ଶିକ୍ଷୟତ୍ରୀ ଙ୍କ ବିରୋଧର ଥାନା ରେ ମାମଲା ।

97

ନବରଙ୍ଗପୁର , ୩୦/୦୭/୨୨ ( ଜିଲ୍ଲା ଖବର ) : ଶିକ୍ଷୟିତ୍ରୀଙ୍କ ବିରୋଧରେ ପିଲାଙ୍କ ଖାଇବା ରେ ବିଷ ଦେଇ ମାରିବାକୁ ଉଦ୍ୟମ ଅଭିଯୋଗ ।ଶିକ୍ଷୟିତ୍ରୀ ଜଣକୁ ଅଟକାଇବାରୁ ରୋଷୟାଙ୍କୁ ଶିକ୍ଷୟିତ୍ରୀ ଜଣକ ମାଡ ମାରିଥିବାର ସାଙ୍ଘାତିକ ଅଭିଯୋଗ । ଶିକ୍ଷୟତ୍ରୀଙ୍କ ବିରୋଧରେ ଥାନାରେ ଅଭିଯୋଗ କଲେ ସ୍କୁଲ ପରିଚାଳନା କମିଟି ସହ ଅନ୍ୟାନ୍ୟ ଷ୍ଟାଫ । ନବରଙ୍ଗପୁର ସହର ଭାଟିସାଲଗୁଡା ବିଦ୍ୟାଳୟରୁ ଏଭଳି ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି ।

ସ୍କୁଲରେ ମଧ୍ୟାହ୍ନ ଭୋଜନ ରୋଷେଇ ଚାଲିଥିବା ଶିକ୍ଷୟତ୍ରୀ ରଚିତା ରାଉତ ନାମକ ଶିକ୍ଷୟତ୍ରୀ ଏକ ମୁଷା ମରା ଔଷଧ ଧରି ପ୍ରବେଶ କରିଥିବା ଅଭିଯୋଗ । ଏଥିସହ ରୋଷଇ କରୁଥିବା ରୋଷେୟା ଏହା କଣ ବୋଲି ପଚାରିବାରୁ ଶିକ୍ଷୟତ୍ରୀ ଜଣଙ୍କ ତାଙ୍କୁ ମାଡ ମାରିବା ସହିତ ବିଷ ଦେଇ ସମସ୍ତଙ୍କୁ ମାରିଦେବି ବୋଲି କହିଥିବା ଅଭିଯୋଗ । ଏନେଇ ମଧ୍ୟାହ୍ନ ଭୋଜନ ପରିଚାଳନା କମିଟି ପକ୍ଷରୁ ନବରଙ୍ଗପୁର ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଥିବା ସୂଚନା ମିଳିଛି ।

ଘଟଣା ଅନୁସାରେ ଶିକ୍ଷୟିତ୍ରୀ ରଚିତା ରାଉତ ୨୧ ଡିସେମ୍ବର ରେ ଡେପୁଟେସନ ରେ ଆସି ଏହି ଭାଟିସାଳଗୁଡା ସ୍କୁଲ ରେ ଜଏନ କରିବା ଦିନ ଠାରୁ ଏମିତି ପାଗଳାମି କରିଥିବା ଅଭିଯୋଗ କରିଛନ୍ତି ପ୍ରଧାନଶିକ୍ଷୟତ୍ରି । ବାରମ୍ବାର ଛୁଟି ରେ ଯିବାକୁ ଚାହୁଁଥିଲେ ରଚିତା ହେଲେ ପ୍ରଧାନ ଶିକ୍ଷୟିତ୍ରୀ ଛୁଟି ନ ଦେବାରୁ ପିଲାଙ୍କ ଉପରେ ରାଗ ସୁଝାଇ ଥିଲେ ଏବଂ ପରେ ପରିଚାଳନା କମିଟି ପାଖରେ ଭୁଲ ମଧ୍ୟ ମାଗିଥିଲେ ।

ସେତିକି ରେ ରାଗ ଶାନ୍ତ ହୋଇନଥିଲା ମ୍ୟାଡ଼ାମ ଙ୍କ ସବୁ ବେଳେ ମୋବାଇଲ ରେ ଲାଇଭ ଭିଡିଓ କରି ସମସ୍ତଙ୍କୁ ଡରାଉ ଥିଲେ ଏବଂ ଆଜି ମଧ୍ୟ ଭିଡିଓ କରି ପିଲାଙ୍କ ପାଇଁ ଖାଦ୍ୟ ବଢ଼ା ଯାଉଥିବା ସମୟରେ ସେଠାରେ ପଶି ମୂଷା ମରା ଔଷଧ ଖାଦ୍ୟ ରେ ମିଶେଇ ସମସ୍ତଙ୍କୁ ମାରିବାର ଧମକ ଦେଇଥିଲେ ଏବଂ ଏହାକୁ ରୋଷେଇୟା ଜଣକ ବିରୋଧ କରିବାରୁ ତାଙ୍କୁ ବିଭିନ୍ନ ଭାଷା ରେ ଗାଳି ଗୁଲଜ କରିବା ସହ ଧକା ଦେଇ ତଳେ ପକାଇ ଚୁଟି ଘୋଷାଡ଼ି ମାଡ଼ ମାରିଥିବା ଅଭିଯୋଗ ହୋଇଛି ।

ଯାହାକୁ ନେଇ ନବରଙ୍ଗପୁର ଟାଉନ ଥାନା ରେ ଏନେଇ ଅଭିଯୋଗ ହୋଇଛି l ଏହି ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ଙ୍କ ସହ ଯୋଗାଯୋଗ କରି ବାରୁ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି।
ନବରଙ୍ଗପୁର ରୁ ବିଷ୍ଣୁ ପ୍ରସାଦ ବିଷୋୟୀ ଙ୍କ ରିପୋର୍ଟ ଜିଲ୍ଲା ଖବର ।