
ଗୁଣପୁର , ୨୯/୦୭/୨୨ ( ଜିଲ୍ଲା ଖବର ) : ଗୁଣୁପର ମହାବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗ ପକ୍ଷରୁ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ନିମନ୍ତେ ବିଦାୟ କାଳିନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ସୂର୍ଯ୍ୟ ନାରାୟଣ ପଣ୍ଡା ସଭାପତିତ୍ବ କରିଥିଲେ । ବିଭାଗୀୟ ମୁଖ୍ୟ ଡ଼ଃ ନିଳମାଧବ ଦାସ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ, ସମ୍ମାନୀୟ ଅତିଥି ରୂପେ ପ୍ରଧ୍ୟାପକ ଶ୍ରୀ ରାମଚନ୍ଦ୍ର ପଣ୍ଡା, ଅଧ୍ୟାପକ ଶ୍ରୀ ଅମୀୟ ରଞ୍ଜନ ମହାନ୍ତି, ଡ଼ଃ ରମାକାନ୍ତ ସାହୁ ଓ ଶ୍ରୀ ଗଜେନ୍ଦ୍ର ପଣ୍ଡା ଯୋଗଦେଇଥିଲେ । ପାଠଚକ୍ର ଅଧିକାରୀ ତଥା ପ୍ରଧ୍ୟାପକ ଶ୍ରୀଯୁକ୍ତ ଶଶୀ ଭୂଷଣ ମହାନ୍ତି ଶେଷବର୍ଷର ଛାତ୍ରଛାତ୍ରୀଙ୍କୁ ଉଜ୍ବଳ ଭବିଷ୍ୟତ ପାଇଁ ମାର୍ଗ ଦର୍ଶନ କରିଥିଲେ । ସାଂପ୍ରତିକ ପ୍ରତୀଯୋଗିତା ପୁର୍ଣ୍ଣ ଶୈଖୀକ ବ୍ୟବସ୍ଥା ମଧ୍ୟରେ ଛାତ୍ର ଓ ଛାତ୍ରୀଙ୍କୁ କଠିନ ପରିଶ୍ରମ ସହ ସକାରାତ୍ମକ ଚିନ୍ତାଧାରା ଆଗକୁ ବଢ଼ିବାରେ ସହାୟକ ହୋଇଥାଏ ବୋଲି ଅତିଥି ମାନେ ସେମାନଙ୍କ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ସୁଶ୍ରୀ ପ୍ରତିମା ମହାଂକୁଢ ଓ ଆଦିତ୍ୟ ପାଣୀଗ୍ରାହି ଙ୍କୁ କଗ୍ନିଜେଣ୍ଠର I.T ପ୍ରୋଗ୍ରାମର ରୂପେ ଚୟନ ହୋଇଥିବାରୁ ସମ୍ମାନିତ କରାଯାଇଥିଲା । ଛାତ୍ର ଗଗନ ବିହାରୀ ବିଡିକା ଜାମ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇ N.I.T ରାଉରକେଲାରେ ଜଇନ୍ କରିଥିବାରୁ ତାଙ୍କୁ ବିଭାଗ ତରଫରୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଭାଗ ତରଫରୁ କେମାସ୍ପିଅର ନାମକ ସ୍ମରଣିକା ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା । ବିଭିନ୍ନ ଦିବସରେ ପାଠଚକ୍ରରେ ଅଂଶଦାନ କରି ନିଜର ପ୍ରବନ୍ଧ ଉପସ୍ଥାପନ କରିଥିବା ଦଶ ଜଣ ଛାତ୍ରଛାତ୍ରୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ପ୍ରଥମ ଓ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ଦ୍ବାରା ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ପାଠଚକ୍ରର ସଂପାଦକ ଆକାଶ ଲିମା ବିବରଣୀ ପାଠ କରିଥିବା ବେଳେ P ଅଖିଲା ଓ ସନ୍ତୋଷ ଧନ୍ୟବାଦ ଅର୍ପଣ କରିଥିଲେ । ମାନସ,ଅମୃତା , ସୋନାଲି, ଗାୟତ୍ରୀ, ଦୁର୍ଗା ଶକଂର, କିରଣ, ଅର୍ଚ୍ଚନା,ମାମାଲି, ଶ୍ରାବଣୀ ଓ ଅନ୍ୟମାନେ ଏଥିରେ ସହଯୋଗ କରିଥିଲେ ।ରେପୋର୍ଟ ରାମନାଥ ମହାନ୍ତି



