ଉଦ୍ଧାର ହେଲା ବହୁ ଚୋରି ମୋବାଇଲ ।

32

ଭଞ୍ଜନଗର , ୩୦/୦୭/୨୨ ( ଜିଲ୍ଲା ଖବର ) : ଗତ ୨୨ ତାରିଖ ଭଞ୍ଜନଗର ମୁଖ୍ୟ ରାସ୍ତାରେ ଥିବା କାଞ୍ଚନ ମୋବାଇଲ ଦୋକାନରୁ ବହୁ ପରିମାଣରେ ମୋବାଇଲ ଚୋରି ହୋଇଥିଲା କିନ୍ତୁ ଭଞ୍ଜନଗର ପୋଲିସ ର ଆପ୍ରାଣ ଚେଷ୍ଟା ଫଳରେ ଦୁଇ ଚୋରକୁ ଧରିବାରେ ସକ୍ଷମ ହୋଉଛି।ସେଥି ମଧ୍ୟରୁ ଜଣେ ବାଳ ଅପରାଧି।

ମୁଖ୍ୟ ଅପରାଧି ପ୍ରୀତମ କୁମାର ବରାଦ ବୟସ ୨୦ ,ଗ୍ରାମ ନୂଆଗାଁ ର ବୋଲି ଜଣାପଡିଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଭଞ୍ଜନଗର ପୋଲିସ ଅଧିକାରୀମାନେ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ଚୋରମାନେ duplucate ଦୋକାନ ଚାବି ବ୍ୟବହାର କରି ଦୋକାନରେ ପ୍ରବେଶ କରିଥିଲେ ଓ ୧୧ ଟି ବିଭିନ୍ନ କମ୍ପାନୀ ର ମୋବାଇଲ,୨ ଟି ଲାପଟପ,

୪ ଟି ଇଅର୍ଫୋନେ, ୧୦ ଟି ସ୍ମାର୍ଟ watch, ୧ ଟି bluetuth spicker, ମେମୋରୀ କାର୍ଡ, cpu ପ୍ରଭୁତି ଚୋରି କରିଥିଲେ ବର୍ତ୍ତମାନ ସେସବୁକୁ ଭଞ୍ଜନଗର ପୋଲିସ ଉଦ୍ଧାର କରିବା ସହ ଦୋଷୀ ମାନଙ୍କୁ କୋର୍ଟ ଚାଲାଣ କରିଛନ୍ତି।