
ପଦ୍ମପୁର , ୨୬/୦୭/୨୨ ( ଜିଲ୍ଲା ଖବର ) : ଅଭ୍ୟାସ ଟେକ୍ନୋ ସ୍କୁଲ,ପଦ୍ମପୁର । ତୁଳସୀ ଦୁଇ ପତ୍ର ରୁ ବାସିଲା ପରି ପ୍ରଥମ ବର୍ଷ ହିଁ ଦେଖାଇଛି ତାର ପ୍ରଥମ ପ୍ରୟାସ ର ସଫଳତା ।ଦଶମ ଶ୍ରେଣୀ ର ଫଳାଫଳ ନେଇ ଅଭିଭାବକ ଏବଂ ପିଲାମାନଙ୍କ ମଧ୍ୟରେ ସ୍କୁଲ୍ ପରିସର ରେ ବହୁତ୍ ଉତ୍ସାହ ଖେଳି ଯାଇଛି । ଶତ ପ୍ରତିଶତ ଫଳାଫଳ ନେଇ ,ସେହି ସ୍କୁଲ୍ ପୁଣି ଏକ ବହୁତ୍ ବଡ ସଫଳତା ଆଣି ଦେଇଛି ।

ଏତେ ସବୁ covid କଟକଣା ଦେଇ ମଧ୍ୟ ତାଙ୍କ ପ୍ରୟାସ ଏତେ କଠିନ ଥିଲା ଯେ,ଅସମ୍ଭବ କୁ ସମ୍ଭବ କରି ଦେଖାଇଛି । ସ୍କୁଲ୍ ଆରମ୍ଭ ବିଭିନ୍ନ ପ୍ରକାର ଦୁର୍ବଳ ଶ୍ରେଣୀ ର ପିଲାଙ୍କୁ ନେଇ ହୋଇ ଥିଲା , ଯାହାକୁ ଦେଖି ଶିକ୍ଷକ ଶିକ୍ଷୟତ୍ରୀ ଚିନ୍ତା ରେ ପଡ଼ି ଯାଇଥିଲେ ।

ପରିଚାଳକ ବର୍ଗ ଙ୍କୁ ପ୍ରଶ୍ନ କରି ଥିଲେ ଯେ,ଏମାନେ କେମିତି ଆଗକୁ ବଢ଼ିବେ ?ସେତେ ବେଳେ ଗୋଟିଏ ସ୍ୱର ଥିଲା ସେହି ସ୍କୁଲ୍ ର ପରିଚାଳକ ବର୍ଗ ଙ୍କ ,”ଅସମ୍ଭବକୁ ସମ୍ଭବ କରିବା ହିଁ ଅଭ୍ୟାସ” ।


ତା ପରେ ଆରମ୍ଭ କରିଥିଲେ ଅଭ୍ୟାସ ର ପ୍ରୟାସ ।ଆଜି ତାର ରଙ୍ଗ ଭରିଦେଇଛି ,ଏହି ଦଶମ ଫଳାଫଳ ନେଇ । ଏଥିରେ ୯୪ ପ୍ରତିଶତ ରଖି ସ୍ମୃତି ପ୍ରଜ୍ଞା ସାହୁ ପ୍ରଥମ ସ୍ଥାନ ଅଧିକାର କରି ଅନୁଷ୍ଠାନ ପାଇଁ ଗୌରବ ଆଣିଦେଇଛନ୍ତି ।ସେହି ପରି ୮୪ ପ୍ରତିଶତ ରଖି ଟି.କୌଶଳ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି । ଅଭ୍ୟାସ ର ପ୍ରୟାସ ସବୁବେଳେ ଏପରିର ଜାରି ରଖି ଅନୁଷ୍ଠାନକୁ ଆଗକୁ ବଢ଼ାଇବାରେ ଲାଗିଛି ।


