Saturday, November 14, 2026
Home ଆଞ୍ଚଳିକ ଖଲ୍ଲିକୋଟରେ ” ଉଜ୍ବଳ ଭାରତ ଓ ଉଜ୍ଜ୍ୱଳ ଭବିଷ୍ୟତ ” କାର୍ଯ୍ୟକ୍ରମ ଅନୁଷ୍ଠିତ।

ଖଲ୍ଲିକୋଟରେ ” ଉଜ୍ବଳ ଭାରତ ଓ ଉଜ୍ଜ୍ୱଳ ଭବିଷ୍ୟତ ” କାର୍ଯ୍ୟକ୍ରମ ଅନୁଷ୍ଠିତ।

72

୨୯/୦୭/୨୨ ( ଜିଲ୍ଲା ଖବର ) : ଦେଶ ସ୍ୱାଧୀନତାର ୭୫ ବର୍ଷ ପାଳନ ଉପଲକ୍ଷେ ଆଜାଦି କି ଅମୃତ ମହୋତ୍ସବ ପାଳନ କରାଯାଉଛି l ଏ ଅବସରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଭାଗିତାରେ ଖଲ୍ଲିକୋଟ ସ୍ଥିତ ମର୍ଦରାଜ କଲ୍ୟାଣ ମଣ୍ଡପ ପରିସରରେ ଉଜ୍ଜ୍ୱଳ ଭାରତ ଓ ଉଜ୍ଜ୍ୱଳ ଭବିଷ୍ୟତ କାର୍ଯ୍ୟକ୍ରମ ମାଧ୍ୟମରେ ଏକ ବିଜୁଳି ମହୋସ୍ଛବ ପାଳନ କରାଯାଇଛି l

ଆୟୋଜିତ କାର୍ଯ୍ୟକ୍ରମରେ ଗଂଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଥିବା ବେଳେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦେଶକ ଭି .କେ ଭାଷନ ଓ ପାୱାର ଗ୍ରୀଡ଼ ବରିଷ୍ଠ ନୋଡାଲ ଅଧିକାରୀ ଡ଼ି ଜି ଏମ ପି .କେ ଜେନା ଓ ପି ଟି ସି ଏଲ ନୋଡାଲ ଅଫିସର ଅଶ୍ୱିନ ଚୌଧୁରୀ ଡ଼ି ଜି ଏମ ,ଟି ପି ଏସ ଓ ଡ଼ି ଏଲ ନୋଡାଲ ଅଫିସର SE ଚନ୍ଦନ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ

ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ବିଜୁଳି ଆଲୋକର ଜରୁରୀ ଆବଶ୍ୟକତା ଓ ସଂଚୟ ଉପରେ ପ୍ରଚାର କରିଥିବା ବେଳେ ପାୱାର point ଜରିଆରେ ୧୬୯ Gw ଉତ୍ପାଦନ କ୍ଷମତାରେ ଅଗ୍ରଣୀ ଭୂମିକା ନେଇଥିବା ୧.୬ ଲକ୍ଷ ସର୍କିଟ କିଲୋମିଟର ମାଧ୍ୟମରେ ଟ୍ରାନ୍ସମିଶନ ମାଧ୍ୟମରେ ସାରା ଦେଶକୁ ଗୋଟିଏ ଗ୍ରୀଡ଼ ଓ ଗୋଟିଏ friquncy ରେ ଯୋଡ଼ା ହୋଇଛି l

୨୦୧୮ ରେ ୧୦୦ ପ୍ରତିଶତ ଗ୍ରାମୀଣ ବିଦ୍ୟୁତ ଓ ବିଜୁଳି ସଂଯୋଗ କ୍ଷେତ୍ରରେ ଅଗ୍ରଣୀ ଭୂମିକା ହାସଲ କରିଥିବା ସହ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ୨.୦୨ ଲକ୍ଷ କୋଟି ଖର୍ଚ କରି ଗ୍ରାମାଞ୍ଚଳ ବିଦ୍ୟୁତ ଯୋଗାଣକୁ ୨୦୧୫ ରେ ୧୨ ଘଣ୍ଟାରୁ ନେଇ ବର୍ତମାନ ହାରାହାରି ୨୨.୫ ଘଣ୍ଟାକୁ ବୃଦ୍ଧି କରାଯାଇଥିବା ସୂଚନା ଦେଇଥିଲେ l

କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହ ଖଲ୍ଲିକୋଟ ବ୍ଲକ ଅଧକ୍ଷ ଦୈତ୍ୟାରି ବେହେରା ଉପାଧ୍ୟକ୍ଷା ଭାରତୀ ମହାରଣା ଓ ଖଲ୍ଲିକୋଟ ବିଜ୍ଞାପିତ ଅଂଚଳ ପରିଷଦ ଅଧକ୍ଷ ଇଂ .ନିରଞ୍ଜନ ବେହେରା ଙ୍କ ବି ପି ଏମ ବିମଳ ପ୍ରସାଦ ରାୟଗୁତୁ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ସମେତ ବିଜୁଳି ବିଭାଗ କର୍ମଚାରୀ ମାନେ ଯୋଗ ଦେଇ ଅଂଶ ଗ୍ରହଣ କରିଥିଲେ l