକ ଠାରେ ଏହି ସଟକା ମଟକା ଖେଳ ପାଇଁ ଦାୟୀ I
ଏହି ସଟକା ମଟକା ଜୁଆ ଖେଳ ବା ସଟା ଏକ ଲଟେରୀ ଖେଳ ଯେଉଁଥିରେ ଜିତିବା ପାଇଁ ନିର୍ଦ୍ଧିଷ୍ଟ ସଂଖ୍ୟା ଅନୁମାନ କରିବା ଉପରେ ଆଧାରିତ I ଲୋକମାନଙ୍କୁ ୦୦ ରୁ ୯୯ ମଧ୍ୟରେ ଥିବା ନିଜ ପସନ୍ଦ ମୁତାବକ ନମ୍ବରରେ ବାଜି ଲଗାଇବାକୁ ହୋଇଥାଏ I

ଯଦି ବାଜି ଲଗେଇ ଥିବା ବ୍ୟକ୍ତିଙ୍କ ନମ୍ବର ବାହାରକୁ ଆସେ, ତେବେ ବ୍ୟକ୍ତି ଜଣକ ବାଜି ଲଗାଇ ଥିବା ଟଙ୍କା ର ୮୦ ଗୁଣ ପୁରସ୍କୃତ ହେବେ I ଯଦି ନୁହେଁ, ତେବେ ବାଜି ଲଗାଇଥିବା ସମସ୍ତ ଟଙ୍କା ହରାଇବେ I ତେବେ ରାଣ୍ଡମ ନମ୍ବର ଖୋଲିବାର ସମୟ ସୁଦୂର ମୁମ୍ବାଇ ଠାରେ ବସି ଖେଳ ପରିଚାଳନା କରୁଥିବା ବ୍ୟକ୍ତି ବିଶେଷ ଅବା ଏଜେନସି ‘କଲ୍ୟାଣ ‘ ଦ୍ୱାରା ନିର୍ଦ୍ଧାରିତ କରାଯାଇଥାଏ I ପ୍ରତି ମାସରେ ଏହି ଖେଳ ଖେଳାଉଥିବା ବ୍ୟକ୍ତି ମାନେ ମୁମ୍ବାଇ ସ୍ଥିତ ଉକ୍ତ ବ୍ୟକ୍ତି ବିଶେଷ /ଏଜେନ୍ସୀ କୁ ବାଜିରେ ହାରିଥିବା ବ୍ୟକ୍ତିଙ୍କ ଟଙ୍କା ପଠାଇଥାନ୍ତି ଓ ଖେଳ ପରିଚାଳନା ପାଇଁ ନିଜ ର ଲାଭଂଶ ପାଇ ଥାନ୍ତି I ତେବେ କେବଳ ବିଷମକଟକ ଏବଂ ଚାଟିକୋଣ ଠାରୁ ଏହି ଖେଳ ର ସିଂହ ଭାଗ ଖେଳାଯାଇଥିବା ସୂଚନା ରହିଛି I ପୂର୍ବରୁ ଚଢ଼ାଉ କରି ପୋଲିସ ଏହି ଖେଳ ଖେଳାଉଥିବା ଅନ୍ୟ ବ୍ୟକ୍ତି ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆଜି ପୋଲିସ ହାତରେ ମୁଖ୍ୟ ଅଭିଯୁକ୍ତ ମାନେ ଧରାପଡ଼ିଥିବା ଅଞ୍ଚଳ ରେ ଚର୍ଚ୍ଚା ହେଉଛି I ପୋଲିସ ର ଏହି ପଦକ୍ଷେପ କୁ ବୁଦ୍ଧିଯିବି ମହଲରେ ପ୍ରଶଂସା କରାଯାଉଥିବା ବେଳେ ଛାତ୍ର ଛାତ୍ରୀ ତଥା ଯୁବ ଗୋଷ୍ଠୀଙ୍କୁ ଏଥିରୁ ଦୁରେଇ ରଖିବା ପାଇଁ ଅଭିଭାବକ ମାନେ ନିଜ ପିଲାଙ୍କ ପ୍ରତି ବିଶେଷ ଧ୍ୟାନ ଦେବା ପାଇଁ ବିଷମକଟକ ଏସ୍ଡ଼ିପିଓ ଆକାଶ ସାହୁ ନିବେଦନ କରିଛନ୍ତି I
ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।



