
ରାୟଗଡ଼ା , ୨୯/୦୭/୨୨ ( ଜିଲ୍ଲା ଖବର) : ଆମ ରାଜ୍ୟ ତଥା ରାୟଗଡା ଜିଲ୍ଲାର ପଛୁଆ ଅଂଚଳ ଭାବେ ଚର୍ଚ୍ଚିତ ବ୍ଲକ ଚନ୍ଦ୍ରପୁର ବିଭିନ୍ନ ସମୟରେ ଗଣମାଧ୍ୟମର ଶିରୋନାମା ସାଜୁଥିଲେ ମଧ୍ୟ ସରକାର ଅବା ପ୍ରଶାସନଙ୍କ କୌଣସି ଘଟଣ ଅଘଟଣକୁ ଖାତିର ନାହିଁ।ଆଜି ଏହିଭଳି ଏକ ସ୍ପର୍ଶକାତର ଖବର ସାମନାକୁ ଆସିଛି।ଆଉ ଜିଲ୍ଲା ଏବଂ ବ୍ଲକ ଅଧିକାରୀ ମିଶି ଏହାକୁ ଚପେଇ ଦେବାକୁ କସରତ କରୁଛନ୍ତି। ଘଟଣାଟି ହେଉଛି ଚନ୍ଦ୍ରପୁର ବ୍ଲକର ସବୁବେଳେ ଚର୍ଚ୍ଚିତ ଡାଙ୍ଗସୋରଡାର ମଙ୍ଗଳ ଵିଭାଗ ହାଇସ୍କଲକୁ ନେଇ।ସେହି ଚର୍ଚ୍ଚିତ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଜୟଲାଲ ନାୟକଙ୍କ ଘର କାଶୀପୁର ହୋଇଥିବା ବେଳେ ସେ ଚାକିରୀ କରନ୍ତି ଡାଙ୍ଗସରଡାର ଏହି ହାଇସ୍କୁଲରେ କିନ୍ତୁ ସପରିବାର ସହ ରୁହନ୍ତି ଜିଲ୍ଲା ସଦର ମହକୁମା ରାୟଗଡା ସହରରେ।

ଆବାସିକ ବିଦ୍ୟାଳୟ କାରଣରୁ ପ୍ରଧାନ ଶିକ୍ଷଙ୍କ ଏଠାରେ ରହିବା ଅନିର୍ବାର୍ଯ୍ୟ ଥିଲେ ମଧ୍ୟ ଏ ଅନ୍ଧାରୀ ଇଲାକା ତାଙ୍କୁ ସୁହାଇଲା ନାହିଁ,ଏଣୁ ସେ ପ୍ରାୟତଃ ଏଠାରେ କମ ରାୟଗଡ଼ାରେ ବେଶୀ ରହନ୍ତି।କହିଲେ କହିବେ ଅଫିସରେ କାମ ଅଛି।ପରେ ମହାଶୟ କାଶୀପୁରୁ ଅଞ୍ଚଳରୁ ତାଙ୍କର ସମ୍ପର୍କୀୟ ଭଣଜା ତିନିଜଣଙ୍କୁ ଆଣି ନିଜେ ପ୍ରଧାନ ଶିକ୍ଷକ ଥିବା ଏହି ସ୍କୁଲରେ ପାଠ ପଢାଉଥିଲେ। ବର୍ତ୍ତମାନ ସେମାନେ ଦଶମ ଶ୍ରେଣୀରେ ପଢୁଛନ୍ତି।ସେମାନେ ଯେହେତୁ ପ୍ରଧାନ ଶିକ୍ଷକଙ୍କ ଭଣଜା ଏଣୁ ନିଜକୁ ଏଠିକା ମାଲିକ ଭାବନ୍ତି।ପିଲ୍ଲାମାନଙ୍କ ଉପରେ କାର୍ତ୍ତୃତ୍ୱ ଜାହିର କରନ୍ତି।ସାରଙ୍କ ଭଣଜା ଭାବି ସମସ୍ତେ ଚୁପ ରହୁଥିଲେ।ହେଲେ କ27.7.022 ତାରିଖ ମଧ୍ୟାହ୍ନରେ ତିନି ଭଣଜାଙ୍କ ଉତ୍ପାତ ସବୁ ସୀମା ଲଙ୍ଘିଗଲା।

ଏହି ତିନିଜଣ ଭଣଜା ମିଶି ଆଦିଵାସୀ ପିଲାଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଦେଲେ। ଯାହାକି ଭିଡିଓରେ ଦେଖି ପାରିଵେ ଏମାନେ କିପରି ଗସିଗରୁଙ୍କୁ ମାଡ ମାରିବା ଭଳି ପିଲାମାନଙ୍କୁ ମାରୁଛନ୍ତି। ପ୍ରଧାନ ଶିକ୍ଷକଙ୍କ ମଣଜା ମାନେ ଖୋଦ୍ ମାମୁଁ ଓ ଅନ୍ଯ ଶିକ୍ଷକଙ୍କ ଉପସ୍ଥିତରେ ମାରନ୍ତି ବୋଲି ପିଲାମାନେ କୁହନ୍ତି।ଏହା ଖୋଦ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଜିଲ୍ଲା ହୋଇଥିବା ବେଳେ ତାଙ୍କ କାନକୁ ନିଶ୍ଚୟ ଯାଇଥାଇପାରେ।ଜିଲ୍ଲା କଲ୍ୟାଣ ବିଭାଗ ଅଧିକାରୀ ଅଶୋକ କୁମାର ଶତପଥୀ ଖବର ପାଇ ଆସିଥିଲେ ବୋଲି ଶୁଣିବାକୁ ମିଳୁଛି।ଏବେ କଲ୍ୟାଣ ବିଭାଗବି ଗଣମାଧ୍ୟମ ଠାରୁ ଦୂରତା ବଜାୟ ରଖିବାକୁ ଅଘୋଷିତ ନିର୍ଦେଶ ଆସିଛି ବୋଲି ମଧ୍ୟ ଶୁଣିବାକୁ ମିଳୁଛି।କାରଣ ଏହି ବିଭାଗରେ ତଳୁ ତାଳୁକା ପର୍ଯ୍ୟନ୍ତ ସବୁ କମିଶନର ଚାଲିଥିବା ଯୋଗୁ କିଏ କାହାକୁ ଗୁହାରି କରିବ।ତମେ ଗୁହାରି କରିବା ଯାହାକୁ,ମୁଁ ଖରିଦି କରିଛି ତାହାକୁ ନୀତିରେ ଚାଲିଛି ବିଭାଗ।

ଏବେ ଏହି ଘଟଣା ପରେ ଯୁଗାପଦର ଲୋକମାନେ ଉତ୍ୟକ୍ତ ଅଵସ୍ଥାରେ ଅଛନ୍ତି।ଏହି ଅଘଟଣକୁ ନେଇ ଅନୁସୂଚିତ ଜାତି/ଜନଜାତି ବର୍ଗରେ ତୀବ୍ର ଉତେଜନା ପ୍ରକାଶ ପାଇଛି।ଏଠି ଶିକ୍ଷାନୁଷ୍ଠାନ ଦଣ୍ଡମୁକ୍ତ ଘୋଷଣା ହେଵା ପରେ ବୋଧହୁଏ ଶିକ୍ଷକ ଆଉ ସେପରୀ ଭୁଲ ନ କରିଵାକୁ ଯାଇ ନିଜର ସମ୍ପର୍କୀୟଙ୍କ ଦ୍ଵାରା ଛାତ୍ରମାନଙ୍କୁ ମାଡ ମରାଯାଉଛି।କେତେଵେଳେ ଗୁରୁଶିଷ୍ୟା କେଳେଙ୍କାରୀ ତ ପୁଣି କେତେଵେଳେ ଷ୍ଟାଇପେଣ୍ଡ, ମଧ୍ୟାହ୍ନ ଭୋଜନ ହଡପକୁ ନେଇ ବାଡ଼ାପିଟା।ରୀତିମତ ବିଭାଗରେ ଚାଲିଛି ଶୋଷଣର ନାଟକ।ଅଧିକାରୀ ଅର୍ଥ ପାଇଗଲେ ସବୁ ଠିକ କରିଦେବେ।ଗଲା କିଛିମାସ ତଳେ ମୁନିଗୁଡ଼ାରେ ଆଦିବାସୀ କନ୍ଧକୁଳ ସମାଜ କନ୍ୟାଶ୍ରମରେ ହେଉଥିବା ନିର୍ଯ୍ୟାତନା,ଶୋଷଣ,ଯୌନ ଅତ୍ୟାଚାର ଓ ଅର୍ଥ ଭାଗବଣ୍ଟାକୁ ନେଇ ରାଜନୀତି ବିରୁଦ୍ଧରେ ବିଶାଳ ଶୋଭାଯାତ୍ରା କରିଥିଲା।

ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ଅର୍ଥ କାରବାରରେ ଅନେକ ଖଳନାୟକ ଆଉ ନାୟିକାଙ୍କୁ ଘଣ୍ଟ ଘୋଡାଇ ଦିଆଗଲା।ଖୋଦ ମଙ୍ଗଳ ଅଧିକାରୀ ଆଉ ଜିଲ୍ଲା ଶିକ୍ଷାଧିକାରୀ ସେମାନଙ୍କ ତ୍ରଣକର୍ତ୍ତା ସାଜିଲେ।ଏତେସବୁ ଅଭିଯୋଗ ସତ୍ତ୍ୱେ ମୁନିଗୁଡା ବ୍ଲକ ଶିକ୍ଷାଧିକାରୀ କନ୍ୟାଶ୍ରମରେ ଥିବା ତାଙ୍କ ବିଭାଗର ଶିକ୍ଷଙ୍କଙ୍କୁ କଣପାଇଁ ଅନୁକମ୍ପା ଦେଖାଉଥିବାକୁ ନେଇଆଗାମୀ ଦିନରେ ତାଙ୍କ କାର୍ଯ୍ୟାଳୟ ଘେରାଉ ପାଇଁ କନ୍ଧକୁଳ ସମାଜ ମସୁଧା କରୁଥିବା ଶୁଣିବାକୁ ମିଳୁଛି।ଏବେ ଡାଙ୍ଗସରଡା ବିଦ୍ୟାଳୟରେ ଛାତ୍ରମାନଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳୁଛି।ଏଣୁ ଯଥାଶୀଘ୍ର ଜିଲ୍ଲା ପ୍ରଶାସନ ଆନ୍ତରିକତାର ସହିତ ଡାଙ୍ଗସରଡା ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ହେଉଥିବା ଅତ୍ୟାଚାର ବିଷୟକୁ ଗମ୍ଭୀରତାର ସହ ନେଇ ପ୍ରଧାନ ଶିକ୍ଷକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁସୂଚିତ ଜାତି/ଜନଜାତି ସମ୍ପ୍ରଦାୟ ଦାବି କରୁଛି।ଅନ୍ୟଥା ଆନ୍ଦୋଳନ ରାସ୍ତା ଆପଣେଇବାକୁ ବାଧ୍ୟହେବେ ବୋଲି ଜଣାଇଛନ୍ତି।
ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।



