Home Uncategorized ସବୁଜ ବଳୟରେ ବେଲଗୁଣ୍ଠା; ରୋପଣ ହେଲା ୨୧ ,୭୯୮ ଚାରା ।

ସବୁଜ ବଳୟରେ ବେଲଗୁଣ୍ଠା; ରୋପଣ ହେଲା ୨୧ ,୭୯୮ ଚାରା ।

103

ବେଲଗୁଣ୍ଠା, ୨୬/୦୭/୨୨ ( ଜିଲ୍ଲା ଖବର ) : ବେଲଗୁଣ୍ଠା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ ନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏକ ସପ୍ତାହ ଧରି ଚାଲିଥିବା ସବୁଜ ସଂକଳ୍ପ ଅଭିଯାନର ଆଜି ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଅଧ୍ୟକ୍ଷ ଶ୍ରୀ ନାୟକଙ୍କ ନିର୍ଦ୍ଦେଶରେ ଆଜି କାର୍ଗିଲ୍ ବିଜୟ ଦିବସ ଅବସରରେ ବେଲଗୁଣ୍ଠା ପଞ୍ଚାୟତ ସମିତିର ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟ ସମେତ ସମସ୍ତ ଶିକ୍ଷାନୁଷ୍ଠାନ,ଅଙ୍ଗନୱାଡ଼ି କେନ୍ଦ୍ର, ପୋଖରୀ ହିଡ଼ ଏବଂ ରାସ୍ତାପାର୍ଶ୍ୱରେ 21,798 ଟି ଚାରା ରୋପଣ କରାଯାଇଛି I ଏହି ଅବସରରେ ବିଭିନ୍ନ ଅନୁଷ୍ଠାନକୁ ଜିଲ୍ଲାର ବିଭିନ୍ନ ଅତିଥିଙ୍କୁ ନିମନ୍ତ୍ରଣ ଏବଂ ସ୍ୱାଗତ କରାଯାଇଥିଲା I

ସୂଚନା ପ୍ରକାରେ ଆଜି ବେଲଗୁଣ୍ଠା ନଗରପାଳ ଫିରୋଜ ସେଠୀଙ୍କୁ ନେଟଙ୍ଗା ଗ୍ରାମ ପଂଚାୟତ କାର୍ଯ୍ୟାଳୟ, ଜିଲ୍ଲାପରିଷଦ ଅଧ୍ୟକ୍ଷା
ଅଞ୍ଜଳି ସ୍ୱାଇଁଙ୍କୁ ଗୋବରା,ଆସିକା ବ୍ଲକ ଅଧ୍ୟକ୍ଷା ତ୍ରିବେଣୀ ନାହାକଙ୍କୁ ପାଇଲିପଡ଼ା,କବିସୂର୍ଯ୍ୟନଗର ବ୍ଲକ ଅଧ୍ୟକ୍ଷା ଜୋତିର୍ମୟୀ ସ୍ୱାଇଁଙ୍କୁ ବଡପଡ଼ା,ପୋଲସରା ବ୍ଲକ ଅଧ୍ୟକ୍ଷା କଳ୍ପନା ପ୍ରଧାନଙ୍କୁ ଆମ୍ବପୁଆ,ଭଞ୍ଜନଗର ବ୍ଲକ ଅଧ୍ୟକ୍ଷ ନରୀସଭା ନାୟକଙ୍କୁ ଧୁମୁଛାଇ,ବୁଗୁଡ଼ା ବ୍ଳକ୍ ଅଧ୍ୟକ୍ଷା କେ. ପ୍ରିୟଦର୍ଶିନୀ ଆଚାରୀଙ୍କୁ ମଙ୍ଗଳପୁର,

ସୋରଡ଼ା ନଗରପାଳ ଶିବରାମ ପଣ୍ଡାଙ୍କୁ ଶାସନ ପଞ୍ଚାୟତ ସମେତ ଭଞ୍ଜନଗର ନଗରପାଳ ଗୋପବନ୍ଧୁ ମହାପାତ୍ର ଗୋବରା ବିଶ୍ଵଭାରତୀ ଆବାସିକ ବିଦ୍ୟାଳୟ ଏବଂ ଚିକିଟି ବ୍ଳକ୍ ଅଧ୍ୟକ୍ଷ ଅପନା ସେଠୀଙ୍କୁ କ୍ଷେତ୍ରୀୟବରପୁର ଶିଳ୍ପ ତାଲିମ୍ କେନ୍ଦ୍ରକୁ ସ୍ୱାଗତ କରାଯାଇଥିଲା I

ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ରଙ୍କ ସମେତ ସମସ୍ତ କନିଷ୍ଠ ଯନ୍ତ୍ରୀ, ସମସ୍ତ ପଞ୍ଚାୟତର ସରପଞ୍ଚ,ସମିତିସଭ୍ୟ, କାର୍ଯ୍ୟନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକ, ଶିକ୍ଷକ, ଶିକ୍ଷୟିତ୍ରୀ, ଅଙ୍ଗନୱାଡି କର୍ମୀ, ଛାତ୍ରଛାତ୍ରୀ,

ସାମାଜିକ କର୍ମୀ ଦଳମତ ନିର୍ବିଶେଷରେ ଅକୁଣ୍ଠ ହୃଦୟରେ ସହଯୋଗ କରିଥିଲେ I କାର୍ଯ୍ୟକ୍ରମକୁ ବ୍ଳକ୍ ସଂଯୋଜକ ଗୋରାଚାନ୍ଦ୍ ସ୍ୱାଇଁ, ସମିତିସଭ୍ୟ ସଭ୍ୟ ବିଭୁପାଦ ଜେନା,କୁଞ୍ଜବିହାରୀ ନାୟକ,

ପ୍ରେସକ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ରୋଟାରୀ କ୍ଳବ୍ ପୂର୍ବତନ ସଭାପତି ଭି ଦେବୀ ପ୍ରସାଦ ପାତ୍ର,ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ,ସମାଜସେବୀ ସ୍ଵସ୍ତି ସୁନ୍ଦର ସିଅ, ଶିବରାମ ରାଉତ ପ୍ରମୁଖ ସହଯୋଗ କରିଥିଲେ I

ଆଜିର କାର୍ଯ୍ୟକ୍ରମ ପରେ ବ୍ଳକ୍ ଅଧ୍ୟକ୍ଷ ପ୍ରଶାନ୍ତ ନାୟକ ସମସ୍ତ ସହଯୋଗୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି I ଆଜି ବୃକ୍ଷରୋପଣ ପରେ ଆଗାମୀ ଦିନରେ ବୃକ୍ଷ ଗୁଡ଼ିକର ରକ୍ଷଣାବେକ୍ଷଣ ନେଇ ପ୍ରଶ୍ନ ଉଠିଥିବାରୁ ବୃକ୍ଷ ଗୁଡିକର ଯତ୍ନ ପାଇଁ ଏକ ସ୍ଵତନ୍ତ୍ର କମିଟି ଗଠନ କରାଯିବ ଏବଂ ଅଧିକ ଗଛ ବଞ୍ଚାଇ ରଖିଥିବା ପଞ୍ଚାୟତକୁ ଆସନ୍ତାବର୍ଷ ପୁରସ୍କୃତ କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ନାୟକ ପ୍ରକାଶ କରିଛନ୍ତି I