
ଆସିକା , ୨୮/୦୭/୨୨ ( ଜିଲ୍ଲା ଖବର ) : ଆଜି ତା 28 ଜୁଲାଇ 2022 ରିଖ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ, ଶାନ୍ତି ଶକ୍ତି ଭବନ ପରିସରରେ କଳ୍ପତରୁ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି l
ଆସିକା ବ୍ଲକ କୃଷି ଅଧିକାରୀ ବସନ୍ତ କୁମାର ଦେଓ ଓ ରାଜ୍ୟପାଳଙ୍କ ପୁରସ୍କାର ପ୍ରାପ୍ତ ଅବସରପ୍ରାପ୍ତ ଶିକ୍ଷକ ଯୁଧିଷ୍ଠିର ଦୋରା ଅତିଥି ରୂପେ ଯୋଗଦେଇ ବୃକ୍ଷ ରୋପଣ କରିବା ସହ ଉପସ୍ଥିତ ସମସ୍ତ ଭଉଣୀ ଭାଇଙ୍କୁ ଔଷଧୀୟ ଚାରା ବିତରଣ କରିବାରେ ସହଯୋଗ କରିଥିଲେ l

କାର୍ଯ୍ୟକ୍ରମ ସମ୍ବନ୍ଧରେ ସୂଚନା ପ୍ରଦାନ କରି ଶାନ୍ତି ଶକ୍ତି ଭବନ ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀ ପ୍ରକାଶ କରିଥିଲେ ଯେ ସ୍ଵାଧୀନତା ର ଅମୃତ ମହୋତ୍ସବ ପାଳନ ଅବସରରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ଦ୍ଵାରା ବହୁମୂଖୀ କାର୍ଯ୍ୟକ୍ରମର ଶୃଙ୍ଖଳା ଜାରି ରହିଛି l

ଏହି ପରିପ୍ରେକ୍ଷୀରେ ବିଶ୍ଵ ପର୍ଯ୍ୟାବରଣ ଦିବସ ପଚାଶ ବର୍ଷ ପୂର୍ତ୍ତି ହେତୁ ଜୁନ ୫ ତାରିଖରୁ ଅଗଷ୍ଟ ୨୫ ତାରିଖ ପର୍ଯ୍ୟନ୍ତ ସର୍ବ ଭାରତୀୟ ସ୍ତରରେ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ଵ ବିଦ୍ୟାଳୟ ଦ୍ଵାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଚାଲୁଅଛି l ପୃଥିବୀ ପୃଷ୍ଠରେ ବୃକ୍ଷ ଅନେକ ଆଧ୍ୟାତ୍ମିକ ମୁଲ୍ୟବୋଧ ତଥା ସକାରାତ୍ମକ ମାନବୀୟ ସମ୍ବେଦନlର ପ୍ରତୀକ ଓ ବାହକ ମଧ୍ୟ l





