
ଆସିକା , ୨୬/୦୭/୨୨ ( ଜିଲ୍ଲା ଖବର ) : ଆଜି ଗଞ୍ଜାମ ଜିଲ୍ଲା ଆସିକା ରେ କାରଗିଲ ବିଜୟ ଉତ୍ସବ ପାଳନ କରାଯାଇଛି।
ଦେଶ ମାତୃକା ଲାଗି ନିଜ ଜୀବନ କୁ ବାଜି ଲଗାଇ ସହିଦ ହୋଇଥିବା ଆସିକା ମାଟି ର ସୁନା ପୁଅ ଉମାକାନ୍ତ ପଟ୍ଟନାୟକ ଙ୍କୁ ଆଜି ବି ନିଜ ମାଟି ଝୁରୁଛି । ଗତ ୨୦୦୦ ମସିହା may ମାସ ୩୧ ତାରିଖ ରେ କାରଗିଲ ମାଟିରେ ଶତ୍ରୁ ପକ୍ଷ ସୈନ୍ୟ ଙ୍କ ଗୁଳି ରେ ସହିଦ ହୋଇଥିଲେ ।

ସ୍ୱର୍ଗତ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ଆସିକା ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ୱାଇଁ ଏବଂ ଗଞ୍ଜାମ ଜୋନ ଯୁବ ବିଜେଡି ସଭାପତି ନଚିକେତା ସ୍ୱାଇଁ ଙ୍କ ନିର୍ଦେଶ କ୍ରମେ ଆସିକା ନଗର ଯୁବ ବିଜେଡି ସଭାପତି ଜିତେନ୍ଦ୍ର ମହାରଣା ଙ୍କ ନେତୃତ ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ତାଙ୍କର ଅଭୁଲା ବିରତ୍ୱ କୁ ଶ୍ରୁତି ଚରଣ କରିବା ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା |

ଏଥିରେ ବିଜୁ ଯୁବ ଜନତା ଦଳ ର ନଗର ଉପ ସଭାପତି ଅଙ୍କିତ ଦୋରା, ଦେବାଶିଷ ପଣ୍ଡା, ଡିଜିଟାଲ ସେକ୍ରେଟାରୀ କେଶବ ଦାଶ, ସଞ୍ଜୀବ ମହାରଣା, ସୁଜିତ ପାତ୍ର,ସତୀଶ ଅlଚାରୀ, ଶିଶିର ମହାପାତ୍ର, କାହ୍ନ| ଅଚାରୀ ଓ ବହୁ ଯୁବ ଏବଂ ମାନ୍ୟ ଗଣ୍ୟ ବ୍ୟକ୍ତି ମାନେ ଯୋଗ ଦେଇଥିଲେ |



