Saturday, October 10, 2026
Home ଆଞ୍ଚଳିକ ଝୁପୁଡି କୁଡ଼ିଆରେ ପିଲାଙ୍କ ଭବିଷ୍ୟତ । ଦେଖିବା ରାୟଗଡ଼ା ଜିଲ୍ଲା ରୁ ଏ‌ହି ସୋତନ୍ତ୍ର ରିପୋର୍ଟ

ଝୁପୁଡି କୁଡ଼ିଆରେ ପିଲାଙ୍କ ଭବିଷ୍ୟତ । ଦେଖିବା ରାୟଗଡ଼ା ଜିଲ୍ଲା ରୁ ଏ‌ହି ସୋତନ୍ତ୍ର ରିପୋର୍ଟ

134


ରାୟଗଡ଼ା , ୨୯/୦୭/୨୨ (ଜିଲ୍ଲା ଖବର) : ରାୟଗଡା ଜିଲ୍ଲା ର ଅପହଞ୍ଚ ଇଲାକା ଚନ୍ଦ୍ରପୁର ବ୍ଲକ ବୁଡୁବାଲି ପଞ୍ଚାୟତ ର ପର୍ବତ ଝରଣା ପାହାଡିଆ ଗାଁ କୁରୁମୁଗୁଡା। ପାହାଡ଼ି ଅଞ୍ଚଳ ସହିତ ଏଠାରେ ବସବାସ କରନ୍ତି ପାହାଡ଼ି ଜନଜାତି ସମ୍ପ୍ରଦାୟର ଅନେକ ପରିବାର। ଗତ ୨୦୦୮ମସିହା ରେ ଏହି ପାହାଡ଼ ମୂଳକରେ ଶିକ୍ଷାର ସୂର୍ଯ୍ୟାଦୟ ହୋଇଥିଲା। ଗ୍ରାମରେ ପ୍ରାଥମିକ ବିଦ୍ୟାଳୟଟିଏ ଆରମ୍ଭ ହେବାପରେ ଅନେକ ନିରକ୍ଷର ମଣିଷ ଭାବିଥିଲେ ,ସେମାନେ ସିନା ଶିକ୍ଷା ରୁ ବନ ବଞ୍ଚିତ ହେଲେ ,କିନ୍ତୁ ସେମାନଙ୍କ ପିଲା ଛୁଆ ଦୁଇ ଅକ୍ଷର ପଢିବେ ଆଉ ନୂଆ ଦୁନିଆଁ ଗଢିବେ ।

ସମୟ ବେଳକୁ ବେଳ ଗଡି ଚାଲିଲା ଦୀର୍ଘ ଚଉଦ ବର୍ଷ ।ଏହି ଚଉଦ ବର୍ଷ ବିତିଗଲା ପରେ ମଧ୍ୟ ବିଦ୍ୟାଳୟ ର ଭିତ୍ତି ଭୂମି ବଦଳିଲା ନାହିଁ।ଆଜି ଏହି ବିଦ୍ୟାଳୟରେ ପାଞ୍ଚଟି ଶ୍ରେଣୀ ରେ ଦୁଇଜଣ ଶିକ୍ଷକ ଥିବା ବେଳେ ପଚିଶ ଜଣ ଛାତ୍ରଛାତ୍ରୀ ଙ୍କୁ ଗୋଟିଏ ଭଙ୍ଗା ପାଠ ପଢ଼ାଉଛନ୍ତି।ଏହି ଭଙ୍ଗା ଘରେ ଯାଗା ନହେଲେ ଗଛମୂଳେ ପାଠ ପଢେଇବାକୁ ବାଧ୍ୟ ହେବାକୁ ପଡୁଛି।

ବର୍ଷା ହେଲେ ଗୁଞ୍ଜିପେଲି ସେହି ଭଙ୍ଗା ଘରେ ପାଠ ପଢ଼ନ୍ତି।ସେଠି ପିଲାମାନେ ଖରାଦିନ ଶ୍ରେଣୀରେ ବସି ଆକାଶର ସୂର୍ଯ୍ୟକିରଣ ଦେଖିବାବେଳେ ବର୍ଷା ହେଲେ ପାଣିରେ ଭିଜନ୍ତି।ପିଲା ମାନଙ୍କ ମଧ୍ୟାହ୍ନ ଭୋଜନ ରୋଷେଇ ପାଇଁ ଏକ ଶୌଚାଳୟ ଘର ପଛପଟେ ରୋଷେଇ କରୁଥିବା ଜଣାପଡିଛି ।

ଏହି ବିଦ୍ୟାଳୟ ପାଇଁ ନା ଅଛି ଶ୍ରେଣୀ ଗୃହ ,ନା ଅଛି କଳାପଟା ,ପିଲାଙ୍କ ପାଇଁ ରୋଷେଇ ଗୃହ ନଥିବା ବେଳେ ତାଙ୍କ ପାଇଁ ଶୌଚାଳୟ ନାହିଁ କି ପିଇବା ପାଇଁ ପାନୀୟ ଜଳ ନାହିଁ ,ନାହିଁ ନାହିଁ ରେ ସବୁ କିଛି ଚାଲିଛି ଏହି କୁରୁମୁଗୁଡା ବିଦ୍ୟାଳୟ ।ଯାହାରି ଫଳରେ ଏଠି ଶିକ୍ଷା ବିଭାଗର ଦୃଷ୍ଟି ବି ନାହିଁ କହିଲେ ଅତ୍ୟୁକ୍ତି ହେବନି।ଏତେ ଚରମ ଅବହେଳା ବୋଧେ ଓଡ଼ିଶାର କୌଣସି ବିଦ୍ୟାଳୟ ଭୋଧେ ନଥିବ।

ଏହି ଚନ୍ଦ୍ର ପୁର ରେ ଏମିତି ଅନେକ ବିଦ୍ୟାଳୟ ରହିଛି ହେଲେ ଶିକ୍ଷକ ବିଦ୍ୟାଳୟ ଯାଉନଥିବା ମଧ୍ୟ ଅଭିଯୋଗ ଆସୁଛି। ଏହି ଅଞ୍ଚଳ ବିଦ୍ୟାଳୟ ମାନଙ୍କୁ କୈାଣସି ବିଇଓ ଓ ଏବିଓ ମଧ୍ୟ ଭିଜିଟ କରିବାପାଇଁ ଯାଉନାହାନ୍ତି ବୋଲି ଅଭିଯୋଗ ହୋଇଛି। ଏହି ସମ୍ପର୍କରେ ଆମେ ଚନ୍ଦ୍ର ପୁର ବିଇଓ ଙ୍କୁ ଯୋଗାଯୋଗ କରିବାରୁ ଯୋଗାଯୋଗ ହୋଇପାରିଲା ନାହିଁ।


ଚନ୍ଦ୍ରପୁର ବ୍ଲକ ରେ ଏହି ଭଳି ଅନେକ ବିଦ୍ୟାଳୟ ରେ ଦେଖିବାକୁ ମିଳୁଛି। ବିଦ୍ୟାଳୟର ଭିତ୍ତିଭୂମି ର ଅସୁବିଧାକୁ କୁନେଇ ଅନେକ ଥର ଉପରିସ୍ତର ଅଧିକାରୀଙ୍କ ପାଖରେ ଅଭିଯୋଗ ହୋଇଥିଲେ ମଧ୍ୟ କାହାର ନଜର ପଡୁନାହିଁ। ଏଠାରେ ପ୍ରଶ୍ନ ଉଠୁଛି ଯେ ଆଉ କେତେ ବର୍ଷ ଗଲେ କୁରୁମୁଗୁଡା ଏହି ବିଦ୍ୟାଳୟ ର ସର୍ବାଙ୍ଗୀନ ଉନ୍ନତି ହେବ ବୋଲି ଜନସାଧାରଣ ମାନେ ପ୍ରଶ୍ନ କରିଛନ୍ତି।

ଅପର ପକ୍ଷରେ ସରକାର ଶିକ୍ଷାର ବିକାଶ ପାଇଁ ବିଭିନ୍ନ ସମୟରେ ଡିଣ୍ଡିମା ପିଟୁଥିବାବେଳେ ମାଳା ଅଞ୍ଚଳ ର ଶିକ୍ଷାର ଭିତ୍ତିଭୂମି କିଭଳି ଅଛି ତାହା ଭାତ ହାଣ୍ଡିର ଗୋଟିଏ ଚାଉଳ ରୁ ଜଣାପଡୁଛି।ଏଣୁ ଶିକ୍ଷା ବିଭାଗ ଧର୍ମକୁ ଆଖି ଠାର ମାରିବା ପରିବର୍ତ୍ତେ ଚନ୍ଦ୍ରପୁର ର ଏହି ଅପହଞ୍ଚ ଗାଁ କୁରୁମୁଗୁଡା ବିଦ୍ୟାଳୟ ର ଭିତ୍ତିଭୂମି ସଜାଡ଼ିବାକୁ ଗ୍ରାମବାସୀ ବିନମ୍ର ନିବେଦନ କରିଛନ୍ତି।

ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।