
ରାୟଗଡ଼ା , ୨୮/୦୭/୨୨ ( ଜିଲ୍ଲା ଖବର ) : ରାୟଗଡ ଜିଲାପାଳ ଶ୍ରୀମତି ସ୍ୱଧା ଦେଵସିଂ ଆଜି ମୁନିଗୁଡା ବ୍ଳକ ଗସ୍ତ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି l ପ୍ରଥମେ ପlତ୍ରଗୁଡ଼ ଗ୍ରାମପଞ୍ଚାୟତ ଗସ୍ତ କରି ସେଠାରେ ନିର୍ମିତ ଅମୃତ ସରବର ପଖୋରୀ ପରିଦର୍ଶନ କରିଛନ୍ତି l ଏହାପରେ ଶିବପଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ହାଟଦହିଖାଲ ଶିଶୁ ଉଦ୍ୟାନ ପରିଦର୍ଶନ କରିଥିଲେ l


ଏହାପରେ ଶିବପଦର 5ଟି ଅଧିନସ୍ଥ ଉଚ୍ଚ ବିଦ୍ୟାଳୟ ଏବଂ ସେବାଶ୍ରମ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ,ଛାତ୍ର ଛାତ୍ରୀ ମାନଙ୍କ ସହିତ ଆଲୋଚନା କରିଥିଲେ l






ଶିବପଦର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଗସ୍ତ କରି ମିଶନ ଶକ୍ତି ଗ୍ରହ ଅନୁଧ୍ୟାନ କରିବାସହିତ ୩୦ଜଣ ଚାଷୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିଥିଲେ l ଏହାପରେ ସିରକାପଡି ଗସ୍ତ କରି ଡିକେଡିଏ ଦ୍ୱାରା କରାଯାଇଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ଅନୁଧ୍ୟାନ କରିଥିଲେ ଏବଂ ଡଙ୍ଗରିଆମାନଙ୍କୁ ସୌର ଲଣ୍ଠନ ଓ ପରିଚୟ ପତ୍ର ପ୍ରଦାନ କରିଥିଲେ l



ଜିଲ୍ଲାପାଳଙ୍କ ଗସ୍ତ ସମୟରେ ପିଏ ଆଇଟିଡିଏ, ଗୁଣପୁର ଲୋକନାଥ ଦଲାବେହେରା, ମୁନିଗୁଡା ବି.ଡି.ଓ ଦିଲ୍ଲୀପ କୁମାର ବେହେରା,ଅନ୍ୟାନ୍ୟ ଅଧିକାରୀମାନେ ଓ ବିଭାଗୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।


