Home ଆଞ୍ଚଳିକ ଦଲାଲ ଙ୍କ କବଜାରେ TPSODL ।

ଦଲାଲ ଙ୍କ କବଜାରେ TPSODL ।

100

ଭଞ୍ଜନଗର , ୨୯/୦୭/୨୨ ( ଜିଲ୍ଲା ଖବର ) ମହତ୍ତ୍ଵ ଉଧେସ୍ୟ ନେଇ ପ୍ରାଇଭେଟ ହାତକୁ ମିଟର ରିଡିଙ୍ଗ ଓ ବିଦ୍ୟୁତ ଶୁଳ୍କ ଆଦାୟ ଦାୟିତ୍ୱ ଟେକିଦେଇଛି TPSODL । ହେଲେ ସୁଶାନ୍ତ ପଣ୍ଡା , ପ୍ରଶାନ୍ତ ପଣ୍ଡା ଓ ସିବାନନ୍ଦା ଦାସ ଙ୍କ ପରି କିଛି ଦଲାଲ ଏହାର ସୁଯୋଗ ନେଇ ଦୀର୍ଘବର୍ଷ ହେଲା ଶୋଷଣ ଚଳାଇଛନ୍ତି । ଯୁବକ ମାନଙ୍କୁ ରୋଜଗାର ଦେବା ନାଁ ରେ ଟଙ୍କା ଲୁଟୁଛନ୍ତି ଓ ମହିଳା ସ୍ୱୟଂସହାୟକ ଦଳକୁ ମଧ୍ୟ ହାରାସ କରି ନିଜେ ମାଲାମାଲ ହେଉଛନ୍ତି । ଦେଖନ୍ତୁ ଗଞ୍ଜାମ ଭଞ୍ଜନଗର ରୁଏହି ରିପୋର୍ଟ ।

ଭଞ୍ଜନଗର ଅଞ୍ଚଳରେ କିଛି ପ୍ରାଇଭେଟ ଏଜେନ୍ସି ବୁଦ୍ଧମ ବିଲ୍ଡର ରେ ମିଟର ରିଡର ରେ ନିଯୁକ୍ତି ଦେବା ନାମରେ ମାରଣ ତାରଣ ନୀତିରେ ଟେଣ୍ଡର ହାତେଇବା ପରେ ମାଙ୍କଡ଼ ହାତରେ ସାଳଗ୍ରାମ ନୀତି ରେ ନିଜକୁ ସର୍ବେସର୍ବା ଚିନ୍ତା କରି ଶୋଷଣ କରିଆସୁଥିବା ଅଭିଯୋଗ ହୋଇଛି । ପିଲାଙ୍କୁ କାମ ଦେବାକୁ କହି ସେମାନଙ୍କ ଠାରୁ କାହାଠାରୁ ୩୦ ହଜାର କାହାଠାରୁ ୪୦ ହଜାର ଟଙ୍କା ଲାଞ୍ଚ ଆକାରରେ ନେଉଛନ୍ତି । ପରମୁହୂର୍ତରେ କାମ ଠିକ ହେଉନଥିବା କହି ମାସେ ଦୁଇମାସ ପରେ ସେମାନଙ୍କୁ କାମରୁ ବହିଷ୍କାର କରିଦେଉଛନ୍ତି ଏମିତିକି ସେମାନ ଙ୍କୁ ତାଙ୍କ ଟଙ୍କା ମଧ୍ୟ ଫେରାଉନଥିବା ଅଭିଯୋଗ ହୋଇଛି ।

ଅନେକ ଗରିବ ଯୁବକ ଏଭଳି ସମସ୍ୟାରେ ସମ୍ମୁଖୀନ ହୋଇଥିବା ପ୍ରକାଶ କରିଛନ୍ତି । ଶୁସାନ୍ତ ପଣ୍ଡା, ପ୍ରଶାନ୍ତ ପଣ୍ଡା, ସିବାନନ୍ଦ ଦାସ ଯୁବକ ମାନଙ୍କ ଠାରୁ ଟଙ୍କା ନେଇ ଠକିଥିବା ଅଭିଯୋଗ କରିଛନ୍ତି । ଲିଖିତ ଭାବେ ବିଭାଗୀୟ ଅଧିକାରୀଙ୍କୁ ମଧ୍ୟ ଜଣାଇଛନ୍ତି ।
କେବଳ ଯୁବକ ମାନଙ୍କୁ କାହିଁକି ବିଲ କଲେକ୍ସନ କରିବା ପାଇଁ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ ଙ୍କୁ ମଧ୍ୟ ଦାୟିତ୍ୱ ପ୍ରଦାନ କରାଯାଇଛି ହେଲେ ସେମାନଙ୍କ ଠାରୁ ମଧ୍ୟ ଲାଞ୍ଚ ଆକାରରେ ଟଙ୍କା ଦାବି କରୁଛନ୍ତି ତାହା ନଦେଲେ ବିଭିର୍ଣ୍ଣ ସମସ୍ୟା ସୃଷ୍ଟି କରି ମାନସିକ ଚାପ ଦେଉଥିବା ଏପରିକି କାମରୁ ବହିଷ୍କାର କରିଦେବାକୁ ଧମକ ଦିଆଯାଉଥିବା ଅଭିଯୋଗ ହୋଇଛି । କିଛି ମହିଳାଙ୍କୁ ରାତିରେ ଫୋନ କରି ଦୁର୍ବ୍ୟବହାର କରୁଥିବା ମଧ୍ୟ ଜଣାପଡିଛି ।


ଏତେ ସବୁ ଅଭିଯୋଗ ପରେ ମଧ୍ୟ ବିଦ୍ୟୁତ ବିଭାଗ ଏହି ତିନି କର୍ମଚାରୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି କାହିଁକି ?

  • ଏହି ତିନି ମୁଷ୍ଟିମେୟ ବ୍ୟକ୍ତି କିଏ ?
  • ବାରମ୍ବାର ଏମାନଙ୍କୁ କେଉଁ ଆଧାରରେ ଟେଣ୍ଡର ଦିଆଯାଉଛି ?
  • ବିଦ୍ୟୁତ ବିଭାଗ ଓ ଏହି ତିନି ବ୍ୟକ୍ତିଙ୍କ ମଧ୍ୟରେ ରହିଛିକି ମଧୁ ଚନ୍ଦ୍ରିକା ?
  • କାହା ବଳରେ ଏମାନେ ବଳିଆନ ?
    ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ ଯଥାପୁର୍ବମ ତଥା ପରଂ ଭଳି ଶୋଷଣ ପାଇଁ ସୁଯୋଗ ଦେଇ ଚୁପ ବସିପଡୁଛି ।