ଚାଉଳ ହଡ଼ପ ଘଟଣା କୁ ନେଇ ଆଜି ଗସ୍ତ କଲା ବିଜେପି ଟିମ ଅମଲାଭଟା ପଂଚାୟତରେ ଆସନ୍ତା କାଲି ଗସ୍ତ କରିବ କଂଗ୍ରେସ ।

116

ନବରଙ୍ଗପୁର , ୨୭/୦୭/୨୨ ( ଜିଲ୍ଲା ଖବର ) : ନବରଙ୍ଗପୁର ଜିଲ୍ଳା ତେନ୍ତୁଳିଖୁଣ୍ଟି ବ୍ଲକର ଅମଲାଭଟା ପଞ୍ଚାୟତ ର ୧୫୦୧ ହିତାଧିକାରୀଙ୍କ ୮୦୦ରୁ ଉର୍ଦ୍ଧ୍ବ କ୍ୟୁଣ୍ଟେଳ ମାଗଣା ଚାଉଳ ହଡପ ଘଟଣା କୁ ନେଇ ଆଜି ବିଜେପିର ଏକ ପ୍ରତିନିଧି ଦଳ ଅମଲାଭଟା ପଂଚାୟତରେ ଗସ୍ତ କରିଛନ୍ତି।ଏହି ପଞ୍ଚାୟତ ର ବାରିଗୁଡା, ନିଲଗୁଣ୍ଡି ଗୁଡା,ଅମଲାଭଟା ଗ୍ରାମକୁ ଯାଇ ହିତାଧିକାରୀଙ୍କ ଙ୍କ ରେସନ କାର୍ଡ କୁ ଦେଖି ଚାଉଳ ଦିଆଯାଇଛି କି ନାହିଁ ବୋଲି ଦେଖିଥିଲେ।ଏହି ପଂଚାୟତର ପ୍ରଧାନମନ୍ତ୍ରୀ ପଠାଇଥିବା ଚାଉଳକୁ ତଳରୁ ଉପର ପର୍ଯ୍ୟନ୍ତ ହୋଇ ମିସିକି ଏହି ପଂଚାୟତର ଚାଉଳ କୁ ହଡପ କରିଛନ୍ତି ଓ ଭିଜିଲାନ୍ସ ତରଫରୁ ତଦନ୍ତ ରେ ଦୋଷୀ କେବେ ବି ଧରା ପଡ଼ିନାହାଁନ୍ତି ପଡିବେ ନାହିଁ ବୋଲି କହିଛନ୍ତି ।

ବିଜେପିର ରାଜ୍ୟ ଉପସଭାପତି ବଳଭଦ୍ର ମାଝୀ ଏହି ପଞ୍ଚାୟତ ର ହିତାଧିକାରୀ ମାନଙ୍କୁ ତୁରନ୍ତ ଚାଉଳ ଦେବାକୁ ଦାବିକରିଛନ୍ତି ତୁରନ୍ତ ଚାଉଳ ପ୍ରଦାନ ନ କଲେ ଦଳ ତରଫରୁ ଆଇନର ଆଶ୍ରୟ ନେବୁ ବୋଲି ବିଧାୟକ ପାର୍ଥି ଗୋୖରୀ ଶଙ୍କର ମାଝୀ କହିଛନ୍ତି ।ଜିଲ୍ଲା ପ୍ରଶାସନ ତରଫରୁ ଏହି ପଂଚାୟତ ର ପିଇଓ ହରେକୃଷ୍ଣ ବିଷୋୟୀ କୁ ନିଲମ୍ବିତ କରିଛନ୍ତି ଓ ସେହି ପଞ୍ଚାୟତ ର ଯୋଗାଣ ସହାୟକ ବସନ୍ତ ସଗରିଆ କୁ ବହିଷ୍କାର କରିଦେଲେ କଣ ହିତାଧିକାରୀ ଚାଉଳ ପାଇଗଲେକି ବୋଲି ପ୍ରଶ୍ନ କରିଛନ୍ତି ରାଜ୍ୟ କାର୍ଯକାରିଣୀ ସଦସ୍ୟ ମାନସ ତ୍ରିପାଠୀ ଏହି ପଞ୍ଚାୟତ ର ଚାଉଳ ହଡ଼ପ ଘଟଣା କୁ ଠିକ ଆକରେ ତଦନ୍ତ ଚାଲି ନାହିଁ ବୋଲି ଅଭିଯୋଗ କରିଛନ୍ତି ବିଜେପିର ଜିଲାସଭାପତି ଜଗଦୀଶ ଚନ୍ଦ୍ର ବିଷୋୟୀ ପଂଚାୟତ ବାସୀକୁ ତୁରନ୍ତ ଚାଉଳ ପ୍ରଦାନ କରିବାକୁ ବିଡିଓ ଦୁର୍ଯ୍ୟୋଧନ ଭୋଇ ଓ ଏମ ଆଇ ରୋହିତ କୁମାର ମାଝିଙ୍କ ପାଖେ ଦାବିକରିଛନ୍ତି।

ପଞ୍ଚାୟତ ଗସ୍ତ ସାରି ବ୍ଲକ ଆସି ଏହି ଟିମ ବିଡିଓ ଓ ଏମ ଆଇ କୁ ଭେଟି ଏହି ଘଟଣା ବିଷୟରେ ଆଲୋଚନା କରିଥିଲେ।ଏହି ଟିମରେ ଅନ୍ୟ ମାନଂକ ମଧ୍ୟରେ ଜିଲ୍ଲା ସାଧାରଣ ସମ୍ପାଦକ ଅଛୁତାନନ୍ଦ ବିଷୋୟୀ, ଅଂଚଳଗୁମା ମଣ୍ଡଳ ସଭାପତି ନନ୍ଦନ ବିଷୋୟୀ, ତେନ୍ତୁଳିଖୁଣ୍ଟି ମଣ୍ଡଳ ସଭାପତି ହରେକୃଷ୍ଣ ମୁଦୁଲି, ଜିଲ୍ଲା କାର୍ଯକାରିଣୀ ସଦସ୍ୟ ଧରଣୀ ସିଂହ, ସନ୍ତୋଷ ପାତ୍ର, ପର୍ଶୁ ବିଷୋୟୀ, ଜିଲାଯୁବମୋର୍ଚ୍ଚା କାର୍ଯକାରିଣୀ ସଦସ୍ୟ ଶିବଶଙ୍କର ବିଷୋୟୀ, ବାବୁଲା ନାୟକ,ରଯେସ ହରିଜନ ଉପସ୍ଥିତ ଥିଲେ।