Home ଅପରାଧ ବିଷ ପିଈ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡିଛି।

ବିଷ ପିଈ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡିଛି।

71

ଶେରଗଡ଼ , ୨୯/୦୭/୨୨ ( ଜିଲ୍ଲା ଖବର ) : ଘଟଣା ରୁ ପ୍ରକାଶ ଯେ,ଶେରଗଡ ଥାନା ଗୋଠଗାଁ ପଞ୍ଚାୟତ ର ସଞ୍ଜୟ ନାହାକ (୩୨) ଓ ସ୍ତ୍ରୀ ଅଙ୍କିତା ନାହାକ ଉଭୟେ ପରିବାରର ଗୁଜୁରାଣ ମେଣ୍ଟାଇବା ଲାଗି ଗୁଜରାଟ ର ସୁରଟ ସହର ରେ ଦାଦନ ଭାବେ କାମ କରୁଥିଲେ। କିଛି ଦିନ କାମ କରିବା ପରେ ସ୍ତ୍ରୀ ଅଙ୍କିତା କୌଣସି କାରଣବଶତଃ ସୁରଟ ସହର ରେ ଆତ୍ମହତ୍ୟା କରିଥିଲେ।

ସ୍ତ୍ରୀ ର ଆତ୍ମହତ୍ୟା ପରେ ସ୍ବାମୀ ସଞ୍ଜୟ ନିଜ ଜନ୍ମଭୂମି ଗୋଠଗାଁ କୁ ଆସି ହିନ୍ଦୁ ପରମ୍ପରା ଅନୁଯାୟୀ ନିଜ ସ୍ତ୍ରୀ ର କ୍ରିୟା କର୍ମ କରିନଥିଲେ। ଘର ଛାଡି ଏଣେତେଣେ ବୁଲି ମାଗି ମାଗି ଖାଈବା ସହ ବଞ୍ଚିଥିଲେ। ଗତକାଲି ସଞ୍ଜୟ ମଦ୍ୟପାନ କରିବା ସହିତ କୀଟନାଶକ ଔଷଧ ପିଈଦେଈଥିଲେ ଏବଂ ଗାଁରେ ଏକ ସ୍ଥାନରେ ପଡି ରହିଥିଲେ।

ସଞ୍ଜୟ ଅଚେତ ହୋଇ ପଡିରହିଥିବା ଦେଖି ଗ୍ରାମର କିଛି ବ୍ୟକ୍ତି ଗ୍ରାମର ମୁଖିଆ ତଥା ସରପଞ୍ଚ କୃଷ୍ଣ ଚନ୍ଦ୍ର ସୁଆଁସିଆ ଙ୍କୁ ଖବର ଦେଈଥିଲେ। ଖବର ପାଇ ସରପଞ୍ଚ କୃଷ୍ଣ ଚନ୍ଦ୍ର ସୁଆଁସିଆ ଘଟଣା ସ୍ଥଳରେ ପହଞ୍ଚି ସଞ୍ଜୟ ଙ୍କୁ ହିଞ୍ଜିଳିକାଟୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ।

ସଞ୍ଜୟ ଙ୍କ ସ୍ବାସ୍ଥ୍ୟବସ୍ଥା ରେ ସୁଧାର ଆସିବାରୁ ସଞ୍ଜୟ ଙ୍କୁ ଘରକୁ ନେବା ଲାଗି ଡାକ୍ତର ପରାମର୍ଶ ଦେଇଥିଲେ, ହେଲେ ଆଜି ହଠାତ ସଞ୍ଜୟ ଙ୍କ ଅବସ୍ଥା ଗୁରୁତର ହେବାରୁ ଶେରଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଅଣାଯାଇଥିଲା ଏବଂ ଡାକ୍ତର ମୃତ ଘୋଷଣା କରିଥିଲେ।

ଘଟଣାର ଖବର ପାଈ ଶେରଗଡ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ୧୧/୨୨ ରେ ଅପମୃତ୍ୟୂ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ଲାଗି ଆସିକା ଉପଖଣ୍ଡ ଚିକିତ୍ସାଳୟ କୁ ପଠାଈଥିବା ଏ.ଏସ.ଆଇ କୃଷ୍ଣ ଚନ୍ଦ୍ର ଦାସ ପ୍ରକାଶ କରିଛନ୍ତି।
ଗଞ୍ଜାମ ରୁ ଅଖିଳ କୁମାର ପଟ୍ଟନାୟକଙ୍କ ରିପୋର୍ଟ ଜିଲ୍ଲା ଖବର ।