Home ଆଞ୍ଚଳିକ କବି ନଟବର ସିଂହ ସାହିତ୍ୟ ସଂସଦର ଉଦଘାଟନ ଉତ୍ସବ ଏବଂ କବିତା ଆସର ।

କବି ନଟବର ସିଂହ ସାହିତ୍ୟ ସଂସଦର ଉଦଘାଟନ ଉତ୍ସବ ଏବଂ କବିତା ଆସର ।

45

ବ୍ରହ୍ମପୁର‌ (ଜିଲ୍ଲା ଖବର): ବ୍ରହ୍ମପୁର ସ୍ଥିତ ଗଞାମ କଳାପରିଷଦ ରେ ଡା: ପ୍ରଦୀପ୍ତ ଚନ୍ଦ୍ର ସିଂହ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇସାରିଛି କବି ନଟବର ସାହିତ୍ୟ ସଂସଦ। ବିଶିଷ୍ଟ ଗବେଷକ ଶ୍ରୀ ବେଙ୍କଟ ବିହାରୀ ପ୍ରହରାଜ ଅନୁଷ୍ଠାନ ର ଉଦଘାଟନ କରିଥିବା ବେଳେ ଡ:ପ୍ରକାଶ ଚନ୍ଦ୍ର ଦାସ,ମୁଖ୍ୟ ଅତିଥି ଭାବେ ଏବଂ ସମ୍ମାନିତ ଅତିଥି ରୂପେ କବି ରାମଚନ୍ଦ୍ର ସାହୁ ଏବଂ କବି ଭାସ୍କର ରାଉତ ଯୋଗ ଦେଇଥିଲେ। ଅନୁଷ୍ଠାନ ର ସଭାପତି ଭାବେ କବି ପ୍ରଫୁଲ୍ଲ କୁମାର ତ୍ରିପାଠୀ,ଉପସଭାପତି ଭାବେ କବି ସୁଧିର କୁମାର ପଣ୍ଡା,ସଂପାଦକ ଭାବେ ଡ:ଲକ୍ଷ୍ମୀ ନାରାୟଣ ଦାସ ଏବଂ ସହ ସମ୍ପାଦିକା ଭାବେ ସୁଶ୍ରୀ ଫାଲ୍ଗୁନି ଦାସ ମନୋନୀତ ହୋଇଥିଲେ ସଂସଦର ଆବାହକ ତଥା ପ୍ରତିଷ୍ଠାତା ଡା: ପ୍ରଦୀପ୍ତ ଚନ୍ଦ୍ର ସିଂହ ମନୋନୀତ ପ୍ରତିନିଧିଙ୍କୁ ଶପଥ ପାଠ କରାଇଥିଲେ। ଅତିଥି ମାନଙ୍କ ଅଭିଭାଷଣ ପରେ ପ୍ରଥମ ପର୍ଯ୍ୟାୟ ସଭା କାର୍ଯ୍ଯ ସମାପନ ହୋଇ ଥିଲା। ଦ୍ବିତୀୟ ଅଧିବେଶନରେ ନୂତନ ସଭାପତି ଙ୍କ ସଭାପତିତ୍ବରେ ସାହିତ୍ୟ ଆସର ଅନୁଷ୍ଠିତ ହୋଇଥିଲା ଆସର ର ମୁଖ୍ୟ ଅତିଥି ଭାବେ କବି ମିହିର ତ୍ରିପାଠୀ ସମ୍ମାନିତ ଅତିଥି ଭାବେ କବି ବିନାୟକ ଦାସ ଯୋଗଦେଇ ଥିଲେ ।କବିତା ଗୁଡିକ ର ସଂଯୋଜନା ଫାଲ୍ଗୁନି ଦାସ ଏବଂ ଅଧ୍ୟାପକ ଲୋକନାଥ ନାୟକ କରିଥିଲେ। ଲକ୍ଷ୍ମୀ ନାରାୟଣ ଦାସ,ରାମଚନ୍ଦ୍ର ସାହୁ,ସୁଜାତା ଶତପଥୀ,ମିହିର ତ୍ରିପାଠୀ,ଭାସ୍କର ରାଉତ,ଫାଲ୍ଗୁନି ଦାସ,ପ୍ରଫୁଲ୍ଲ କୁମାର ତ୍ରିପାଠୀ,ସୁଧିର ପଣ୍ଡା,ବିନାୟକ ଦାସ, ବି ସତ୍ଯମ୍ ଆଚାରୀ ସମେତ ବହୁ କବି ମାନେ ନିଜର କବିତା ପାଠ କରିଥିଲେ। ଶେଷରେ ଫାଲ୍ଗୁନି ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟର ଜ୍ୟୋତିର୍ମୟୀ ପାତ୍ର