Saturday, November 14, 2026
Home ଆଞ୍ଚଳିକ ମହର୍ଷି ଗୁରୁକୁଳ ର ଲଗାତାର ସଫଳତା ।

ମହର୍ଷି ଗୁରୁକୁଳ ର ଲଗାତାର ସଫଳତା ।

90

ଗୁଣପୁର , ୨୭/୦୭/୨୨ ( ଜିଲ୍ଲା ଖବର ) : ଆଜି +2 ବିଜ୍ଞାନ ଫଳାଫଳ ବାହାରିଛି । ସ୍ଥାନୀୟ ଗୁଣୁପୁର ର ମହର୍ଷି ଗୁରୁକୂଳ ର ଛାତ୍ର ଛାତ୍ରୀ ମାନେ ବାଜିମାତ କରିଛନ୍ତି । ଅନୁଷ୍ଠାନ ରୁ ମୋଟ ୨୨୧ ପରୀକ୍ଷାର୍ଥୀ ଙ୍କ ମଧ୍ୟରୁ ୨୦୬ ଜଣ ପ୍ରଥମ ସ୍ଥାନ ଓ ୧୫ ଜଣ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ।ସମଗ୍ର ଜିଲ୍ଲା ରେ ୧୦ ଜଣ ୯୯ ପ୍ରତିଶତ ନମ୍ବର ରଖିଛନ୍ତି ସେଥିମଧ୍ୟରୁ ଅନୁଷ୍ଠାନ ପକ୍ଷରୁ ସର୍ବାଧିକ ୭ ଜଣ ୯୦ ପ୍ରତିଶତ ନମ୍ବର ରଖିଛନ୍ତି ।

ଜିଲ୍ଲାର ଟୋପ ୧୦ ରେ ୮ ଜଣ ଏହି ଅନୁଷ୍ଠାନ ରୁ ସଫଳତା ହାସଲ କରିଛନ୍ତି । ୩୩ ଜଣ ଛାତ୍ର ଛାତ୍ରୀ ୫୦୦ ରୁ ଅଧିକ ନମ୍ବର ରଖି ଅନୁଷ୍ଠାନ ର ଟେକ ବଜାୟ ରଖି ଛନ୍ତି । ଅନୁଷ୍ଠାନ ର ପଦ୍ମ ଲୋଚନ ମିଶ୍ର ୫୫୫ ନମ୍ବର ରଖି ଅନୁଷ୍ଠାନ ର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଅନୁଷ୍ଠାନ ର ପରିଚାଳନା କମିଟି ଏହି ସଫଳତାର ଶ୍ରେୟ ସବୁ ଛାତ୍ର ଛାତ୍ରୀ, ଅବିଭାବକ ଓ ଷ୍ଟାଫ ମାନଙ୍କ ପାଇଁ ବୋଲି କହିଛନ୍ତି ।ଏହି ସମଗ୍ର ଟିମ ର ଅକ୍ଲାନ୍ତ ପରିଶ୍ରମ ର ଫଳ ବୋଲୀ ମତ ପ୍ରକାଶ କରିଛନ୍ତି ।