ନନ୍ଦାହାଣ୍ଡି ଉତ୍କଳ ବ୍ୟାଙ୍କ ବ୍ୟାଙ୍କ ରୁ ତାଲା ଭାଙ୍ଗି ଚୋରି ।

44

ନବରଙ୍ଗପୁର , ୨୬/୦୭/୨୨ ( ଜିଲ୍ଲା ଖବର ) : ତାଲା ଭାଙ୍ଗି ବ୍ୟାଙ୍କ ରୁ ଚୋରି ଅଭିଯୋଗ । ନବରଙ୍ଗପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଡଙ୍ଗରଭେଜା ସ୍ଥିତ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ନନ୍ଦାହାଣ୍ଡି ଶାଖା ମୁଖ୍ୟ ଫାଟକ ତାଲା ଭାଙ୍ଗି ଚୋରି । ବ୍ୟାଙ୍କ ର ଫାଟକ ତାଲା ଭାଙ୍ଗିଛି ବାଇକ ଚୋରି ହୋଇଛି ।

ପ୍ରତିଦିନ ଭଳି ଗତକାଲି ସଠିକ ସମୟ ରେ ବ୍ୟାଙ୍କ ବନ୍ଦ କରିଥିଲେ । ରାତି ରେ ଦୁର୍ବୁତ୍ତ ମାନେ ଲକର ଭାଙ୍ଗିବା ପାଇଁ ଉଦ୍ୟମ କରି ବିଫଳ ହୋଇଥିବା ବେଳେ ଵିଏମ ଙ୍କ ୟମା ବାଇକ ବ୍ୟାଙ୍କ ଭିତରୁ ନେଇଛନ୍ତି ଓ କାଗଜ ପତ୍ରଥିବା ଗଦରେଜ ଖଲିଥିବାର ସୂଚନା ଦେଇଛନ୍ତି ଵି ଏମ ଯଦୁମଣି ନାଗ l

ଏବଂ ଆଜି ସକାଳୁ ବ୍ୟାଙ୍କ ଖୋଲିବା ପାଇଁ ଆସିବା ବେଳେ ବ୍ୟାଙ୍କ ର ସମୁଖର ମୁଖ୍ୟ ଫାଟକ ତାଲା ଭାଙ୍ଗି ଥିବା ଦେଖିବାକୁ ପାଇଥିଲେ ଏବଂ ବ୍ୟାଙ୍କ ପରିସର ରେ ଥିବା ବାଇକ ଚୋରି ହୋଇଥିବା ଦେଖିବାକୁ ପାଇଥିଲେ ।

ଏନେଇ ଡଙ୍ଗରଭେଜା ଫାଣ୍ଡି ରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ସନ୍ଧାନୀ କୁକୁର ସହିତ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ।